ETV Bharat / sports

Dumbset Idea: ଖେଳ ମଝିରେ ଲାଇଟ ଶୋ'ରେ ନାଖୁସ ମ୍ୟାକ୍ସୱେଲ, କହିଲେ ଖେଳାଳିଙ୍କ ପାଇଁ ଭୟାନକ

author img

By ETV Bharat Odisha Team

Published : Oct 26, 2023, 7:42 PM IST

Glenn Maxwell on Light show
Glenn Maxwell on Light show

ପ୍ରଶଂସକଙ୍କୁ ପସନ୍ଦ ହେଲେ ଅଷ୍ଟ୍ରେଲିଆ କ୍ରିକେଟର ମ୍ୟାକ୍ସୱେଲଙ୍କୁ ନାପସନ୍ଦ ଲାଇଟ ଶୋ' । ଖେଳ ମଝିରେ ଲାଇଟ ଶୋ' ନ କରିବାକୁ କଲେ ଦାବି । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ଭାରତରେ ଜାରି ରହିଛି କ୍ରିକେଟ ମହାକୁମ୍ଭ । ଏହି ବଡ଼ ଟୁର୍ଣ୍ଣାମେଣ୍ଟକୁ ଉପଭୋଗ କରିବା ଲାଗି ଦେଶର ବିଭିନ୍ନ ଷ୍ଟାଡିୟମରେ ଦର୍ଶକଙ୍କ ଖଚାଖଚ ଭିଡ଼ ଦେଖିବାକୁ ମିଳିଛି । ଏହାସହ ଦର୍ଶକଙ୍କୁ ଆହୁରି ମନୋରଞ୍ଜନ ଯୋଗାଇବା ଲାଗି ମ୍ୟାଚ ଚାଲିଥିବା ଭିତରେ ଲାଇଟ ଶୋ' କରାଯାଉଛି । ଯାହାକୁ ନାପସନ୍ଦ କରିଛନ୍ତି ଅଷ୍ଟ୍ରେଲିଆ ବ୍ୟାଟର୍‌ ଗ୍ଲେନ ମ୍ୟାକ୍ସୱେଲ । ଏହାକୁ 'ଡମ୍ବସେଟ୍‌ ଆଇଡିଆ' ବୋଲି ମ୍ୟାକ୍ସୱେଲ କହିଛନ୍ତି । ଏହାସହିତ ଖେଳ ମଝିରେ ହେଉଥିବା ଲାଇଟ୍‌ ଶୋ'କୁ ବନ୍ଦ କରିବା ଲାଗି ସେ ଦାବି କରିଛନ୍ତି ।

  • I absolutely loved the light show, what an atmosphere. It’s all about the fans. Without you all we won’t be able to do what we love. 🙏🙏🙏 https://t.co/ywKVn5d5gc

    — David Warner (@davidwarner31) October 25, 2023 " class="align-text-top noRightClick twitterSection" data=" ">

ଗତକାଲି (ବୁଧବାର) ଦିଲ୍ଲୀ ସ୍ଥିତ ଅରୁଣ ଜେଟଲି ଷ୍ଟାଡିୟମରେ ନେଦରଲ୍ୟାଣ୍ଡ ଓ ଅଷ୍ଟ୍ରେଲିଆ ମଧ୍ୟରେ ମ୍ୟାଚ୍‌ ଖେଳାଯାଇଥିଲା । ଏଥିରେ ମ୍ୟାକ୍ସୱେଲ ରେକର୍ଡ ଶତକ ହାସଲ କରିଥିଲେ । ଏହାପରେ ପ୍ରତିକ୍ରିୟା ରଖି ସେ କହିଥିଲେ, " ଖେଳ ମଝିରେ ଲାଇଟ ଶୋ' ଦର୍ଶକଙ୍କ ଲାଗି ଭଲ, ହେଲେ ଖେଳାଳିଙ୍କ ଲାଗି ଭୟାନକ । ମୁଁ ବିଗ ବ୍ୟାସ୍‌ ଲିଗ୍‌ ସମୟରୁ ଏହାକୁ ଅନୁଭବ କରିଥିଲି । ଏହି ଲିଗ୍‌ ସମୟରେ ଷ୍ଟାଡିୟମରେ ବିଦ୍ୟୁତ ଚାଲିଯାଇଥିଲା । ଲାଇଟ ଶୋ' ଲାଗି ଅନ୍ଧାର ହେବା ପରେ ପୁଣି ଲାଇଟ୍‌ ଲାଗିବା ପରେ ଆଖିରେ କଷ୍ଟ ଅନୁଭବ ହେବା ସହ ମୁଣ୍ଡବିନ୍ଧା ହୋଇଥାଏ । ଲାଇଟ ଶୋ' ପରେ ପୁଣି ବଡ଼ ଲାଇଟ୍‌ ଲାଗିବା ପରେ ଆଖି ଉପରେ ପ୍ରେସର ପଡିଥାଏ ।"

