ETV Bharat / sports

Asia Cup 2022: ଆଜି ଭାରତ-ଶ୍ରୀଲଙ୍କା ମୁକାବିଲା

author img

By

Published : Sep 6, 2022, 9:31 AM IST

ଏସିଆ କପ୍ ସୁପର ଫୋର ରାଉଣ୍ଡରେ ଆଜି ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ମୁକାବିଲା ହେବେ । ଅଧିକ ପଢନ୍ତୁ

Asia Cup 2022 : ଶ୍ରୀଲଙ୍କା ମ୍ୟାଚକୁ ହାଲୁକା ଭାବରେ ନେବନି ଭାରତ
Asia Cup 2022 : ଶ୍ରୀଲଙ୍କା ମ୍ୟାଚକୁ ହାଲୁକା ଭାବରେ ନେବନି ଭାରତ

ହାଇଦ୍ରାବାଦ: ଚଳିତ ଏସିଆ କପ୍ ସୁପର ଫୋର ରାଉଣ୍ଡରେ ଆଜି (ମଙ୍ଗଳବାର) ଭାରତ ଓ ଶ୍ରୀଲଙ୍କା ପରସ୍ପରକୁ ଭେଟିବେ । ଏହି ରାଉଣ୍ଡରେ ଭାରତ ପାକିସ୍ତାନଠୁ ପ୍ରଥମ ମ୍ୟାଚ ହାରିଛି। ଫାଇନାଲରେ ସ୍ଥାନ ପକ୍କା କରିବାକୁ ହେଲେ ଭାରତ ପାଇଁ ପରବର୍ତ୍ତୀ 2ଟି ଯାକ ମ୍ୟାଚ ଜିତିବାକୁ ହେବ । ଭାରତ ପାଇଁ କର ବା ମର ସ୍ଥିତି ସଦୃଶ ହୋଇଛି । ପାକିସ୍ତାନଠୁ ହାରିବା ପରେ ରୋହିତ ବାହିନୀ ଶ୍ରୀଲଙ୍କା ବିପକ୍ଷ ମ୍ୟାଚକୁ ହାଲୁକା ଭାବରେ ନେବ ନାହିଁ । ଆଜିର ମୁକାବିଲା ଜିତିବାକୁ ପୂର୍ବ ତ୍ରୁଟି ସୁଧାରି ଗ୍ରାଉଣ୍ଡକୁ ଓହ୍ଲାଇବ । ସେପଟେ ପର ଫୋର ରାଉଣ୍ଡରେ ଆଫଗାନିସ୍ତାନକୁ ହରାଇ ଦୃଢ ମନୋବଳରେ ରହିଛି ଶ୍ରୀଲଙ୍କା । ଭାରତକୁ ହରାଇ ଫାଇନାଲରେ ସ୍ଥାନ ପକ୍କା କରିବାକୁ ପ୍ରାୟସ କରିବ ଦଳ।

ଏସିଆ କପ୍ ଲିଗ ପର୍ଯ୍ୟାୟରେ ଭାରତ ପ୍ରଥମ ମୁକାବିଲାରେ ପାକିସ୍ତାନକୁ 5 ୱିକେଟରେ ହରାଇଥିଲା । ସୁପର ଫୋର ରାଉଣ୍ଡରେ ପାକିସ୍ତାନ ଭାରତକୁ 5 ୱିକେଟରେ ହରାଇଛି। ସୁପର ଫୋର ମୁକାବିଲାରେ ଭାରତ 181ରନ ସଂଗ୍ରହ ପରେ ବି ପରାସ୍ତ ହୋଇଥିଲା । ବୋଲିଂ ଓ ଫିଲ୍ଡିଂ ସନ୍ତୁଳନ ଅଭାବରୁ ଦଳର ପରାଜୟ ହୋଇଥିଲା । ଦଳର ରଣନୀତି ବିଫଳ ମଧ୍ୟ ପରାସ୍ତର ଏକ କାରଣ। ରବିନ୍ଦ୍ର ଜାଡେଜା ଆହତ ଓ ଅଭେଷ ଖାନ ଅସୁସ୍ଥ ହେବା ଫଳରେ ବୋଲିଂ ବିଭାଗ ଦୁର୍ବଳ ଥିଲା । ଜାଡେଜାଙ୍କ ସ୍ଥାନରେ ଅକ୍ଷର ପଟେଲଙ୍କୁ ଦଳରେ ସାମିଲ କରାଯାଇଥିଲେ ହେଁ ଖେଳିବାକୁ ସୁଯୋଗ ମିଳିନଥିଲା ।

