ETV Bharat / sports

କେଏଲ ରାହୁଲ ଫିଟ୍‌ ନା ଅନଫିଟ୍‌, ଆଜି ଦେବେ ପରୀକ୍ଷା

author img

By ETV Bharat Odisha Team

Published : Sep 4, 2023, 7:20 AM IST

kl rahul fitness test today at nca
kl rahul fitness test today at nca

କେଏଲ ରାହୁଲ ଫିଟ ନା ଅନଫିଟ । ଆଜି ଜାତୀୟ କ୍ରିକେଟ ଏକାଡେମୀରେ ଫିଟନେସ ପରୀକ୍ଷା ଦେବେ ରାହୁଲ । ଅଧିକ ପଢନ୍ତୁ

ହାଇଦ୍ରାବାଦ: ଏସିଆ କପ ସ୍କ୍ବାଡରେ ସ୍ଥାନ ପାଇଛନ୍ତି ରାହୁଲ । କିନ୍ତୁ ପ୍ରଥମ ମ୍ୟାଚ ଖେଳି ନଥିବା ବେଳେ ଆଜି ନେପାଳ ବିପକ୍ଷରେ ଥିବା ଦ୍ବିତୀୟ ମ୍ୟାଚ ମଧ୍ୟ ଖେଳିବେ ନାହିଁ ରାହୁଲ । ସମ୍ପୂର୍ଣ୍ଣ ଫିଟ ନଥିବାରୁ ରାହୁଲ ଏହି 2 ମ୍ୟାଚ ଖେଳିବେ ନାହିଁ ବୋଲି ପୂର୍ବରୁ ଚୟନକର୍ତ୍ତା କହିଥିଲେ । ତେବେ ସେ ଆଗକୁ ବାକି ମ୍ୟାଚ ଖେଳିବେ ନା ନାହିଁ ତାହା ଆଜି ସ୍ପଷ୍ଟ ହୋଇଯିବ । ଓ୍ବିକେଟ କିପର କେଏଲ ରାହୁଲ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି ନା ନାହାନ୍ତି ତାହା ଆଜି ପରୀକ୍ଷା ହେବ। ଜାତୀୟ କ୍ରିକେଟ ଏକାଡେମୀରେ ଫିଟନେସ ପରୀକ୍ଷା ଦେବେ ରାହୁଲ । ଯଦି ସେ ଫିଟ ଥିବେ ତେବେ ବାକି ମ୍ୟାଚ ଖେଳିବାକୁ ସୁଯୋଗ ମିଳିପାରେ ।

ଫିଟନେସ ପରୀକ୍ଷାରେ ଯଦି ପାସ କରନ୍ତି ତେବେ ଏସିଆ କପର ବାକି ମ୍ୟାଚରେ ଚୟନକର୍ତ୍ତା ତାଙ୍କୁ 5 ନମ୍ବରରେ ବ୍ୟାଟିଂ ପାଇଁ ପଠାଇବାକୁ ଚିନ୍ତା କରିଛି । ରାହୁଲ ମଧ୍ୟ ଏଥି ପାଇଁ ପ୍ରସ୍ତୁତ ଥିବା ଅନୁମାନ କରାଯାଉଛି । ଆହତ ହେବା ପର ଠାରୁ କୌଣସି ଅନ୍ତର୍ଜାତୀୟ ମ୍ୟାଚ ଖେଳିନାହାନ୍ତି ରାହୁଲ । ଆଇପିଏଲ ସମୟରେ ବେଙ୍ଗାଲୁରୁ ବିପକ୍ଷରେ ଖେଳାଯାଉଥିବା ମ୍ୟାଚରେ ସେ ଫିଲ୍ଡିଂ କରୁଥିବା ସମୟରେ ଆହତ ହୋଇଥିଲେ । ଏହାପରେ ଲଣ୍ଡନ ଯାଇ ଅସ୍ତ୍ରୋପଚାର କରିଥିଲେ । ଧିରେ ଧିରେ ସୁସ୍ଥ ହେଉଥିବା ରାହୁଲଙ୍କୁ ଏସିଆ କପ ସ୍କ୍ବାଡରେ ସ୍ଥାନ ମିଳିଛି । କେଏଲ୍‌ ରାହୁଲ ସମ୍ପୂର୍ଣ୍ଣ ଫିଟ୍ ନଥିବା ସତ୍ତ୍ଵେ ଦଳରେ କାହିଁକି ସାମିଲ କରାଗଲା ବୋଲି ପ୍ରଶ୍ନ ଉଠିଥିଲା ।

ଏହା ମଧ୍ୟ ପଢନ୍ତୁ-Asia Cup 2023: ୨୪୫ରେ ଅଟକିଲା ଆଫଗାନିସ୍ତାନ, ୮୯ ରନରେ ବାଂଲାଦେଶ ବିଜୟୀ

ଏନେଇ ଭାରତୀୟ ଦଳର ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର କହିଥିଲେ ଯେ, "ଏନ୍‌ସିଏରେ କିଛି ଅଭ୍ୟାସ ମ୍ୟାଚ୍‌ରେ କେଏଲ୍‌ ରାହୁଲଙ୍କ ଫିଟନେସ୍ ଭଲ ଥିବା ଦେଖିବାକୁ ମିଳିଥିଲା । ଏସିଆ କପର 2ଟି ମ୍ୟାଚ ସେ ଖେଳି ପାରିବେନି। କିନ୍ତୁ ଏହାପରେ ସେ ଫିଟ ହୋଇଯିବେ ବୋଲି ଆଶା। ସେ ଆମ ପାଇଁ ଜଣେ ଗୁରୁତ୍ବପୂର୍ଣ୍ଣ ଖେଳାଳି । ଆମ ପାଇଁ ଆଶ୍ଵସ୍ତିକର ବିଷୟ ହେଉଛି ତାଙ୍କର ସର୍ଜରୀ ସଫଳ ହୋଇଥିଲା ଏବଂ ଏବେ ତାଙ୍କର ପୁରୁଣା ଆହତ ଜନିତ ସମସ୍ୟା ଆଉ ନାହିଁ ।

ତେବେ ରାହୁଲ ସମ୍ପୂର୍ଣ୍ଣ ଫିଟ ନଥିବାରୁ ଟିମ୍‌ ସହ ଶ୍ରୀଲଙ୍କା ଗସ୍ତ କରି ନାହାନ୍ତି । ବ୍ୟାକ୍‌ଅପ୍‌ ୱିକେଟ୍‌କିପର୍‌ ଭାବରେ ସଞ୍ଜୁ ସାମ୍‌ସନଙ୍କୁ ଦଳରେ ନିଆଯାଇଛି । ଆଜି ବେଙ୍ଗାଲୁରୁ ସ୍ଥିତ ନ୍ୟାସନାଲ କ୍ରିକେଟ୍ ଏକାଡେମୀ (ଏନସିଏ)ରେ ଫିଟନେସ ପରୀକ୍ଷା ଦେବେ ରାହୁଲ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.