ETV Bharat / sports

ETV Bharat Exclusive: Cricket World Cup 2023: ଟ୍ରଫି ଜିତିବାକୁ ଭାରତ ପାଇଁ ସୁବର୍ଣ୍ଣ ସୁଯୋଗ କହିଲେ ଲାଲଚାନ୍ଦ

author img

By ETV Bharat Odisha Team

Published : Sep 30, 2023, 3:54 PM IST

Updated : Sep 30, 2023, 6:14 PM IST

ଟ୍ରଫି ଜିତିବାକୁ ଭାରତ ପାଇଁ ସୁବର୍ଣ୍ଣ ସୁଯୋଗ କହିଲେ ଲାଲଚାନ୍ଦ
ଟ୍ରଫି ଜିତିବାକୁ ଭାରତ ପାଇଁ ସୁବର୍ଣ୍ଣ ସୁଯୋଗ କହିଲେ ଲାଲଚାନ୍ଦ

ବିଶ୍ବକପ୍‌ ୨୦୨୩ ଟ୍ରଫି ଭାରତ ନିଶ୍ଚୟ ଜିତିବ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ପୂର୍ବତନ ଭାରତୀୟ କ୍ରିକେଟର ତଥା ଭାରତୀୟ କ୍ରିକେଟ ଦଳର ପୂର୍ବତନ ମ୍ୟାନେଜର ଲାଲଚାନ୍ଦ ରାଜପୁତ । ଇଟିଭି ଭାରତ ସହ ସ୍ବତନ୍ତ୍ର ସାକ୍ଷାତକାରରେ ସେ ଆଉ କଣ କହିଛନ୍ତି ଶୁଣନ୍ତୁ । ଅଧିକ ପଢ଼ନ୍ତୁ

ହାଇଦ୍ରାବାଦ: ଦିନିକିଆ କ୍ରିକେଟର ମହାକୁମ୍ଭ ବିଶ୍ବକପ୍‌ ୨୦୨୩ ଟ୍ରଫି ଜିତିବା ପାଇଁ ଭାରତ ପାଖରେ ଏହା ସୁବର୍ଣ୍ଣ ସୁଯୋଗ । ଏଭଳି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ପୂର୍ବତନ ଭାରତୀୟ କ୍ରିକେଟର ତଥା ଭାରତୀୟ କ୍ରିକେଟ ଦଳର ପୂର୍ବତନ ମ୍ୟାନେଜର ଲାଲଚାନ୍ଦ ରାଜପୁତ । ରୋହିତ ବାହିନୀ ଏଥର ବିଶ୍ବକପ ଟ୍ରଫି ନିଶ୍ଚୟ ଜିତିବ ଓ ଜିତିବା ଉଚିତ ବୋଲି ସେ କହିଛନ୍ତି । ମହେନ୍ଦ୍ର ସିଂହ ଧୋନୀଙ୍କ ନେତୃତ୍ବରେ ଭାରତ ୨୦୦୭ ଟି୨୦ ବିଶ୍ବକପ୍‌ ଚମ୍ପିଆନ୍‌ ହୋଇଥିଲା । ସେତେବେଳେ ଭାରତୀୟ କ୍ରିକେଟ ଦଳର ମ୍ୟାନେଜର ରହିଥିଲେ ଲାଲଚାନ୍ଦ ରାଜପୁତ । ତେବେ ଏଥର ଦିନିକିଆ ବିଶ୍ବକପ୍‌ ଆରମ୍ଭ ହେବା ପୂର୍ବରୁ ଇଟିଭି ଭାରତ ସହ ସ୍ବତନ୍ତ୍ର ସାକ୍ଷାତକାରରେ ସେ ଏଭଳି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ।