ତାଙ୍କ ସ୍ଥାନରେ ଦୀପକ ହୁଡ୍ଡା ଖେଳିଥିଲେ। ଯଦି ଅଭେଶ ସୁସ୍ଥ ହୁଅନ୍ତି ତେବେ ଏକାଦଳକୁ ଫେରିପାରନ୍ତି । ତୃତୀୟ ଅର୍ଡରରେ ବ୍ୟାଟିଂ ପାଇଁ ଆସୁଥିବା ବିରାଟ କୋହଲି ଧିରେ ଧିରେ ଫର୍ମକୁ ଫେରିଛନ୍ତି। ପାକିସ୍ତାନ ବିପକ୍ଷ ମ୍ୟାଚରେ କୋହଲି ଭଲ ପ୍ରଦର୍ଶନ କରିଥିଲେ । ଆଜି ମଧ୍ୟ ତାଙ୍କ ବ୍ୟାଟରୁ କିଛି ସଫଳ ଇନିଂସ ଆଶା କରାଯାଉଛି । ତେବେ ଆଜିର ମୁକାବିଲାରେ ଭାରତକୁ ପୂର୍ବ ତ୍ରୁଟି ସୁଧାରିବା ସହ ବୋଲିଂ ବିଭାଗ ସୁଦୃଢ କରିବାକୁ ହେବ । ଅଷ୍ଟମ ଥର ପାଇଁ ଏସିଆ କପ ହାତେଇବା ନୂଆ ରଣନୀତି ସହ ମଇଦାନକୁ ଓହ୍ଲାଇବ ରୋହିତ ବାହିନୀ ।

ଏହା ବି ପଢନ୍ତୁ...ଜେମିମା ରୋଡ୍ରିଗସ ପାଇବେ ଆଇସିସି ପ୍ଲେୟର ଅଫ ଦି ମନ୍‌ଥ ଆୱାର୍ଡ

ସେପଟେ ସୁପର 4ର ପ୍ରଥମ ମ୍ୟାଚରେ ଆଫଗାନିସ୍ଥାନକୁ ଶ୍ରୀଲଙ୍କା ହରାଇବା ପରେ ଦଳର ମନୋବଳ ଦୃଢ ରହିଛି । ଏହି ବିଜୟଧାରା ଆଗକୁ ଜାରି ରଖିବାକୁ ଶ୍ରୀଲଙ୍କା ନିଶ୍ଚିତ ଭାବରେ ଚେଷ୍ଟା କରିବ । ଲିଗ ପର୍ଯ୍ୟାୟରେ ଆଫଗାନିସ୍ତାନଠୁ ହାରିଥିଲେ ବି ଦଳ ଏକ ଜବରଦସ୍ତ କମବ୍ୟାକ କରିଥିଲା । ଭାରତକୁ ହରାଇବା ଦଳ ପାଇଁ କଷ୍ଟକର ରହିଥିଲେ ବି ଶ୍ରୀଲଙ୍କା ପାଖରେ ବିପର୍ଯ୍ୟୟ ଘଟାଇବାର କ୍ଷମତା ରହିଛି ।

କୁଶଲ ମେଣ୍ଡିସ ଫର୍ମକୁ ଫେରିବା ଦଳ ପାଇଁ ଶୁଭଙ୍କର ସାବ୍ୟସ୍ତ ହେବ । ଆଜି ଦଳ ନିଶ୍ଚିନ୍ତ ଦମଦାର ରଣନୀତି ନେଇ ମଇଦାନକୁ ଓହ୍ଲାଇବ । ଶ୍ରୀଲଙ୍କା ୫ ଥର ଏସିଆ କପ ଟାଇଟଲ ହାତେଇଛି । ଚଳିତ ବର୍ଷ ଫେବୃଆରୀରେ ଦୁଇ ଦଳ ମଧ୍ୟରେ 3ଟି ଟି-20 ଖେଳାଯାଇଥିଲା 3ଟି ଯାକ ମ୍ୟାଚ ଭାରତ ଜିିତିଥିଲା । ଟସ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରି ଆସିଛି । ଟସ ବିଜୟୀ ଦଳ ଫିଲ୍ଡିଂ ନିଷ୍ପତ୍ତି ନେବା ଏକ ପ୍ରକାର ନିଶ୍ଚିନ୍ତ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.