ETV Bharat / sports

ICC ODI Rankings: ପଚାଶଟି ପାହାଚ ଉପରକୁ ଉଠିଲେ ପ୍ରସିଦ୍ଧ କ୍ରୀଷ୍ଣା, ଫାଇଦାରେ ପନ୍ତ

author img

By

Published : Feb 16, 2022, 4:20 PM IST

prasidh krishna rishabh pant got a huge rise in latest odi rakings
ICC ODI Rankings: ୫୦ ସ୍ଥାନ ଉପରକୁ ଉଠିଲେ ପ୍ରସିଦ୍ଧ କ୍ରୀଷ୍ଣା, ଫାଇଦାରେ ପନ୍ତ

ଆଇସିସି ପକ୍ଷରୁ ଜାରି ହୋଇଛି ନୂଆ ଦିନିକିଆ ରାଙ୍କିଂ । ନୂଆ ମାନ୍ୟତା ଅନୁଯାୟୀ ଭାରତୀୟ ଯୁବ ବୋଲର ପ୍ରସିଦ୍ଧ କ୍ରୀଷ୍ଣାଙ୍କ ରାଙ୍କିଂରେ ଭଲ ଉନ୍ନତି ଦେଖିବାକୁ ମିଳିଛି । ଅଧିକ ପଢ଼ନ୍ତୁ

ଦୁବାଇ: ଆଇସିସି ପକ୍ଷରୁ ଜାରି ହୋଇଛି ନୂଆ ଦିନିକିଆ ରାଙ୍କିଂ । ନୂଆ ମାନ୍ୟତା ଅନୁଯାୟୀ ଭାରତୀୟ ଯୁବ ବୋଲର ପ୍ରସିଦ୍ଧ କ୍ରୀଷ୍ଣାଙ୍କ ରାଙ୍କିଂରେ ଭଲ ଉନ୍ନତି ଦେଖିବାକୁ ମିଳିଛି । ୱେଷ୍ଟଇଣ୍ଡିଜ୍‌ ବିପକ୍ଷରେ ସେ ଦମଦାର ବୋଲିଂ କରି ମ୍ୟାନ ଅଫ ଦି ସିରିଜ୍‌ ବିବେଚିତ ହୋଇଥିଲେ । ପ୍ରସିଦ୍ଧ କ୍ରୀଷ୍ଣା ୩ଟି ମ୍ୟାଚ୍‌ରେ ମୋଟ ୯ଟି ୱିକେଟ ଅକ୍ତିଆର କରି ଭାରତକୁ ବିଜୟ ରାସ୍ତା ଦେଖାଇଥିଲେ । ଏହାପରେ ସେ ଦିନିକିଆ ବୋଲର ରାଙ୍କିଂରେ ୪୪ତମ ସ୍ଥାନରେ ପହଞ୍ଚି ପାରିଛନ୍ତି ।

ପୂର୍ବରୁ ସେ ୯୪ତମ ସ୍ଥାନରେ ରହିଥିଲେ । ତେବେ ୱେଷ୍ଟ ଇଣ୍ଡିଜ୍‌ ବିପକ୍ଷରେ ଭଲ ପ୍ରଦର୍ଶନ କରିବା ପରେ ସେ ୫୦ଟି ସ୍ଥାନ ଉପରକୁ ଉଠି ୪୪ତମ ସ୍ଥାନରେ ପହଞ୍ଚି ପାରିଛନ୍ତି । ସେପଟେ ୱେଷ୍ଟ ଇଣ୍ଡିଜ୍‌ ଫାଷ୍ଟ ବୋଲର ଆଲଜାରି ଜୋସେଫ ମଧ୍ୟରେ ଭାରତ ବପକ୍ଷରେ ୱିକେଟ ଦଖଲ କରି ଦିନିକିଆ ରାଙ୍କିଂରେ ଟପ୍‌ ୨୦ ଜଣ ବୋଲରଙ୍କ ମଧ୍ୟରେ ସାମିଲ ହୋଇ ପାରିଛନ୍ତି ।

ସେପଟେ ଭାରତୀୟ ଯୁବ ବ୍ୟାଟର ଋଷଭ ପନ୍ତ ୪୬୯ ପଏଣ୍ଟ ସହ ଦିନିକିଆ ରାଙ୍କିଂରେ ୭୧ତମ ସ୍ଥାନରେ ପହଞ୍ଚିଛନ୍ତି । ତୃତୀୟ ମ୍ୟାଚରେ ୱେଷ୍ଟ ଇଣ୍ଡିଜ୍‌ ବିପକ୍ଷରେ ୮୦ ରନ୍‌ କରିଥିବା ଶ୍ରେୟସ ଆୟର ୧୩ଟି ସ୍ଥାନ ଉପରକୁ ଉଠି ୬୧ତମ ସ୍ଥାନରେ ପହଞ୍ଚି ପାରିଛନ୍ତି ।

ଦିନିକିଆ ପରେ ଆଜିଠାରୁ ଭାରତ ଓ ଇଣ୍ଡିଜ୍‌ ମଧ୍ୟରେ ଟି-୨୦ ସିରିଜ ଆରମ୍ଭ ହେବ । ଦିନିକିଆ ଭଳି ଟି-୨୦ ସିରିଜକୁ ମଧ୍ୟ କ୍ଲି୍‌ନ୍‌ ସ୍ବିପ୍‌ କରିବାକୁ ଚେଷ୍ଟା କରିବ ଭାରତ । ସେପଟେ ଦଳକୁ କୈରନ ପୋଲାର୍ଡ ଫେରିବା ପରେ ଇଣ୍ଡିଜ୍‌ ଦଳ ମଧ୍ୟ ଶକ୍ତିଶାଳୀ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.