ETV Bharat / sports

ବିଶ୍ବକପ୍‌ ୨୦୨୩: ଲିଗ୍‌ ପର୍ଯ୍ୟାୟ ସହ ସରିଲା ଚମ୍ପିଆନ୍ସ ଟ୍ରଫି ରେସ୍‌, ଜାଣନ୍ତୁ କେଉଁ ଦୁଇ ଦଳ ପଡ଼ିଲେ ବାଦ

author img

By ETV Bharat Odisha Team

Published : Nov 13, 2023, 6:58 PM IST

ବିଶ୍ବକପ୍‌ ୨୦୨୩ ଲିଗ୍‌ ପର୍ଯ୍ୟାୟ ଶେଷ ହେବା ସହିତ ଚମ୍ପିଆନ୍ସ ଟ୍ରଫି ୨୦୨୫ ପାଇଁ ଯୋଗ୍ୟତା ଅର୍ଜନ କରିଥିବା ଦଳ ଗୁଡ଼ିକର ନାମ ସ୍ପଷ୍ଟ ହୋଇଛି । ଜାଣନ୍ତୁ କେଉଁ ଦଳ ପଡ଼ିଲେ ବାଦ । ଅଧିକ ପଢ଼ନ୍ତୁ

8 teams have qualified for Champions Trophy 2025
ସରିଲା ଚମ୍ପିଆନ୍ସ ଟ୍ରଫି ରେସ୍‌

ହାଇଦ୍ରାବାଦ: ସରିଛି ବିଶ୍ବକପ୍‌ ୨୦୨୩ର ଲିଗ୍‌ ପର୍ଯ୍ୟାୟ । ରବିବାର ବେଙ୍ଗାଲୁରୁର ଏମ୍‌ ଚିନ୍ନାସ୍ବାମୀ ଷ୍ଟାଡିୟମରେ ଖେଳାଯାଇଥିବା ଶେଷ ଲିଗ୍‌ ମ୍ୟାଚ୍‌ରେ ନେଦରଲ୍ୟାଣ୍ଡକୁ ୧୬୦ ରନ୍‌ରେ ହରାଇ ଅପରାଜିତ ରହି ଲିଗ୍‌ ପର୍ଯ୍ୟାୟ ଶେଷ କରିଛି ଟିମ୍‌ ଇଣ୍ଡିଆ । ଆସନ୍ତା ୧୫ ତାରିଖରୁ ଆରମ୍ଭ ହେବ ସେମିଫାଇନାଲ୍‌ ମ୍ୟାଚ୍‌ । ମୁମ୍ବାଇର ୱାଙ୍ଖେଡେରେ ପ୍ରଥମ ସେମିରେ ନ୍ୟୁଜିଲାଣ୍ଡକୁ ଭେଟିବ ଆୟୋଜକ ଭାରତ । ସେପଟେ ଲିଗ୍‌ ପର୍ଯ୍ୟାୟ ଶେଷ ହେବା ସହିତ ଚମ୍ପିଆନ୍ସ ଟ୍ରଫି ୨୦୨୫ ପାଇଁ ଯୋଗ୍ୟତା ଅର୍ଜନ କରିଥିବା ଟିମ୍‌ ଗୁଡ଼ିକର ନାମ ସ୍ପଷ୍ଟ ହୋଇଛି । ବିଶ୍ବକପ୍‌ ୨୦୨୩ରେ ଅଂଶଗ୍ରହଣ କରିଥିବା ୧୦ ଦଳ ମଧ୍ୟରୁ ୮ ଦଳ ଚମ୍ପିଆନ୍ସ ଟ୍ରଫି ପାଇଁ ଯୋଗ୍ୟତା ଅର୍ଜନ କରିଥିବାବେଳେ ୨ଟି ଦଳ ଏହି ଦୌଡ଼ରୁ ବାଦ ପଡ଼ିଛନ୍ତି ।

