ETV Bharat / sports

ଚମ୍ପିଆନ୍ସ ଟ୍ରଫି ବି ଆୟୋଜନ କରି ପାରିବନି ପାକିସ୍ତାନ ! ନିରପେକ୍ଷ ଭେନ୍ୟୁ ଦାବି କରିବ BCCI ?

author img

By ETV Bharat Odisha Team

Published : Nov 28, 2023, 4:44 PM IST

ପାକିସ୍ତାନ ହାତରୁ ଖସିବ ଚମ୍ପିଆନ୍ସ ଟ୍ରଫି ଆୟୋଜନ ଅଧିକାର
ପାକିସ୍ତାନ ହାତରୁ ଖସିବ ଚମ୍ପିଆନ୍ସ ଟ୍ରଫି ଆୟୋଜନ ଅଧିକାର

ଚମ୍ପିଆନ୍ସ ଟ୍ରଫି ୨୦୨୫ ଆୟୋଜନ ଅଧିକାର ପାକିସ୍ତାନକୁ ମିଳିଛି । ହେଲେ BCCI ଏହାର ଖେଳାଳିମାନଙ୍କୁ ପାକିସ୍ତାନ ପଠାଇବାର ସମ୍ଭାବନା ବହୁତ କମ । ତେଣୁ ହୁଏତ ପାକିସ୍ତାନ ବଦଳରେ ଟୁର୍ଣ୍ଣାମେଣ୍ଟର ଭେନ୍ୟୁ ପରିବର୍ତ୍ତନ କିମ୍ବା ହାଇବ୍ରିଡ୍‌ ମଡେଲରେ ଖେଳାଯାଇପାରେ ଚମ୍ପିଆନ୍ସ ଟ୍ରଫି । ଅଧିକ ପଢ଼ନ୍ତୁ

ହାଇଦ୍ରାବାଦ: ପାକିସ୍ତାନକୁ ଲାଗିପାରେ ବଡ଼ ଝଟ୍‌କା । ପିସିବି ହାତରୁ ଖସିପାରେ ଆଇସିସି ଚମ୍ପିଆନ୍ସ ଟ୍ରଫି ୨୦୨୫ ଆୟୋଜନ ଅଧିକାର । କାରଣ ଏବେ ମଧ୍ୟ ନିଜ ଖେଳାଳିଙ୍କୁ ପାକିସ୍ତାନ ଛାଡ଼ିବାକୁ ପ୍ରସ୍ତୁତ ନାହାଁନ୍ତି ଭାରତ ସରକାର ଓ ବିସିସିଆଇ । ମିଡିଆ ରିପୋର୍ଟ ଅନୁସାରେ ଯଦି ଭାରତ ସରକାର ବା ବିସିସିଆଇର ମନୋଭାବରେ ପରିବର୍ତ୍ତନ ନହୁଏ, ତେବେ ପାକିସ୍ତାନ ହାତରୁ ଖସିପାରେ ଏହି ଆଇସିସି ଟୁର୍ଣ୍ଣାମେଣ୍ଟ ଆୟୋଜନ ଅଧିକାର ।

କ୍ଷତିପୂରଣ ଦାବି କରିବ ପିସିବି: ପାକିସ୍ତାନ କ୍ରିକେଟ୍‌ ବୋର୍ଡ ଚମ୍ପିଆନ୍ସ ଟ୍ରଫି ୨୦୨୫ ଆୟୋଜନ ପାଇଁ ଅଧିକାର ପାଇଛି । ହେଲେ ଏସିଆ କପ୍‌ ଭଳି ଭାରତୀୟ ଦଳ ଚମ୍ପିଆନ୍ସ ଟ୍ରଫି ଖେଳିବାକୁ ପାକିସ୍ତାନ ଆସିନପାରେ ବୋଲି ପାକିସ୍ତାନ କ୍ରିକେଟ୍‌ ବୋର୍ଡକୁ ଅନୁମାନ କରିଛି । ଯଦି ଭାରତ ନିରପେକ୍ଷ ଭେନ୍ୟୁରେ ଖେଳେ, ତେବେ ପାକିସ୍ତାନ କ୍ରିକେଟ୍‌ ବୋର୍ଡକୁ ବଡ଼ଧରଣର କ୍ଷତି ସହିବାକୁ ପଡ଼ିପାରେ । ଏପରି ହେଲେ କ୍ଷତି ଭରଣା କରିବାକୁ ଆଇସିସିକୁ ପୂର୍ବରୁ ଚେତାବନୀ ଦେଇଛି ପିସିବି ।

