ETV Bharat / sports

ICC World Cup 2023: ଅକ୍ଟୋବର 5ରୁ ଆରମ୍ଭ ହେବ ବିଶ୍ବକପ, 15ରେ ଭାରତ-ପାକ୍ ଫାଇଟ୍

author img

By

Published : Jun 27, 2023, 12:51 PM IST

ଆଇସିସି ଦିନିକିଆ କ୍ରିକେଟ ବିଶ୍ବକପ ଭାରତରେ ଆୟୋଜନ ହେବ । ଏନେଇ କ୍ରୀଡାସୂୂଚୀ ପ୍ରକାଶ ପାଇଛି । ଅକ୍ଟୋବର 5ରୁ ଆରମ୍ଭ ହେବ ବିଶ୍ବକପ । ନଭେମ୍ବର 19ରେ ଫାଇନାଲ ମ୍ୟାଚ ଖେଳାଯିବ । ଅଧିକ ପଢନ୍ତୁ

ICC World Cup 2023
ICC World Cup schedule

ନୂଆଦିଲ୍ଲୀ: କ୍ରିକେଟ ପ୍ରେମୀ ହୋଇଯାଆନ୍ତୁ ପ୍ରସ୍ତୁତ । କ୍ରିକେଟ ମହାସମର ପାଇଁ ଆଉ ମାତ୍ର କିଛି ଦିନ । 100 ଦିନର ଅପେକ୍ଷା ଅନ୍ତ ଘଟିବ । ଦିନିକିଆ କ୍ରିକେଟ ବିଶ୍ବକପର 13ତମ ସଂସ୍କରଣ ଚଳିତ ବର୍ଷ ଅକ୍ଟୋବର-ନଭେମ୍ବରରେ ଭାରତରେ ଆୟୋଜନ ହେବାକୁ ଯାଉଛି । ଏନେଇ ଆଇସିସି କ୍ରୀଡାସୂଚୀ ପ୍ରକାଶ କରିଛି । ଅକ୍ଟୋବର 5ରୁ ନଭେମ୍ବର 19 ଯାଏଁ ବିଶ୍ବକପ ମ୍ୟାଚ ଖେଳାଯିବ । ନଭେମ୍ବର 19 ତାରିଖରେ ଫାଇନାଲ ଖେଳାଯିବ । କ୍ରୀଡାସୂଚୀ ମୁତାବକ ଆୟୋଜକ ଭାରତ 5ଥର ବିଶ୍ବ ବିଜୟୀ ଅଷ୍ଟ୍ରେଲିଆ ବିପକ୍ଷରେ ତା'ର ଅଭିଯାନ ଆରମ୍ଭ କରିବ । ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଉଦଘାଟନୀ ମ୍ୟାଚ ଖେଳାଯିବ । ଏହା ଗୁଜୁରାଟର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ । ଅକ୍ଟୋବର 15 ତାରିଖରେ ପାରମ୍ପରିକ ପ୍ରତିନ୍ଦ୍ବନ୍ଦୀ ପାକିସ୍ତାନ ବିପକ୍ଷରେ ହାଇଭୋଲଟେଜ ମ୍ୟାଚ ରହିଛି ।

