IND vs NZ: ଟସ ଜିତି ବୋଲିଂ ନିଷ୍ପତ୍ତି ନେଲା ନ୍ୟୁଜିଲାଣ୍ଡ

author img

By

Published : Nov 20, 2022, 11:58 AM IST

Updated : Nov 20, 2022, 12:18 PM IST

Etv Bharat

ୱେଲିଂଟନର ସ୍କାଏ ଷ୍ଟାଡିୟମରେ ଭାରତ ନ୍ୟୁଜିଲାଣ୍ଡ ଟି୨୦ ଦ୍ବିତୀୟ ମୁକାବିଲା । ପ୍ରଥମେ ବ୍ୟାଟିଂ କରିବ ଭାରତ । ଅଧିକ ପଢନ୍ତୁ

ଓ୍ବେଲିଂଟନ: ଭାରତ ନ୍ୟୁଜିଲାଣ୍ଡ ଟି୨୦ ସିରିଜର ଦ୍ବିତୀୟ ମୁକାବିଲା । ଟସ ଜିତି ବୋଲିଂ ନିଷ୍ପତ୍ତି ନେଲା ନ୍ୟୁଜିଲାଣ୍ଡ । ଫଳରେ ପ୍ରଥମ ବ୍ୟାଟିଙ୍ଗ କରିବ ଟିମ ଇଣ୍ଡିଆ । ଅଧିନାୟକ ପାଣ୍ଡ୍ୟାଙ୍କ ନେତୃତ୍ବରେ ପଡିଆକୁ ବ୍ୟାଟିଙ୍ଗ ପାଇଁ ଓହ୍ଲାଇବ ଭାରତ । ପ୍ରଥମ ମ୍ୟାଚ ବର୍ଷା ପାଇଁ ବାତିଲ ହୋଇଥିବା ବେଳେ ଆଜି ଆରମ୍ଭ ହୋଇଯାଇଛି ଭାରତ ନ୍ୟୁଜିଲାଣ୍ଡ ମଧ୍ୟରେ ଦ୍ବିତୀୟ ଟି୨୦ ମୁକାବିଲା ।

ତେବେ ବର୍ଷା ଯୋଗୁଁ ପ୍ରଥମ ମ୍ୟାଚ ବାତିଲ ହୋଇଥିବା ବେଳେ ଆଜିର ମ୍ୟାଚ ଉଭୟ ଟିମ ପାଇଁ ଗୁରୁତ୍ବପୂର୍ଣ୍ଣ ରହିଛି । ବିଜୟ ଲକ୍ଷ୍ୟ ରଖି ପଡିଆକୁ ବ୍ୟାଟିଙ୍ଗ ପାଇଁ ଓହ୍ଲାଇଛି । ଓପନିଂ ଯୋଡି ଭାବେ ପଡିଆକୁ ଓହ୍ଲାଇଛନ୍ତି ଋଷଭ ପନ୍ତ ଓ ଇଶାନ କିସାନ । ଆକାଶ ମେଘାଚ୍ଛନ ରହିବାରୁ ଆଜି ମଧ୍ୟ ବର୍ଷା ହେବାର ସମ୍ଭାବନା ଥିବା ନେଇ କୁହାଯାଉଥିଲା । କିନ୍ତୁ ପାଗ ଭଲ ରହିବାରୁ ୱେଲିଂଟନର ସ୍କାଏ ଷ୍ଟାଡିୟମରେ ଆରମ୍ଭ ହୋଇଯାଇଛି ମ୍ୟାଚ ।

ଭାରତୀୟ ଚୂଡାନ୍ତ ଏକାଦଶ: ହାର୍ଦ୍ଦିକ ପାଣ୍ଡ୍ୟା, ଇଶାନ କିସାନ, ଋଷଭ ପନ୍ତ, ସୂର୍ଯ୍ୟକୁମାର ଯାଦବ, ଶ୍ରେୟସ ଆୟର, ଦୀପକ ହୁଦା, ଓ୍ବାସିଂଟନ ସୁନ୍ଦର, ଭୁବନେଶ୍ବର କୁମାର, ଅର୍ଶଦୀପ ପଟ୍ଟେଲ, ମହମ୍ମଦ ସିରଜା ଓ ଯୁଜବେନ୍ଦ୍ର ଚହଲ ।

ନ୍ୟୁଜିଲାଣ୍ଡ ଚୂଡାନ୍ତ ଏକାଦଶ: କେନ ଓ୍ବିଲିୟମସନ, ଡେଭନ କୋନଓ୍ବେ, ଫିନ ଆଲେନ, ଗ୍ଲେନ ଫିଲିପ୍ସ, ଜିମ୍ମି ନୀଶାମ, ଡାରିଲ ମିଚେଲ,ଏ ମିଲେନ,ମିଚେଲ ଶାନଣ୍ଟାନର, ଇଶ୍ ସୋଧି, ଟିମ୍ ସୌଦୀ, ଲକି ଫର୍ଗୁସନ ।

Last Updated :Nov 20, 2022, 12:18 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.