  • " class="align-text-top noRightClick twitterSection" data="">

ଆଗାମୀ ଚମ୍ପିଆନ୍ସ ଟ୍ରଫି ୨୦୨୫ ପାକିସ୍ତାନ ଆୟୋଜନ କରିବ । ଅନ୍ତର୍ଜାତୀୟ କ୍ରିକେଟ୍‌ ପରିଷଦ (ଆଇସିସି) ଦ୍ବାରା ପୂର୍ବ ନିର୍ଦ୍ଧାରିତ ନିୟମ ଅନୁସାରେ ଚଳିତ ବିଶ୍ବକପ୍‌ର ଲିଗ୍‌ ପର୍ଯ୍ୟାୟରେ ପଏଣ୍ଟ୍ସ ଟେବୁଲର ଶୀର୍ଷରେ ଅଭିଯାନ ଆରମ୍ଭ କରିଥିବା ୮ଟି ଦଳ ଚମ୍ପିଆନ୍ସ ଟ୍ରଫି ୨୦୨୫ ପାଇଁ ଯୋଗ୍ୟତା ଅର୍ଜନ କରିଥିବାବେଳେ ୨ଟି ଦଳ ବାଦ୍ ପଡ଼ିଛନ୍ତି । ଲିଗ୍‌ ପର୍ଯ୍ୟାୟରେ ଏକମାତ୍ର ଦଳ ଭାବେ ଭାରତ ଅପରାଜିତ ରହି ପଏଣ୍ଟ୍ସ ଟେବୁଲ ଶୀର୍ଷରେ ଅଭିଯାନ ଶେଷ କରିଥିବାବେଳେ ଏହା ପଛକୁ ଯଥାକ୍ରମେ ଦକ୍ଷିଣ ଆଫ୍ରିକା, ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ, ପାକିସ୍ତାନ, ଆଫଗାନିସ୍ତାନ, ଇଂଲଣ୍ଡ ଏବଂ ବାଂଲାଦେଶ ଚମ୍ପିଆନ୍ସ ଟ୍ରଫି ୨୦୨୫ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଛନ୍ତି । ଅନ୍ୟପଟେ ପଏଣ୍ଟ୍ସ ଟେବୁଲ ୯ମ ଓ ୧୦ମ ସ୍ଥାନରେ ରହିଥିବା ଶ୍ରୀଲଙ୍କା ଓ ନେଦରଲାଣ୍ଡ ଏଥିରୁ ବାଦ୍ ପଡ଼ିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ଇତିହାସ ରଚିଲା ଆଫଗାନିସ୍ତାନ, ପ୍ରଥମ ଥର ଖେଳିବ ଚମ୍ପିଆନ୍ସ ଟ୍ରଫି

ପ୍ରକାଶ ଥାଉ, ଚଳିତ ବିଶ୍ବକପ୍‌ ୨୦୨୩ ଲିଗ୍‌ ପର୍ଯ୍ୟାୟରେ ଭାରତ ସମସ୍ତ ୯ଟି ମ୍ୟାଚ୍‌ ଜିତି ୧୮ ପଏଣ୍ଟ ହାସଲ କରିବା ସହିତ ପଏଣ୍ଟ୍ସ ଟେବୁଲରେ ଶୀର୍ଷରେ ରହିଛି । ଆସନ୍ତା ୧୫ ତାରିଖରେ ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ପ୍ରଥମ ସେମିଫାଇନାଲରେ ନ୍ୟୁଜିଲାଣ୍ଡକୁ ଭେଟିବ ଆୟୋଜକ ଭାରତ । ଗତ ୨୦୧୯ ବିଶ୍ବକପ୍‌ରେ ନ୍ୟୁଜିଲାଣ୍ଡ ଠାରୁ ପରାସ୍ତ ହୋଇଥିଲା ଟିମ୍ ଇଣ୍ଡିଆ । ସେହି ମ୍ୟାଚରେ ଭାରତ ବିଜୟୀ ହେବ ବୋଲି ସମସ୍ତେ ଆଶା କରୁଥିଲେ ହେଁ ଶେଷରେ ସେମିଫାଇନାଲରୁ ଦଳ ବିଦାୟ ନେଇଥିଲା । ତେଣୁ ଏଥର ନ୍ୟୁଜିଲାଣ୍ଡ ବିପକ୍ଷରେ ଟିମ୍ ଇଣ୍ଡିଆ ମଜଭୁତ ରଣନୀତି ପ୍ରସ୍ତୁତ କରୁଛି । ନଭେମ୍ବର ୧୬ ତାରିଖରେ କୋଲକାତାର ଇଡେନ ଗାର୍ଡେନ୍ସରେ ଦ୍ବିତୀୟ ସେମିଫାଇନାଲ୍‌ରେ ଦକ୍ଷିଣ ଆଫ୍ରିକା ଓ ଅଷ୍ଟ୍ରେଲିଆ ମୁହାଁମୁହିଁ ହେବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.