ETV Bharat / sports

ଖୁବଶୀଘ୍ର ବାଜିବ ରାହୁଲ-ଆଥିୟାଙ୍କ ସାହାନାଇ

author img

By

Published : Sep 6, 2022, 11:18 AM IST

ଖୁବଶୀଘ୍ର ବାଜିବା ରାହୁଲ ଆଥିୟାଙ୍କ ସାହାନାଇ
ଖୁବଶୀଘ୍ର ବାଜିବା ରାହୁଲ ଆଥିୟାଙ୍କ ସାହାନାଇ

ଖୁବଶୀଘ୍ର କ୍ରିକେଟର କେ ଏଲ ରାହୁଲ ଓ ବଲିଉଡ୍‌ ଅଭିନେତା ସୁନୀଲ ସେଟ୍ଟୀଙ୍କ ଝିଅ ଆଥିୟା ସେଟ୍ଟୀ ବିବାହ କରିବାକୁ ଯାଉଛନ୍ତି । ଅଧିକ ପଢନ୍ତୁ

ହାଇଦ୍ରାବାଦ: ଖୁବଶ୍ରୀଘ୍ର ବାଜିବ କ୍ରିକେଟର କେ ଏଲ ରାହୁଲ ଓ ବଲିଉଡ୍‌ ଅଭିନେତା ସୁନୀଲ ସେଟ୍ଟୀଙ୍କ ଝିଅ ଆଥିୟା ସେଟ୍ଟୀଙ୍କ ସହାନାଇ । ଉଭୟ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ରାହୁଲ ଆଥିୟା । ଏ ନେଇ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି । ବିବାହ ସ୍ଥାନ ବି ସ୍ଥିର ହୋଇସାରିଛି । ଅନେକ ଦିନ ହେବ ଦୁହିଁଙ୍କ ବିବାହକୁ ନେଇ ଚର୍ଚ୍ଚା ହେଉଥିଲା ଯାହା ଉପରେ ପୂର୍ଣ୍ଣଚ୍ଛେଦ ପଡିବାକୁ ଯାଉଛି ।

କିଛି ଦିନ ତଳେ ଉଭୟ ତାଙ୍କ ସମ୍ପର୍କ ନେଇ ଫ୍ୟାନ୍ସଙ୍କୁ ଜଣାଇଥିଲେ । ଏହାପରେ ତାଙ୍କ ବିବାହକୁ ନେଇ ଫ୍ୟାନ୍ସ ଉତ୍ସାହିତ ଥିଲେ। ମିଡିଆ ରିପୋର୍ଟ ଅନୁସାରେ ରାହୁଲ ଓ ଆଥିୟାଙ୍କ ବିବାହ ମୁମ୍ବାଇର ଏକ ପଞ୍ଚ ତାରକା ହୋଟେଲରେ ନୁହେଁ ବରଂ ଖଡାଲାରେ ସୁନୀଲ ସେଟ୍ଟୀଙ୍କର ଥିବା ଜହାନ ବଙ୍ଗଳାରେ ଧୁମଧାମରେ ହେବ । ଏ ନେଇ ଭେଟେରାନ ଅଭିନେତା ସୁନୀଲ ସେଟ୍ଟୀ ସଙ୍କେତ ଦେଇଛନ୍ତି । କେବେଳ ବିବାହ ତାରିଖକୁ ଅପେକ୍ଷା ।

ଏହା ବି ପଢନ୍ତୁ...Asia Cup 2022: ଆଜି ଭାରତ-ଶ୍ରୀଲଙ୍କା ମୁକାବିଲା

ବ୍ୟସ୍ତ ଅଛନ୍ତି ରାହୁଲ...

