ବାତିଲ ଟେଷ୍ଟ ହେବ କ୍ରିକେଟ'ର ଖୋଖଲା ଖେଳ: ମାଇକେଲ ଭନ୍‌

author img

By

Published : Sep 13, 2021, 6:41 AM IST

It would be a hollow game of cricket: Vaughan on rescheduled Test

ଇଂଲଣ୍ଡର ପୂର୍ବତନ କ୍ୟାପଟେନ ମାଇକେଲ ଭନ୍‌ ଭାରତ ଓ ଇଂଲଣ୍ଡ ମଧ୍ୟରେ ବାତିଲ ହୋଇଥିବା ଟେଷ୍ଟ ମ୍ୟାଚକୁ ନେଇ ନିଜର ଅସନ୍ତୋଷ ଜାହିର କରିଛନ୍ତି । ଅଧିକ ପଢନ୍ତୁ...

ମାଞ୍ଚେଷ୍ଟର: ଇଂଲଣ୍ଡର ପୂର୍ବତନ କ୍ୟାପଟେନ ମାଇକେଲ ଭନ୍‌ ଭାରତ ଓ ଇଂଲଣ୍ଡ ମଧ୍ୟରେ ବାତିଲ ହୋଇଥିବା ଟେଷ୍ଟ ମ୍ୟାଚକୁ ନେଇ ନିଜର ଅସନ୍ତୋଷ ଜାହିର କରିଛନ୍ତି । ଭନ୍‌ କହିଛନ୍ତି, ଯଦି ପୁନର୍ବାର ଏହି ଟେଷ୍ଟ ଖେଳାଯିବ ତେବେ ସେତିକି ମଜା ଆସିବନି ।

ଆସନ୍ତାବର୍ଷ ଏକ ଟେଷ୍ଟ ମ୍ୟାଚ ଏକ ମଜାକ୍‌ ଭଳି ହେବ, ଯେଉଁଥିରେ କୌଣସି ଉତ୍ସାହ ନଥିବ । ଟେଷ୍ଟ କ୍ରିକେଟରକୁ ସୁନ୍ଦର କରିବାକୁ ୬ ସପ୍ତାହ ମଧ୍ୟରେ ୫ ମ୍ୟାଚ୍‌ ବିଶିଷ୍ଟ ସିରିଜ ହେଉଥିଲା । ବିଜୟ ପାଇଁ ଲୁହ, ଲହୁ, ଝାଳ ବୁହାଉଥିଲେ, କାରଣ ଏହା ଖେଳର ସବୁଠୁ କଠିନ ଫର୍ମାଟ ଅଟେ ।

ଖେଳାଳି ଚିନ୍ତିତ ହେଉଥିଲେ ସେମାନେ କିପରି ରନ ସଂଗ୍ରହ କରିବେ ଓ କିପରି ୱିକେଟ ହାସଲ କରିବେ । ଏବେ ତାଙ୍କୁ ଏପରି କରିବାକୁ ଗୋଟିଏ ବର୍ଷ ଅପେକ୍ଷା କରିବାକୁ ହେବ । ଏହା କେବଳ ଏକ ଟେଷ୍ଟ ହେବ ଯାହା ଟେଲିଭିଜନ ଅନୁବନ୍ଧିତକୁ ସଂପୂର୍ଣ୍ଣ କରିବାକୁ ଖେଳାଯିବ, ଏହା ବ୍ୟର୍ଥ ହେବ । ଏହି ସିରିଜ ଶେଷ ହୋଇସାରିଛି ।

୪୬ ବର୍ଷୀୟ କମେଣ୍ଟେଟର କହିଛନ୍ତି ବାୟୋ-ବବଲରେ ଖେଳାଳିଙ୍କ ପ୍ରତି ସହାନୁଭୁତି ରହିଛି, ମାତ୍ର ଗତ କିଛି ସପ୍ତାରେ କୋଭିଡ ନିୟମ ଗମ୍ଭୀରତାର ସହ ନିଆଯାଇନାହିଁ ।

୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ଚତୁର୍ଥ ମ୍ୟାଚ ଖେଳ ଶେଷ ସୁଦ୍ଧା ଭାରତ ୨-୧ରେ ଆଗୁଆ ରହିଥିଲା । ପଞ୍ଚମ ମ୍ୟାଚ୍‌ ମାଞ୍ଚେଷ୍ଟରରେ ଖେଳାଯିବାକୁ ଥିଲା । ବିଜୟ ସହ ଭାରତ ୩-୧ରେ ଇଂଲଣ୍ଡ ମାଟିରେ ଐତିହାସିକ ଟେଷ୍ଟ ସିରିଜ ବିଜୟ ଲକ୍ଷ୍ୟରେ ରହିଥିଲା । ଅନ୍ୟପଟେ ଇଂଲଣ୍ଡ ମଧ୍ୟ ମାଞ୍ଚେଷ୍ଟରରେ କମବ୍ୟାକ ସହ ୨-୨ରେ ସିରିଜ ବରାବର ଲକ୍ଷ୍ୟରେ ରହିଥିଲା । ମାତ୍ର ଭାରତୀୟ କ୍ୟାମ୍ପ୍‌ରେ COVID-19 କେସ୍‌ ସାମ୍ନାକୁ ଆସିବା ପରେ ଦୁଇ ବୋର୍ଡଙ୍କ ସହମତିରେ ମ୍ୟାଚ୍‌ ବାତିଲ ହୋଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.