ETV Bharat / sports

ଫ୍ରିଡମ୍‌ ଟ୍ରଫି: ଦକ୍ଷିଣ ଆଫ୍ରିକା ବିପକ୍ଷରେ ଗାନ୍ଧୀ-ମାଣ୍ଡେଲା ସିରିଜ୍‌ ଖେଳିବ ଭାରତ, ଜାଣନ୍ତୁ କଣ ଏହାର ଇତିହାସ

author img

By ETV Bharat Odisha Team

Published : Dec 24, 2023, 10:25 PM IST

ଦକ୍ଷିଣ ଆଫ୍ରିକା ବିପକ୍ଷରେ ଗାନ୍ଧୀ-ମାଣ୍ଡେଲା ସିରିଜ୍‌ ଖେଳିବ ଭାରତ
ଦକ୍ଷିଣ ଆଫ୍ରିକା ବିପକ୍ଷରେ ଗାନ୍ଧୀ-ମାଣ୍ଡେଲା ସିରିଜ୍‌ ଖେଳିବ ଭାରତ

Freedom Trophy: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଉଥିବା ସମସ୍ତ ଦ୍ବିପାକ୍ଷିକ ସିରିଜ୍‌କୁ ଗାନ୍ଧୀ-ମାଣ୍ଡେଲା ସିରିଜ୍‌ ନାମରେ ନାମକରଣ କରିଛନ୍ତି ଦୁଇ ଦେଶର ବୋର୍ଡ । ଫ୍ରିଡମ୍‌ ଟ୍ରଫିରେ ରହିଛି ମହାତ୍ମା ଗାନ୍ଧୀ ଓ ନେଲସନ ମାଣ୍ଡେଲାଙ୍କ ଫଟୋଚିତ୍ର । ଅଧିକ ପଢ଼ନ୍ତୁ

ହାଇଦ୍ରାବାଦ: ଦକ୍ଷିଣ ଆଫ୍ରିକା ଗସ୍ତରେ ଥିବା ଭାରତୀୟ ଦଳ ଆସନ୍ତା ମଙ୍ଗଳବାର (୨୬ ଡିସେମ୍ବର)ରୁ ଘରୋଇ ଦଳ ବିପକ୍ଷରେ ଟେଷ୍ଟ ଶୃଙ୍ଖଳା ଅଭିଯାନ ଆରମ୍ଭ କରିବ । ଦୁଇ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍‌ ଉଭୟ ଘରୋଇ ଓ ଭ୍ରମଣକାରୀ ଦଳ ପାଇଁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ । ତେବେ ଏହି ସିରିଜ୍‌ ପାଇଁ ପ୍ରସ୍ତୁତ ରହିଥିବା ଟ୍ରଫିରେ ମହାତ୍ମା ଗାନ୍ଧୀ ଓ ନେଲ୍‌ସନ୍‌ ମାଣ୍ଡେଲାଙ୍କ ଫଟୋ ରହିଥାଏ । କେବଳ ସେତିକି ନୁହେଁ, ଯେତେବେଳେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦ୍ବିପାକ୍ଷିକ ସିରିଜ୍ ଖେଳାଯାଏ, ଏହାକୁ ମହାତ୍ମା ଗାନ୍ଧୀ-ନେଲସନ ମାଣ୍ଡେଲା ସିରିଜ୍‌ ବୋଲି ମଧ୍ୟ କୁହାଯାଏ । ତେବେ ଜାଣନ୍ତୁ ଏହା ପଛରେ ରହିଥିବା ଇତିହାସ ।

