ETV Bharat / sports

Vijay Hazare Trophy 2023: 23ରୁ ଟୁର୍ଣ୍ଣାମେଣ୍ଟ୍‌ ଆରମ୍ଭ, 18 ଜଣିଆ ସ୍କ୍ବାଡ୍‌ ଘୋଷଣା କଲା ଓସିଏ

author img

By ETV Bharat Odisha Team

Published : Nov 16, 2023, 12:04 PM IST

Etv Bharat
Etv Bharat

ଆସନ୍ତା 23 ତାରିଖରୁ ଆରମ୍ଭ ହେବ ବିଜୟ ହଜାରେ ଟ୍ରଫି । ଓଡ଼ିଶା ଦଳ ଘୋଷଣା କଲା ଓସିଏ । ଅଧିକ ପଢ଼ନ୍ତୁ

କଟକ: ବିଜୟ ହଜାରେ ଟ୍ରଫି ପାଇଁ ଘୋଷଣା ହେଲା ଓଡିଶା ଦଳ। 18 ଜଣିଆ ଟିମ ଘୋଷଣା କଲା ଓସିଏ । ବିପ୍ଳବ ସାମନ୍ତରାୟଙ୍କ ନେତୃତ୍ବରେ ବିଜୟ ହଜାରେ ଟ୍ରଫି ଖେଳିବ ଓଡିଶା ଦଳ। ଦେବେନ୍ଦ୍ର କୁଅଁର ପ୍ରଥମ ଥର ପାଇଁ ଦଳରେ ସାମିଲ ହୋଇଛନ୍ତି । ଚଳିତ ମାସ 23 ତାରିଖରୁ ଆରମ୍ଭ ହେବ ଦିନିକିଆ ବିଜୟ ହଜାରେ ଟ୍ରଫି । ଟ୍ରଫିରେ ମୋଟ 7ଟି ମ୍ୟାଚ୍‌ ଖେଳିବ ଓଡ଼ିଶା । ପ୍ରଥମେ ତ୍ରିପୁରା ସହ ଖେଳିବ ଓଡିଶା । ଏହାପରେ ରେଲୱେ , କେରଳ, ସୌରାଷ୍ଟ୍ର ପୁଡୁଚେରୀ, ସିକିମ ଓ ମୁମ୍ବାଇକୁ ଭେଟିବ ଓଡ଼ିଶା ଟିମ୍‌ ।

Vijay Hazare Trophy
Vijay Hazare Trophy

ଚଳିତବର୍ଷ ବିଜୟ ହଜାରେ ଟ୍ରଫି ପାଇଁ ଦଳ ଅଭ୍ୟାସ ମ୍ୟାଚ ଖେଳିଥିବା ବେଳେ କ୍ୟାମ୍ପ ଉପରେ ଫୋକସ କରିଥିଲା ଓସିଏ । ଗତ ବର୍ଷ ବିଜୟ ହଜାରେ ଟ୍ରଫିରେ ଓଡ଼ିଶା ଆଖି ଦୃଶିଆ ପ୍ରଦର୍ଶନ କରି ପାରିନଥିଲା । ତେଣୁ ଚଳିତବର୍ଷ ବିସିସିଆଇ ଘରୋଇ ସିଜିନ ଆରମ୍ଭ ହେବା ପୂର୍ବରୁ ଓସିଏ ଏକ ମଜଭୁତ ଟିମ ଗଠନ କରିବା ପାଇଁ ଲକ୍ଷ୍ୟ ରଖିଥିଲା । ତେବେ ବିପ୍ଳବଙ୍କୁ ଅନେକ ଦିନ ବିଶ୍ରାମ ଦେବା ପରେ ଏକ ବଡ଼ ଅସ୍ତ୍ର ଭାବରେ ବିଜୟ ହଜାରେ ଟ୍ରଫିରେ ଅଧିନାୟକ ଦାୟିତ୍ୱ ଦେଇଛି ଓଡିଶା କ୍ରିକେଟ ସଂଘ । ନିହାତି ଭାବରେ ଏହି ଟ୍ରଫିରେ ଓଡିଶା ଭଲ ପଦର୍ଶନ କରିବ ବୋଲି ଆଶା। ଖେଳାଳି ମାନେ ମଧ୍ୟ ଭଲ ପ୍ରଦର୍ଶନ କରିବା ନେଇ ଓସିଏ ଆଶା ରଖିଛି।

ସମୟ ମୁସ୍ତାକ ଅଲ୍ଲୀ ଟୁର୍ଣ୍ଣାମେଣ୍ଟରେ ଦଳରୁ ବାଦ ପଡିଥିଲେ ବିପ୍ଳବ ସାମନ୍ତରାୟ । ଦୀର୍ଘଟିନର ବିରତି ପରେ ସେ ଦଳକୁ ପୁଣି ଥରେ ପ୍ରତ୍ୟାବର୍ତ୍ତନ କରିଛନ୍ତି । ତାଙ୍କୁ ପୁଣି ଥରେ ଅଧିନାୟକ ଦାୟିତ୍ବ ମିଳିଛି। ତାଙ୍କ ନେତୃତ୍ବରେ ବିଜୟ ହଜାରେ ଟ୍ରଫିରେ ଓଡିଶା ଭଲ ପ୍ରଦର୍ଶନ କରିବା ନେଇ ଆଶା ରହିଛି ।

ଏହା ମଧ୍ୟ ପଢନ୍ତୁ-ଦ୍ବିତୀୟ ରଣଜୀ ମ୍ୟାଚ: ଦୃଢ ସ୍ଥିତିରେ ଓଡିଶା ଟିମ

ଓଡିଶା ଜଳ ସ୍କ୍ବାଡ୍‌: ବିପ୍ଳବ ସାମନ୍ତରାୟ(ଅଧିନାୟକ), ସନ୍ଦୀପ ପଟ୍ଟନାୟକ, ଶୁଭ୍ରାଂଶୁ ସେନାପତି , ଅନୁରାଗ ଷଡ଼ଙ୍ଗୀ , ଅଭିଷେକ ରାଉତ, ଶାନ୍ତନୁ ମିଶ୍ର, ଗୋବିନ୍ଦ ପୋଦ୍ଦାର, କାର୍ତ୍ତିକ ବିଶ୍ୱାଳ, ରାକେଶ ପଟ୍ଟନାୟକ, ରାଜେଶ ଧୂପର ଓ ପ୍ରବୀଣ ଲୁହା, ତାରିଣୀ ସ, ହର୍ଷିତ ରାଥୋଡ଼, ରାଜେଶ ମହାନ୍ତି, ଦେବବ୍ରତ ପ୍ରଧାନ, ଅଭିଷେକ ଯାଦବ, ଦେବେନ୍ଦ୍ର କୁଅଁର ଓ ପ୍ରୟାସ ସିଂ ଦଳରେ ସ୍ଥାନ ପାଇଛନ୍ତି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.