'୮ ନମ୍ବର ପାଇଁ ଅଶ୍ବିନ ଯଥେଷ୍ଟ': ସେ କହିଛନ୍ତି, "ବିଶ୍ବକପ୍‌ ଭଳି ଗୁରୁତ୍ବପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟରେ ଭାରତ ଯଦି ୩ ଜଣ ପେସର୍‌ ଖେଳାଏ, ତେବେ ମହମ୍ମଦ ସିରାଜ ଓ ଯଶପ୍ରୀତ ବୁମ୍‌ରାଙ୍କ ସହ ମୁଁ ମହମ୍ମଦ ସାମିଙ୍କୁ ଦେଖିବାକୁ ପସନ୍ଦ କରିବି । ୮ ନମ୍ବର ସ୍ଥାନରେ ବ୍ୟାଟର ଖେଳାଇବା ଉଚିତ । ହେଲେ ଟିମ୍‌ ମ୍ୟାନେଜମେଣ୍ଟ ଏହି ସ୍ଥାନରେ ଜଣେ ବୋଲରଙ୍କୁ ଖେଳାଇବାକୁ ଚାହାନ୍ତି, ଯିଏ ଭଲ ବ୍ୟାଟିଂ ମଧ୍ୟ କରିବାରେ ସକ୍ଷମ ହେବେ । ଏଥିପାଇଁ ଆପଣଙ୍କ ପାଖରେ ହାର୍ଦ୍ଦିକ ପାଣ୍ଡ୍ୟା ଓ ତାଙ୍କ ପରେ ରବିନ୍ଦ୍ର ଜାଡେଜା ମଧ୍ୟ ରହିଛନ୍ତି, ଯିଏ ୭ମ ସ୍ଥାନରେ ବ୍ୟାଟିଂ କରିପାରିବେ । ଯଦି ଦଳ କେବଳ ୨ ଜଣ ଦୃତ ବୋଲରଙ୍କୁ ଖେଳାଇବାକୁ ଚାହେଁ, ତେବେ ସ୍ପିନର ରବିଚନ୍ଦ୍ରନ ଅଶ୍ବିନ ମଧ୍ୟ ୮ମ ସ୍ଥାନରେ ଖେଳି ପାରିବେ ।"

ଏହା ମଧ୍ୟ ପଢ଼ନ୍ତୁ...WORLD CUP 2023: ‘ଚହଲଙ୍କ ସିଲେକ୍ସନ ନହେବା ଆଶ୍ଚର୍ଯ୍ୟଜନକ, ଭାରତୀୟ ପିଚରେ ସେ ମ୍ୟାଚ ଓ୍ବିନର’

'ଗିଲଙ୍କ ନିକଟରୁ ଅନେକ ଆଶା': ସେ କହିଛନ୍ତି, "ମୁଁ ଭାବୁଛି, ଭାରତ ୨୦୨୩ ବିଶ୍ବକପ୍‌ ଟ୍ରଫି ଜିତିବା ଉଚିତ । ଯେଉଁଭଳି ଭାବେ ନିକଟରେ ଭାରତୀୟ ଦଳ ପ୍ରଦର୍ଶନ ଜାରି ରଖିଛି, ବିଶେଷ କରି ଯେଉଁଭଳି ଏସିଆ କପ୍‌ ଟ୍ରଫି ଜିତିଛି, ଏହି ଦଳ ଏଭଳି ଏକ ଦଳ ଯାହା ବର୍ତ୍ତମାନ ବିଶ୍ବକପ୍‌ ଜିତିବା ପାଇଁ ଭୋକରେ ଥିବା ପରି ଜଣାପଡ଼ୁଛି ।" ତେବେ ଭାରତ ପାଇଁ ବିଶ୍ବକପ୍‌ରେ ଶୁଭମନ ଗିଲ 'କି'-ପ୍ଲେୟର ହେବେ ବୋଲି ଆଶା କରିଛନ୍ତି ଲାଲଚାନ୍ଦ । ସେ କହିଛନ୍ତି, "କ୍ରିକେଟ ଏକ ଦଳଗତ ଖେଳ । ହେଲେ ଦଳରେ ଏଭଳି ନିଶ୍ଚୟ କିଛି ଖେଳାଳି ରହିବେ, ଯେଉଁମାନଙ୍କଠାରୁ ବହୁ ଆଶା ରହିବ । ଗିଲ୍‌ ତାଙ୍କର ସର୍ବଶ୍ରେଷ୍ଠ ଫର୍ମରେ ରହିଛନ୍ତି, କୋହଲି ଓ ରାହୁଲ ଏସିଆ କପ୍‌ରେ ଶତକ ହାସଲ କରଛନ୍ତି । ଅଧିନାୟକ ରୋହତ ଶର୍ମା ଭଲ ଫର୍ମରେ ନଜର ଆସିଛନ୍ତି ଏବଂ ଶ୍ରେୟସ ଆୟର ମଧ୍ୟ ଭଲ ପ୍ରଦର୍ଶନ ସହିତ ନିକଟରେ ଏକ ଶତକ ହାସଲ କରିଛନ୍ତି ।" ହେଲେ ଶୁଭମନ ଗିଲଙ୍କ ନିକଟରୁ ଅନେକ ଆଶା ରହିଥିବା ସେ କହିଛନ୍ତି ।