ଏହା ମଧ୍ୟ ପଢ଼ନ୍ତୁ...ଚମ୍ପିଆନ୍ସ ଟ୍ରଫି ୨୦୨୫ ଆୟୋଜନ କରିବ ପାକିସ୍ତାନ, ଭାରତ ନଗଲେ କ୍ଷତିପୂରଣ ଦାବି କରିବ ପିସିବି

ଦୁବାଇରେ ଖେଳିବ ଭାରତ: ଯଦି ଭାରତ ସରକାର ବା BCCI ନିଜ ଦଳକୁ ପାକିସ୍ତାନ ଛାଡ଼ିବାକୁ ରାଜି ନହୁଅନ୍ତି, ତେବେ ଚମ୍ପିଆନ୍ସ ଟ୍ରଫି ନିରପେକ୍ଷ ଭେନ୍ୟୁରେ ଖେଳାଯିବ । ଏଭଳି ପରିସ୍ଥିତିରେ ହୁଏତ ପାକିସ୍ତାନ ହାତରୁ ଚମ୍ପିଆନ୍ସ ଟ୍ରଫି ଆୟୋଜନ ଅଧିକାର ଖସିବ, ନହେଲେ ହାଇବ୍ରିଡ୍‌ ମଡେଲ୍‌ରେ ଆୟୋଜନ ହେବ । ହାଇବ୍ରିଡ୍‌ ମଡେଲ୍‌ରେ ଖେଳ ହେଲେ କେବଳ ଭାରତ ଏହାର ମ୍ୟାଚ୍‌ ଗୁଡ଼ିକ ନିରପେକ୍ଷ ଭେନ୍ୟୁରେ ଖେଳିବ । ସମ୍ଭବତଃ ଦୁବାଇରେ ହାଇବ୍ରିଡ୍‌ ମଡେଲ ଖେଳ ହେବ । ଭାରତ ଛଡ଼ା ଅନ୍ୟ ସମସ୍ତ ଟିମ୍‌ ମଧ୍ୟରେ ଥିବା ମୁକାବିଲା ପାକିସ୍ତାନରେ ହିଁ ଖେଳାଯିବ ।

ଏହା ମଧ୍ୟ ପଢ଼ନ୍ତୁ...ବିଶ୍ବକପ୍‌ ୨୦୨୩: ଲିଗ୍‌ ପର୍ଯ୍ୟାୟ ସହ ସରିଲା ଚମ୍ପିଆନ୍ସ ଟ୍ରଫି ରେସ୍‌, ଜାଣନ୍ତୁ କେଉଁ ଦୁଇ ଦଳ ପଡ଼ିଲେ ବାଦ

ହାଇବ୍ରିଡ୍‌ ମୋଡ୍‌ରେ ହୋଇଥିଲା ଏସିଆ କପ୍‌ ୨୦୨୩: ଏସିଆ କପ୍‌ ୨୦୨୩ ଆୟୋଜନ ଅଧିକାର ମଧ୍ୟ ପାକିସ୍ତାନକୁ ମିଳିଥିଲା । କିନ୍ତୁ ବିସିସିଆଇ ଏହାର ଖେଳାଳିଙ୍କୁ ପାକିସ୍ତାନ ଛାଡ଼ିବାକୁ ପ୍ରସ୍ତୁତ ନଥିଲା । ସୁରକ୍ଷାଜନିତ କାରଣ ଦର୍ଶାଇ ପାକିସ୍ତାନରେ ଏସିଆ କପ୍‌ ଖେଳିବାକୁ ରାଜି ହୋଇନଥିଲା BCCI । ଏନେଇ ଏସୀୟ କ୍ରିକେଟ୍‌ ପରିଷଦ (ଏସିସି) ଓ ପିସିବି ମଧ୍ୟରେ ହାଇବ୍ରିଡ୍‌ ସମାଧାନ ବାହାରିଥିଲା । ଫଳରେ ପାକିସ୍ତାନ ଏବଂ ଶ୍ରୀଲଙ୍କାରେ ଏସିଆ କପ୍‌ ଆୟୋଜନ ହୋଇଥିଲା । ଭାରତର ସମସ୍ତ ମୁକାବିଲା ଶ୍ରୀଲଙ୍କାରେ ଖେଳାଯାଇଥିଲା । ଏହି ଟୁର୍ଣ୍ଣାମେଣ୍ଟର ଫାଇନାଲ୍‌ରେ ଶ୍ରୀଲଙ୍କାକୁ ହରାଇ ଚମ୍ପିଆନ୍‌ ହୋଇଥିଲା ଟିମ୍‌ ଇଣ୍ଡିଆ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.