ETV Bharat / sports

ଦ୍ବିତୀୟ ରଣଜୀ ମ୍ୟାଚ: ଦୃଢ ସ୍ଥିତିରେ ଓଡିଶା ଟିମ

author img

By

Published : Dec 18, 2019, 4:12 PM IST

Updated : Mar 5, 2020, 6:02 PM IST

ଓଡିଶା ବନାମ ସର୍ଭିସେସ୍ ରଣଜୀ ମ୍ୟାଚ । ପ୍ରଥମ ଇନିଂସରେ ୨୭୧ ରନରେ ସମସ୍ତ ୱିକେଟ ହାରଇଛି ସର୍ଭିସେସ । ଜବାବରେ ଓଡିଶାର ଦମଦାର ଆରମ୍ଭ ।

Ranji Trophy
ରଣଜୀ ଟ୍ରଫି

ଭୁବନେଶ୍ବର: ଚଳିତ ରଣଜୀ ଟ୍ରଫିରେ ପ୍ରଥମ ମ୍ୟାଚରେ ବୃହତ ବିଜୟ ପରେ 2ୟ ମ୍ୟାଚ ଖେଳୁଛି ଟିମ ଓଡିଶା । ସର୍ଭିସେସ ବିପକ୍ଷରେ ଏହି ମ୍ୟାଚ ପାଇଁ ଘରୋଇ ଟାଙ୍ଗୀ ଡ୍ରିମ୍ସ ପଡିଆକୁ ଓହ୍ଲାଇଛି ଓଡିଶା ଦଳ । ତେବେ ପ୍ରଥମ ଦିନରେ ଭେଟେରାନ୍ ପେସର୍ ବସନ୍ତ ମହାନ୍ତିଙ୍କ ଘାତକ ବୋଲିଂରେ ଘାଇଲା ହୋଇଛି ଭ୍ରମଣକାରୀ ସର୍ଭିସେସ ଦଳ । ପ୍ରଥମ ଇନିଂସରେ ୨୭୧ ରନରେ ସମସ୍ତ ୱିକେଟ ହାରଇଛି ସର୍ଭିସେସ । ଜବାବରେ ଓଡିଶା ଦମଦାର ଆରମ୍ଭ କରିଛି । ବର୍ତ୍ତମାନ ସୁଦ୍ଧା 208 ରନ କରି 3ଟି ଓ୍ବିକେଟ ହରାଇଛି ଓଡିଶା ।

ବୁଧବାର ପୂର୍ବଦିନ ସ୍କୋର 43/0ରୁ ଖେଳ ଆରମ୍ଭ କରିଥିଲେ ଓପନର ଅନୁରାଗ ଷଡ଼ଙ୍ଗୀ (37) ଓ ଶାନ୍ତନୁ ମିଶ୍ର (36) । ଦୁହେଁ ଆଉଟ ହେବା ପରେ ପଡିଆକୁ ଆସିଥିଲେ ଅଭିଜ୍ଞ ଦେବାଶିଷ ସାମନ୍ତରାୟ (66) ଓ କ୍ୟାପଟେନ ଶୁଭ୍ରାଷୁଂ ସେନାପତି । ମାତ୍ର ଅଧିନାୟକ ଖାତା ନଖୋଲି ପାରି ପାଭେଲିଅନ ଫେରିଥିଲେ । ପରେ ଦଳର ଅନ୍ୟତମ ଅଭିଜ୍ଞ ବ୍ୟାଟ୍ସମ୍ୟାନ ବିପ୍ଲବ ସାମନ୍ତରାୟ(67) ପାଳିକୁ ସମ୍ଭଳିଛନ୍ତି । ରିପୋର୍ଟ ଲେଖାଯିବା ସୁଦ୍ଧା 3 ୱିକେଟ ବ୍ୟୟରେ 208ରନ କରିଛି ଟିମ ଓଡିଶା । ଇନିଂସ ଅଗ୍ରଣୀ ପାଇଁ ଦଳକୁ ଆଉ 63ରନ ଆବଶ୍ୟକ ରହିଛି ।

Last Updated :Mar 5, 2020, 6:02 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.