ବର୍ତ୍ତମାନ ଭାରତୀୟ କ୍ରିକେଟର ଏସିଆ କପ୍ ଟୁର୍ଣ୍ଣାମେଣ୍ଟ ସିରିଜରେ ବ୍ୟସ୍ତ ଅଛନ୍ତି । ପୂର୍ବରୁ ଶ୍ରୀଲଙ୍କା ବିପକ୍ଷ ସିରିଜରେ ବ୍ୟସ୍ତ ଥିଲେ । ଆଗକୁ ମଧ୍ୟ କ୍ରିକେଟ ସିରିଜ ନେଇ ବ୍ୟସ୍ତ ରହିବେ। ଏହାକୁ ନଜରରେ ରଖି ବିବାହ ତାରିଖ ଘୋଷଣା କରାଯିବ । ଖଣ୍ଡାଲାରେ ବିବାହ ଆୟୋଜନ ହେଉଛି । ଏହାକୁ ଆଧାର କରି ହିଁ ସମସ୍ତ ପ୍ରସ୍ତୁତି କରାଯିବ ।

ଯୋଡି ନେବେ ନିଷ୍ପତ୍ତି...

ଅଭିନେତା ସୁନୀଲ ସେଟ୍ଟୀ ଏକ ସାକ୍ଷାତକାରରେ କହିଛନ୍ତି, ''କେଏଲ ରାହୁଲ ଓ ଆଥିୟା ସେଟ୍ଟୀ ଯାହା ନିଷ୍ପତ୍ତି ନେବେ ସେହି ଅନୁଯାୟୀ ବିବାହ ତାରିଖ ସ୍ଥିର ହେବ । ମୋତେ ଲାଗୁଛି ରାହୁଲଙ୍କ କ୍ରିକେଟ ସୂଚୀକୁ ଦେଖି ପିଲାମାନେ ନିଷ୍ପତ୍ତି ନେବେ । ଏବେ ଏସିଆ କପ୍ ଚାଲିଛି । ଆଗକୁ ବିଶ୍ବକପ ଅଛି ଏହା ସହ ଦକ୍ଷିଣ ଆଫ୍ରିକା ଟୁର ଅଛି । ଗୋଟିଏ ଦିନରେ ବିବାହ ହୁଏନାହିଁ ତେଣୁ ପିଲାମାନଙ୍କୁ ସମୟ ମିଳିଲେ ବିବାହ କାର୍ଯ୍ୟକ୍ରମ ହେବ ।''

ପ୍ରକାଶ ଥାଉ କି, ଅନେକ ଦିନ ହେବ ରାହୁଲ ଓ ଆଥିୟା ପରସ୍ପରକୁ ଡେଟ କରି ଆସୁଛନ୍ତି । ପ୍ରଥମରୁ ଏ ଯୋଡି ସମ୍ପର୍କ ନେଇ ଖୁଲାସା କରି ନଥିଲେ କେବଳ ପରସ୍ପର ବନ୍ଧୁ ବୋଲି କହୁଥିଲେ । ପରେ ଉଭୟଙ୍କ ସମ୍ପର୍କ ନେଇ ମୁହଁ ଖୋଲିଥିଲେ । ଏବେ କେବଳ ବିବାହ ତାରିଖକୁ ଅପେକ୍ଷା କରିଛନ୍ତି ପ୍ୟାନ୍ସ । କେଏଲ ରାହୁଲ ଭାରତୀୟ କ୍ରିକେଟ ଟିମର ଜଣେ ଦକ୍ଷ ଖେଳାଳି । ଭାରତର ଉପଅଧିନାୟକ ଦାୟିତ୍ବ ମଧ୍ୟ ତୁଲାଇଛନ୍ତି । ଆଇପିଏଲର ନୂଆ ଦଳ ଲକ୍ଷ୍ନୌ ସୁପରଜିଆଣ୍ଟସର ଅଧିନାୟକ ଅଛନ୍ତି ରାହୁଲ । ଆଥିୟା ସେଟ୍ଟୀ 2015ରେ ବଲିଉଡରେ ଏଣ୍ଟ୍ରି ମାରିଥିଲେ । ହିରୋ ଫିଲ୍ମ ତାଙ୍କର ପ୍ରଥମ ଫିଲ୍ମ । ଏହାପରେ ସେ ମୁବାରକନ, ମୋତିଚୁର ଫିଲ୍ମରେ ନଜର ଆସିଥିଲେ । ଆଗକୁ ସେ ଫୁଟବଲ ଫ୍ଲେୟାର ଅଫସାନ ଅସିକୀଙ୍କ ବାୟୋପିକରେ ନଜର ଆସିବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.