'ଜାଡେଜାଙ୍କ ଖରାପ ଫର୍ମ ଚିନ୍ତାଜନକ ନୁହେଁ': ବିଶେଷ କରି ଦିନିକିଆରେ ରବିନ୍ଦ୍ର ଜାଡେଜାଙ୍କ ବ୍ୟାଟିଂ ଫର୍ମକୁ ନେଇ ପଚାରିବାରୁ ସେ କହିଛନ୍ତି, "ତାଙ୍କ ଫର୍ମକୁ ନେଇ ମୁଁ ଆଦୌ ଚିନ୍ତିତ ନୁହେଁ, କାରଣ ସେ ଜଣେ ମ୍ୟାଚ୍‌ ବିଜୟୀ ଖେଳାଳି । ସେ ଜଣେ ବୋଲିଂ-ଅଲରାଉଣ୍ଡର ଏବଂ ସେ ଭଲ ବ୍ୟାଟିଂ ମଧ୍ୟ କରିପାରନ୍ତି । ଏହା ସହିତ ସେ ଜଣେ ତୀକ୍ଷ୍‌ଣ ଫିଲ୍‌ଡର ମଧ୍ୟ । ଯଦିଓ ନିକଟରେ ସେ ଭଲ ବ୍ୟାଟିଂ କରିପାରିନାହାନ୍ତି, ହେଲେ ମ୍ୟାଚ୍‌ ସହିତ ସେ ତାଙ୍କର ଫର୍ମ ନିଶ୍ଚୟ ଫେରିପାଇବେ ବୋଲି ମୁଁ ଆଶାବାଦୀ ।" ଭାରତ ଅନେକ ଥର ନକ୍‌-ଆଉଟ୍‌ ମ୍ୟାଚ୍‌ରେ ବିଫଳ ହେବା ନେଇ ସେ କହିଛନ୍ତି, "ଯେତେବେଳେ ଏହା ନକ୍‌-ଆଉଟ୍‌ ଗେମ୍‌ର କଥା ଆସେ, ଆପଣଙ୍କୁ ସର୍ବଶ୍ରେଷ୍ଠ ପ୍ରଦର୍ଶନ ଦେବାକୁ ହେବ । ଏହାକୁ ସେମି-ଫାଇନାଲ ବା ଫାଇନାଲ୍‌ ମ୍ୟାଚ୍‌ ଭାବିବା ଆବଶ୍ୟକ ନାହିଁ । କେବଳ ଅନ୍ୟ ଏକ ମ୍ୟାଚ୍‌ ଭାବି ଖେଳିବାକୁ ହେବ । କାରଣ ଯେତେବେଳେ ଏହି ମ୍ୟାଚ୍‌କୁ ଆମେ ବଡ଼ ମ୍ୟାଚ୍‌ ବୋଲି ଭାବୁ, ସେତେବେଳେ ଆମ ନିଜ ଉପରେ ଆମେ ଚାପ ସୃଷ୍ଟି କରିଥାଉ ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated :Sep 30, 2023, 6:14 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.