ETV Bharat / sports

IPLରେ ଇମ୍ପାକ୍ଟ ପ୍ଲେୟାର ଭାବେ ଖେଳିବେ ପନ୍ତ !

author img

By ETV Bharat Odisha Team

Published : Dec 12, 2023, 8:50 AM IST

ଆଇପିଏଲ 2024
Rishabh Pant

Rishabh Pant expected to return IPL: ଆଇପିଏଲ 2024 ଖେଳିପାରନ୍ତି ପନ୍ତ । ଦିଲ୍ଲୀ କ୍ୟାପିଟାଲ୍ସ ତରଫରୁ ଇମ୍ପାକ୍ଟ ପ୍ଲେୟାର ଭାବେ ଖେଳିପାରନ୍ତି । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ଦୀର୍ଘ ସମୟର ବିରତି ପରେ ପଡିଆକୁ ଓହ୍ଳାଇବେ ଟିମ୍‌ ଇଣ୍ଡିଆର ଷ୍ଟାର୍‌ କ୍ରିକେଟର ଋଷଭ ପନ୍ତ । ଆସନ୍ତା ବର୍ଷ ହେବାକୁଥିବା ଆଇପିଏଲ ସିଜିନ 17 ଖେଳିବେ ପନ୍ତ । ଦିଲ୍ଲୀ କ୍ୟାପିଟାଲ୍ସ ତରଫରୁ ସେ ଇମ୍ପାକ୍ଟ ପ୍ଲେୟାର ଭାବେ ଖେଳିପାରନ୍ତି । ମ୍ୟାଚରେ କେବଳ ସେ ବ୍ୟାଟିଂ କରିବେ । କିପିଂ କରିବାକୁ ତାଙ୍କୁ ସୁଯୋଗ ଦିଆଯିବ ନାହିଁ । ବିସିସିଆଇ ଅନୁମତି ନଦେବା ପର୍ଯ୍ୟନ୍ତ ସେ କିପିଂ କରିପାରିବେ ନାହିଁ । ଜାନୁଆରୀ ଶେଷ ସୁଦ୍ଧା ସେ ଆଇପିଏଲ ଖେଳିବାକୁ ପୁରା ପ୍ରସ୍ତୁତ ହୋଇଯିବେ ବୋଲି ଏକ ବିଶେଷ ସୂତ୍ରରୁ ଜଣାପଡିଛି ।

ଆସନ୍ତା ଆଇପିଏଲ ସିଜିନରେ ଦିଲ୍ଲୀ କ୍ୟାପିଟାଲ୍ସ ତରଫରୁ ଖେଳିବେ ପନ୍ତ । ଜାନୁଆରୀ ଶେଷ ସୁଦ୍ଧା ସେ ଫିଟ୍ ହୋଇ କ୍ରିକେଟ ମଇଦାନକୁ ଓହ୍ଳାଇବେ । ଦିଲ୍ଲୀ କ୍ୟାପିଟାଲ୍ସ ପନ୍ତଙ୍କୁ କିଛି ମ୍ୟାଚରେ ଇମ୍ପାକ୍ଟ ପ୍ଲେୟାର ଭାବରେ ବ୍ୟବହାର କରିବ । ମ୍ୟାଚ ଖେଳିଲେ ମଧ୍ୟ ସେ କିପିଂ କରିପାରିବେ ନାହିଁ । ବିସିସିଆଇ ସୂତ୍ରରୁ ଜଣାପଡିଛି ଯେ, ବର୍ତ୍ତମାନ ବେଙ୍ଗାଲୁରୁର ଜାତୀୟ କ୍ରିକେଟ୍ ଏକାଡେମୀ (ଏନସିଏ)ରେ ଅଛନ୍ତି ଋଷଭ ପନ୍ତ । ଫେବୃଆରୀ ଶେଷ ସୁଦ୍ଧା ସେ ସମ୍ପୂର୍ଣ୍ଣ ଫିଟ୍ ହେବା ଉଚିତ୍ । ଆଇପିଏଲ ଖେଳିବାକୁ ସେ ସମ୍ପୂର୍ଣ୍ଣ ଫିଟ୍ ଅଛନ୍ତି ନା ନାହିଁ ତାହା ଏନସିଏ ଅନୁମୋଦନ ଉପରେ ନିର୍ଭର କରିବ । ତେବେ ସେ ଆସନ୍ତା ବର୍ଷ ଆୟୋଜିତ ହେବାକୁ ଥିବା ଆଇପିଏଲ ଖେଳିବେ ନା ନାହିଁ ତାହା ତାଙ୍କ ଫିଟନେସ ଉପରେ ନିର୍ଭର କରେ ।

ଏହା ମଧ୍ୟ ପଢନ୍ତୁ- IPLରୁ ପଡ଼ିଆକୁ ଫେରିବେ ପନ୍ତ ! ଚାଲିଛି ଜୋରଦାର ଟ୍ରେନିଂ

କିଛି ଦିନ ପୂର୍ବ ପନ୍ତଙ୍କ ଏକ ଭିଡିଓ ସାମ୍ନାକୁ ଆସିଥିଲା । ଯେଉଁଥିରେ ସେ ଜିମରେ ଓ୍ବାର୍କଆଉଟ କରୁଥିବାର ଦେଖିବାକୁ ମିଳିଥିଲା । ଭିଡିଓରେ ସେ ପୁରା ଫିଟ୍ ଥିବା ଦେଖିବାକୁ ମିଳିଥିଲା । ଯଦି ସେ ଫେବୃଆରୀ ସୁଦ୍ଧା ପୁରା ଫିଟ୍ ହୋଇଯାଆନ୍ତି ତେବେ ଆଇପିଏଲ ଖେଳିପାରନ୍ତି । ଆହତ ଜନିତ ସମସ୍ୟା ଯୋଗୁଁ ସେ ଗତ ଆଇପିଏଲ ସିଜିନ ଖେଳି ପାରିନଥିଲେ । କିନ୍ତୁ ଆସନ୍ତା ସିଜିନ ପାଇଁ ସେ ନିଜକୁ ପ୍ରସ୍ତୁତ କରୁଛନ୍ତି । 2022 ଡିସେମ୍ବର ମାସରେ ଦିଲ୍ଲୀରୁ ରୁର୍‌କିକୁ ଯାଉଥିବା ବେଳେ ଡେରାଡୁନ୍‌ରେ କାର ଦୁର୍ଘଟଣାର ଶିକାର ହୋଇଥିଲା ପନ୍ତ । ଏହାପରେ ସେ ଗଭୀର ଭାବେ ଆହତ ହୋଇଥିବାରୁ ଚିକିତ୍ସା ଜାରି ରହିଥିଲା । ଦୁର୍ଘଟଣା ପରଠୁ ସେ କ୍ରିକେଟ୍‌ ଦୁନିଆରୁ ଦୂରରେ ରହିଥିଲେ । ଏବେ କ୍ରିକେଟ ମଇଦାନକୁ ପୁଣି ଓହ୍ଳାଇବାକୁ ପ୍ରସ୍ତୁତ ହେଉଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.