ETV Bharat / sports

ICC World Cup 2023: ICC ଜାରି କଲା କ୍ରୀଡ଼ାସୂଚୀ, ପାକିସ୍ତାନ ଅଂଶଗ୍ରହଣ ନେଇ ସନ୍ଦେହ

author img

By

Published : Jun 28, 2023, 6:55 AM IST

ICC World Cup 2023
ICC World Cup 2023

ଦିନିକିଆ କ୍ରିକେଟ ବିଶ୍ବକପ ୨୦୨୩ ନେଇ ଆଜି ଆଇସିସି କ୍ରୀଡ଼ାସୂଚୀ ଘୋଷଣା କରିଛି । ସେପଟେ କିନ୍ତୁ ଏବେ ମଧ୍ୟ ବିଶ୍ବକପରେ ଅଂଶଗ୍ରହଣ ନେଇ ସନ୍ଦେହ ପ୍ରକଟ କରିଛି ପିସିବି । ଅଧିକ ପଢ଼ନ୍ତୁ

ହାଇଦ୍ରାବାଦ: ଅକ୍ଟୋବର ୫ରୁ ଆରମ୍ଭ ହେବ ବିଶ୍ବକପ ୨୦୨୩ । ଦିନିକିଆ କ୍ରିକେଟ ବିଶ୍ବକପର ୧୩ତମ ସଂସ୍କରଣ ଚଳିତ ବର୍ଷ ଅକ୍ଟୋବର-ନଭେମ୍ବରରେ ଭାରତରେ ଆୟୋଜନ ହେବାକୁ ଯାଉଛି । ଏନେଇ କ୍ରୀଡାସୂଚୀ ପ୍ରକାଶ କରିଛି ଆଇସିସି । ଅକ୍ଟୋବର ୫ରୁ ନଭେମ୍ବର ୧୯ ଯାଏଁ ବିଶ୍ବକପ ମହାସମର ଚାଲିବ । ନଭେମ୍ବର ୧୯ରେ ଖେଳାଯିବ ଫାଇନାଲ । ଆଇସିସି ଜାରି କରିଥିବା କ୍ରୀଡାସୂଚୀ ଅନୁସାରେ ଭାରତ ୫ ଥରର ବିଶ୍ବ ବିଜେତା ଅଷ୍ଟ୍ରେଲିଆ ବିପକ୍ଷରେ ବିଶ୍ବକପ ଅଭିଯାନ ଆରମ୍ଭ କରିବ । ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଉଦଘାଟନୀ ମ୍ୟାଚ ଖେଳାଯିବ । ତେବେ ଅକ୍ଟୋବର ୧୫ ତାରିଖରେ ପାରମ୍ପରିକ ପ୍ରତିନ୍ଦ୍ବନ୍ଦ୍ବୀ ପାକିସ୍ତାନ ବିପକ୍ଷରେ ହାଇଭୋଲଟେଜ ମ୍ୟାଚ ଖେଳିବ ଟିମ୍‌ ଇଣ୍ଡିଆ । ହେଲେ କାର୍ଯ୍ୟସୂଚୀ ଜାରି ହେବା ପରେ ମଧ୍ୟ ପାକିସ୍ତାନ ଖେଳିବା ନେଇ ସନ୍ଦେହ ଜାରି ରହିଛି ।