ଅକ୍ଟୋବର 5ରୁ ବିଶ୍ବକପ ଆରମ୍ଭ ହେବ । ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଅହମ୍ମଦାବାଦରେ ଉଦଘାଟନୀ ମ୍ୟାଚ ଖେଳାଯିବ । ଅଷ୍ଟ୍ରେଲିଆ ବିପକ୍ଷରେ ଅଭିଯାନ ଆରମ୍ଭ କରିବ ଭାରତ । ଅକ୍ଟୋବର 8 ତାରିଖରେ ଚେନ୍ନାଇରେ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳିବ ଭାରତ । ଏହାପରେ ଅକ୍ଟୋବର 15 ତାରିଖରେ ପାରମ୍ପରିକ ପ୍ରତିନ୍ଦ୍ବନ୍ଦୀ ପାକିସ୍ତାନ ବିପକ୍ଷରେ ହାଇଭୋଲଟେଜ ମ୍ୟାଚ ଖେଳିବ ଭାରତ । ମୋଟ 10ଟି ଦଳକୁ ନେଇ ବିଶ୍ବକପ ଖେଳାଯିବ । ମୋଟ 10ଟି ଭେନ୍ୟୁରେ ସମସ୍ତ ବିଶ୍ବକପ ମ୍ୟାଚ ଖେଳାଯିବ । ସମସ୍ତ 10ଟି ଭେନ୍ୟୁ ଗୁଡିକ ହେଲା ହାଇଦ୍ରାବାଦ, ଅହମ୍ମଦାବାଦ, ଧର୍ମଶାଳା, ଦିଲ୍ଲୀ, ଚେନ୍ନାଇ, ଲକ୍ଷ୍ନୌ, ପୁନେ, ବେଙ୍ଗାଲୁରୁ. ମୁମ୍ବାଇ ଓ କୋଲକାତା ।

ଏହା ବି ପଢନ୍ତୁ...ODI World Cup 2023: ମହାକାଶରେ ଅନାବରଣ ହେଲା ବିଶ୍ଵକପ୍ ଟ୍ରଫି, ଭିଡିଓ ସେୟାର କଲେ ଜୟ ଶାହା

ଏହା ବି ପଢନ୍ତୁ...Asia Cup 2023: ଖେଳି ପାରିବେନି ଆୟର ! ଦଳକୁ ଫେରିପାରନ୍ତି ବୁମ୍‌ରା

ଭାରତ, ଇଂଲଣ୍ଡ, ନ୍ୟୁଜିଲାଣ୍ଡ, ପାକିସ୍ତାନ, ଅଷ୍ଟ୍ରେଲିଆ, ବାଂଲାଦେଶ, ଆଫଗାନିସ୍ତାନ ଓ ଦକ୍ଷିଣ ଆଫ୍ରିକା ବିଶ୍ବକପ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି । ସଦ୍ୟତମ ଦଳ ଭାବେ ଦକ୍ଷିଣ ଆଫ୍ରିକା ବିଶ୍ବକପ ପାଇଁ ଟିକେଟ ହାସଲ କରିଛି । କ୍ବାଲିଫାୟାର ପର୍ଯ୍ୟାୟରୁ ଅନ୍ୟ 2ଟି ଦଳ ବିଶ୍ବକପକୁ ଯୋଗ୍ୟତା ଅର୍ଜନ କରିବେ । ଜୁଲାଇ 9 ସୁଦ୍ଧା ଆଉ ଦୁଇ ଦଳ ବିଶ୍ବକପରେ ସାମିଲ ହେବେ । ପ୍ରତି ଦଳ ପରସ୍ପର ବିପକ୍ଷରେ ରାଉଣ୍ଡ ରୋବିନ ଫର୍ମାଟରେ 9ଟି ମ୍ୟାଚ ଖେଳିବେ । 4 ଶ୍ରେଷ୍ଠ ଦଳ ସେମି ଫାଇନାଲକୁ ଉତୀର୍ଣ୍ଣ ହେବେ । ମୁମ୍ବାଇ ଓ କୋଲକାତାରେ ଦୁଇଟି ଯାକ ସେମିଫାଇନାଲ ମ୍ୟାଚ ଖେଳାଯିବ । ଫାଇନାଲ ମ୍ୟାଚ 19 ନଭେମ୍ବରରେ ଅହମ୍ମଦାବାଦରେ ଖେଳାଯିବ । 29 ସେପ୍ଟମ୍ବରରୁ 3 ଅକ୍ଟୋବର ଯାଏ ଗୌହାଟୀ, ହାଇଦ୍ରାବା ଏବଂ ଥିରୁଅନନ୍ତପୁରମରେ ଅଭ୍ୟାସ ମ୍ୟାଚ ଖେଳାଯିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.