ଗାନ୍ଧୀ-ମାଣ୍ଡେଲା ଆଣିଥିଲେ ସ୍ବାଧୀନତା: ଆମେ ସମସ୍ତେ ଜାଣୁ, ଭାରତକୁ ସ୍ବାଧୀନତା ଆଣିବାରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କର ସର୍ବାଧିକ ଅବଦାନ ଥିଲା । ଅନ୍ୟପଟେ ଦକ୍ଷିଣ ଆଫ୍ରିକାରେ ନେଲସନ ମାଣ୍ଡେଲାଙ୍କୁ ସେହି ଦେଶର ମହାତ୍ମା ଗାନ୍ଧୀ ବୋଲି ବିବେଚନା କରାଯାଏ । ଏହି ଦୁଇ ଦେଶକୁ ସ୍ବାଧୀନ କରାଇବାରେ ଉଭୟ ଗାନ୍ଧୀ ଓ ମାଣ୍ଡେଲା କଠିନ ସଂଘର୍ଷ କରିଛନ୍ତି । ମହାତ୍ମା ଗାନ୍ଧୀ ଏବଂ ନେଲସନ ମାଣ୍ଡେଲା ଅହିଂସା ତଥା ଅସହଯୋଗକୁ ମୂଳ ଅସ୍ତ୍ର ଭାବରେ ବ୍ୟବହାର କରି ନିଜ ନିଜ ଦେଶକୁ ଇଂରେଜଙ୍କ କବଳରୁ ମୁକ୍ତ କରିଥିଲେ ।

୨୦୧୫ରୁ ଆରମ୍ଭ ହୋଇଛି ଗାନ୍ଧୀ-ମାଣ୍ଡେଲା ସିରିଜ: ଉଭୟ ଜାତିର ଶ୍ରେଷ୍ଠ ନେତାଙ୍କ ଉଦ୍ଦେଶ୍ୟରେ ଦ୍ବିପାକ୍ଷିକ ସିରିଜ୍‌କୁ ଉତ୍ସର୍ଗ କରିବାକୁ ବିସିସିଆଇକୁ ୨୦୧୫ରେ ପ୍ରସ୍ତାବ ଦେଇଥିଲା ଦକ୍ଷିଣ ଆଫ୍ରିକା କ୍ରିକେଟ୍ ବୋର୍ଡ । ଏହାପରେ ଉଭୟ ଦେଶର କ୍ରିକେଟ୍ ବୋର୍ଡ ଏକତ୍ର ନିଷ୍ପତ୍ତି ନେଇଥିଲେ ଯେ ଏହି ଦୁଇ ଦେଶ ମଧ୍ୟରେ ଥିବା ସମସ୍ତ ଫର୍ମାଟର ଦ୍ବିପାକ୍ଷିକ ସିରିଜ୍‌ ଗାନ୍ଧୀ-ମାଣ୍ଡେଲା ସିରିଜ୍‌ ନାମରେ ନାମିତ ହେବ । ଏହା ବ୍ୟତୀତ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟେଷ୍ଟ ସିରିଜ୍ ମଧ୍ୟ ଫ୍ରିଡମ୍‌ ଟ୍ରଫି ନାମରେ ଜଣାଶୁଣା । ଏହି ଟ୍ରଫି ମହାତ୍ମା ଗାନ୍ଧୀ ଏବଂ ନେଲସନ ମାଣ୍ଡେଲାଙ୍କ ଦ୍ବାରା କରାଯାଇଥିବା ମହତ କାର୍ଯ୍ୟକୁ ଉତ୍ସର୍ଗ କରିଥାଏ । ଏହି ଟ୍ରଫିରେ ମହାତ୍ମା ଗାନ୍ଧୀ ଏବଂ ନେଲସନ ମାଣ୍ଡେଲାଙ୍କ ଫଟୋଚିତ୍ର ମଧ୍ୟ ରହିଛି ।

ଏହା ମଧ୍ୟ ପଢ଼ନ୍ତୁ...ଭାରତ ନୁହେଁ ଲଣ୍ଡନ ଯାଇଥିଲେ କୋହଲି, ଦକ୍ଷିଣ ଆଫ୍ରିକା ଫେରି ଆରମ୍ଭ କଲେ ଅଭ୍ୟାସ

ପ୍ରକାଶଯୋଗ୍ୟ, ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି୨୦ ଓ ଦିନିକିଆ ଶୃଙ୍ଖଳା ସରିଛି । ଏହାପରେ ଉଭୟ ଦଳ ୨ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ଶୃଙ୍ଖଳା ଖେଳିବେ । ପ୍ରଥମ ଟେଷ୍ଟ ଡିସେମ୍ବର ୨୬ (ମଙ୍ଗଳବାର)ରୁ ଆରମ୍ଭ ହୋଇ ୩୦ ଡିସେମ୍ବର (ଶନିବାର) ଶେଷ ହେବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.