ETV Bharat / sports

ମିଶନ ମେଲବର୍ଣ୍ଣରେ ବର୍ଷା ବାଧକ ସାଜିଲେ ଉଭୟ ଦଳ ସେୟାର କରିବେ ଟ୍ରଫି !

author img

By

Published : Nov 11, 2022, 7:23 PM IST

ମିଶନ ମେଲବର୍ଣ୍ଣରେ ବର୍ଷା ବାଧକ ସାଜିଲେ ଉଭୟ ଦଳ ସେୟାର କରିବେ ଟ୍ରଫି !
ମିଶନ ମେଲବର୍ଣ୍ଣରେ ବର୍ଷା ବାଧକ ସାଜିଲେ ଉଭୟ ଦଳ ସେୟାର କରିବେ ଟ୍ରଫି !

T20 ଫାଇନାଲରେ ଇଂଲଣ୍ଡ ଏବଂ ପାକିସ୍ତାନ ମୁହାଁମୁହିଁ ହେବେ । ଆରମ୍ଭ ହୋଇଯାଇଛି ମିଶନ ମେଲବୋର୍ଣ୍ଣ ପାଇଁ କାଉଣ୍ଟଡାଉନ । ଯଦି ରିଜର୍ଭ ଡେରେ ମ୍ୟାଚର କୌଣସି ଫଳାଫଳ ନ ବାହାରିବ ତାହେଲେ ଫାଇନାଲ ମ୍ୟାଚ୍ ପାଇଁ ଯୋଗ୍ୟତା ହାସଲ କରିଥିବା ଉଭୟ ଦଳ ଟ୍ରଫି ସେୟାର କରିପରିବେ । ଅଧିକ ପଢନ୍ତୁ

ହାଇଦ୍ରାବାଦ: ଆରମ୍ଭ ହୋଇଯାଇଛି ମିଶନ ମେଲବୋର୍ଣ୍ଣ ପାଇଁ କାଉଣ୍ଟଡାଉନ । T20 ଫାଇନାଲରେ ଇଂଲଣ୍ଡ ଏବଂ ପାକିସ୍ତାନ ମୁହାଁମୁହିଁ ହେବେ । ନଭେମ୍ବର ୧୩ ତାରିଖ ରବିବାର T20 ଫାଇନାଲ ମ୍ୟାଚରେ ମୁହାଁମୁହିଁ ହେବେ ଇଂଲଣ୍ଡ ଏବଂ ପାକିସ୍ତାନ । ଟାଇଟଲ ହାତେଇବା ପାଇଁ ଉଭୟ ଦଳ ମଧ୍ୟରେ ଖେଳାଯିବ ହାଇଭୋଲଟେଜ ମ୍ୟାଚ୍ । ହେଲେ ମେଲବୋର୍ଣ୍ଣ ବର୍ଷାରେ କିଛି ମ୍ୟାଚ ଧୋଇ ଯିବାର ରେକର୍ଡ ରହିଛି । ଯଦି ଫାଇନାଲ ମ୍ୟାଚରେ ବର୍ଷା ବାଧକ ସାଜେ ତାହେଲେ ରିଜର୍ଭ ଡେରେ ଫାଇନାଲ ମ୍ୟାଚ ଖେଳାଯିବ । ଯଦି ରିଜର୍ଭ ଡେ ମ୍ୟାଚର କୌଣସି ଫଳାଫଳ ନ ବାହାରିବ ତାହେଲେ ଫାଇନାଲ ମ୍ୟାଚ୍ ପାଇଁ ଯୋଗ୍ୟତା ହାସଲ କରିଥିବା ଉଭୟ ଦଳ ଟ୍ରଫି ସେୟାର କରିପରିବେ ।

ମେଲବର୍ଣ୍ଣରେ ପାଣିପାଗ ସ୍ଥିତି ଭଲ ନାହିଁ । ଏନେଇ ଅଷ୍ଟ୍ରେଲିଆ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ଯେ, ନଭେମ୍ବର ୧୩ ତାରିଖ ତଥା ରବିବାର ୧୫ ରୁ ୨୫ ମିମି ବର୍ଷା ହେବାର ୯୫ ପ୍ରତିଶତ ସମ୍ଭାବନା ରହିଛି । ସେହିପରି ନଭେମ୍ବର ୧୪ ତାରିଖ ସୋମବାର ମଧ୍ୟ ୫ ରୁ ୧୦ ମିମି ବର୍ଷା ହେବାର ୯୫ ପ୍ରତିଶତ ସମ୍ଭାବନା ରହିଛି । ଏନେଇ ଆଇସିସି ନକ୍ ଆଉଟ ମ୍ୟାଚ ପାଇଁ କିଛି ନିୟମ ପରିବର୍ତ୍ତନ କରିଛି । ଫାଇନାଲ ମ୍ୟାଚରେ ଫଳାଫଳ ନେଇ ଉଭୟ ଦଳ କମ ସେ କମ ୧୦ ଓଭର ମ୍ୟାଚ ଖେଳିବା ବାଧ୍ୟତାମୂଳକ ।

ସୁପର ୧୨ ପର୍ଯ୍ୟାୟ ମ୍ୟାଚରେ ବର୍ଷା ବାଧକ ସାଜିଲେ DLS ମେଥଡ ଅନୁଯାୟୀ ଉଭୟ ଦଳ ମିନିମମ୍ ୫ ଓଭର ଖେଳୁଥିଲେ । ହେଲେ ନକ୍ ଆଉଟ ମ୍ୟାଚ ପାଇଁ ଆଇସିସି ଏହା ୫ ଓଭର ପରିବର୍ତ୍ତେ ୧୦ ଓଭରରେ ମ୍ୟାଚ ଖେଳାଯିବା ନୂଆ ନିୟମ ଜାରି କରିଛି ।

ନଭେମ୍ବର ୧୩ ତାରିଖ ଫାଇନାଲ ମ୍ୟାଚରେ ଯଦି ଖେଳ ସ୍ଥଗିତ ରହେ ତାହେଲେ ଯେଉଁଠି ଖେଳ ସ୍ଥଗିତ ରହିଥିଲା ସେହିଠାରୁ ରିଜର୍ଭ ଡେରେ ଖେଳ ଆରମ୍ଭ ହେବ । ଉଭୟ ଟିମ୍ ଦଳରେ କୌଣସି ପରିବର୍ତ୍ତିନ କରିପାରିବେ ନାହିଁ । ପାକିସ୍ତାନ ଓ ଇଂଲଣ୍ଡ ମଧ୍ୟରେ ମେଲବର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡରେ ନଭେମ୍ବର ୧୩ ତାରିଖ ଫାଇନାଲ ମ୍ୟାଚ ଖେଳାଯିବ । ଯଦି ଫାଇନାଲ ମ୍ୟାଚ ନଭେମ୍ବର ୧୩ କିମ୍ବା ରିଜର୍ଭ ଡେ ନଭେମ୍ବର ୧୪ ତାରିଖରେ ନ ଖେଳାଯାଇପାରେ ତାହେଲେ ଇଂଲଣ୍ଡ ଓ ପାକିସ୍ତାନ ଉଭୟ ଟ୍ରଫି ସେୟାର କରି ପାରିବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.