ଏହା ବି ପଢନ୍ତୁ- Cricket World Cup 2023: ଦିଲ୍ଲୀରେ ମ୍ୟାକ୍ସୱେଲ୍‌ ଝଡ଼, ଦିନିକିଆ ବିଶ୍ବକପ୍‌ ଇତିହାସରେ ଦୃତତମ ଶତକ

  • Maa Tujhe Salaam + Vande Mataram + The Light show at Arun Jaitley Stadium in Delhi.

    - This is Goosebumps...!!!🇮🇳pic.twitter.com/2GpiAny3XZ

    — CricketMAN2 (@ImTanujSingh) October 11, 2023 " class="align-text-top noRightClick twitterSection" data=" ">

ମ୍ୟାକ୍ସୱେଲ ଆହୁରି କହିଛନ୍ତି,"ବିଗ୍‌ ବ୍ୟାସ୍‌ ଲିଗ୍‌ ସମୟରେ ଅଷ୍ଟ୍ରେଲିଆ ସ୍ଥିତ ପର୍ଥ ଷ୍ଟାଡିୟମରେ ଲାଇଟ ଶୋ' ଲାଗି ବିଦ୍ୟୁତ ସରବରାହ ବାଧାପ୍ରାପ୍ତ ହୋଇଥିଲା । ଯେତେବେଳେ ଲାଇଟ୍‌ ପୁଣି ଆସିଥିଲା, ସେତେବେଳେ ମୋତେ କଷ୍ଟ ଅନୁଭବ ହୋଇଥିଲା । ସ୍ଥିତି ଏପରି ହୋଇଥିଲା ଯେ ମୁଁ ମୋ ଆଖିକୁ ଲାଇଟରୁ ବଞ୍ଚାଇବା ଲାଗି ଉଦ୍ୟମ କରୁଥିଲି । ଏଣୁ ଲାଇଟ ଶୋ' ଲାଗି ଲାଇଟ ବନ୍ଦ କରି ପୁନଃ ଚାଲୁ କରିବା ଖେଳାଳିଙ୍କ ଲାଗି ଭୟାନକ ।"

ମ୍ୟାକ୍ସୱେଲଙ୍କୁ ଏଥିଲାଗି ସମର୍ଥନ କରିନାହାନ୍ତି ଅନ୍ୟତମ ଅଷ୍ଟ୍ରେଲିଆ ବ୍ୟାଟର୍‌ ଡେଭିଡ ୱାର୍ଣ୍ଣର । ସୋସିଆଲ ମିଡିଆରେ ବେଶ ସକ୍ରିୟ ରହୁଥିବା ୱାର୍ଣ୍ଣର ଏ ନେଇ ଏକ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି । ଏଥିରେ ସେ ଲେଖିଛନ୍ତି, "ମୁଁ ଲାଇଟ ଶୋ'କୁ ବହୁତ ପସନ୍ଦ କରେ । ଏହା ନିଶ୍ଚିତ ଚିତ୍ତାକର୍ଷକ । ଏହା କେବଳ ପ୍ରଶଂସକଙ୍କ ଲାଗି ।" ୱାର୍ଣ୍ଣର ଏ ନେଇ ଭିନ୍ନ ମତ ଦେଇଛନ୍ତି । ସେ ମ୍ୟାକ୍ସୱେଲଙ୍କ ସହ ସମର୍ଥନ ନଥିବା ଏହି ପୋଷ୍ଟରୁ ଜଣାପଡୁଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.