ବିଶ୍ବକପ୍ କାର୍ଯ୍ୟସୂଚୀ ଘୋଷଣା ପରେ ପିସିବି (ପାକିସ୍ତାନ କ୍ରିକେଟ ବୋର୍ଡ) ସ୍ପଷ୍ଟ ଭାବେ କହିଛି ଯେ ପାକିସ୍ତାନ ସରକାରଙ୍କ ଅନୁମୋଦନ ଉପରେ ଏହାର ଖେଳ ନିର୍ଭର କରେ । ପିସିବିର ଜଣେ ଅଧିକାରୀ କହିଛନ୍ତି, "ପାକିସ୍ତାନ କ୍ରିକେଟ ଦଳ ଦିନିକିଆ ବିଶ୍ବକପ୍ ୨୦୨୩ ଖେଳିବା ପାକିସ୍ତାନ ସରକାରଙ୍କ ଅନୁମୋଦନ ଉପରେ ନିର୍ଭର କରେ ।" ତେବେ ଏହା ପୂର୍ବରୁ ପିସିବି ଅହମ୍ମଦାବାଦ, ବେଙ୍ଗାଲୁରୁ ଓ ଚେନ୍ନାଇ ମୈଦାନରେ ଖେଳିବାକୁ ନେଇ ଆପତ୍ତି ଉଠାଇଥିଲା । ଏହି ଭେନ୍ୟୁରେ ରହିଥିବା ମ୍ୟାଚ୍‌କୁ ପରିବର୍ତ୍ତନ କରି ଅନ୍ୟ ଭେନ୍ୟୁରେ ରଖିବା ପାଇଁ ଦାବି କରିଥିଲା । କିନ୍ତୁ ଆଇସିସି ଏବଂ ବିସିସିଆଇ ଏହାକୁ ଖାରଜ କରିଦେଇଥିଲେ । କେବଳ ସୁରକ୍ଷା ଦୃଷ୍ଟିରୁ ଭେନ୍ୟୁରେ ପରିବର୍ତ୍ତନ ହୋଇପାରିବ ବୋଲି କହିଥିଲେ ।

  • The most awaited match!

    - India Vs Pakistan.
    - 15th October.
    - Narendra Modi Stadium.
    - Over 1,00,000 people.
    - World Cup match. pic.twitter.com/XJVUNodrqM

    — Mufaddal Vohra (@mufaddal_vohra) June 27, 2023 " class="align-text-top noRightClick twitterSection" data=" ">

ଏହା ମଧ୍ୟ ପଢ଼ନ୍ତୁ...ICC World Cup 2023: ଅକ୍ଟୋବର 5ରୁ ଆରମ୍ଭ ହେବ ବିଶ୍ବକପ, 15ରେ ଭାରତ-ପାକ୍ ଫାଇଟ୍

ଗୋଟିଏ ପଟେ ପାକିସ୍ତାନ କ୍ରିକେଟ୍ ବୋର୍ଡ ବିଶ୍ବକପ୍‌ରେ ପାକିସ୍ତାନ କ୍ରିକେଟ୍‌ ଦଳର ଅଂଶଗ୍ରହଣକୁ ନେଇ ସନ୍ଦେହ ପ୍ରକଟ କରିଛି । ଅନ୍ୟପଟେ ଆଇସିସି ମୁଖପାତ୍ର କହିଛନ୍ତି, 'ସମସ୍ତ ସଦସ୍ୟଙ୍କୁ ନିଜ ଦେଶର ଆଇନ ପାଳନ କରିବାକୁ ପଡ଼ିବ । ଆମେ ଏହାକୁ ସମ୍ମାନ ଦେଉଛୁ । କିନ୍ତୁ ଦିନିକିଆ ବିଶ୍ବକପ୍ ଖେଳିବା ପାଇଁ ପାକିସ୍ତାନ ଟିମ୍ ଭାରତ ଆସିବ ବୋଲି ଆମର ବିଶ୍ବାସ ରହିଛି ।' ହେଲେ ପାକିସ୍ତାନର ଦାବି ସମ୍ପର୍କରେ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି ଆଇସିସି ମୁଖପାତ୍ର । ତେବେ ଏହାପରେ ପାକିସ୍ତାନ ନିଜ ଜିଦ୍‌ରେ ଅଟଳ ରହିବ ନା ବିଶ୍ବକପ୍‌ ଖେଳିବା ପାଇଁ ଭାରତ ଆସିବ, ତାହା ଉପରେ ରହିଛି ସମସ୍ତଙ୍କ ନଜର ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.