ETV Bharat / sports

ପଠାନଙ୍କ ବଡ ବୟାନ, ଦେଶର ସର୍ବକାଳୀନ ଶ୍ରେଷ୍ଠ ଟେଷ୍ଟ କ୍ୟାପଟେନ କୋହଲି

author img

By

Published : Dec 6, 2021, 8:53 PM IST

irfan pathan says virat kohli best test captain of all time
ପଠାନଙ୍କ ବଡ ବୟାନ, ଦେଶର ସର୍ବକାଳୀନ ଶ୍ରେଷ୍ଠ ଟେଷ୍ଟ କ୍ୟାପଟେନ କୋହଲି

ଟେଷ୍ଟ କ୍ରିକେଟରେ ଭାରତର ନେତୃତ୍ବ ନେଇଥିବା ଖେଳାଳିଙ୍କ ମଧ୍ୟରେ ବିରାଟ କୋହଲି ଶ୍ରେଷ୍ଠ ଅଧିନାୟକ( best test captain) ବୋଲି କହିଛନ୍ତି ଇରଫାନ ପଠାନ । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ଭାରତୀୟ ଟେଷ୍ଟ ଅଧିନାୟକ ବିରାଟ କୋହଲିଙ୍କୁ ନେଇ ପୂର୍ବତନ ଅଲରାଉଣ୍ଡର ଇରଫାନ ପଠାନଙ୍କ ବଡ ବୟାନ । ଏଯାବତ ଟେଷ୍ଟ କ୍ରିକେଟରେ ଭାରତର ନେତୃତ୍ବ ନେଇଥିବା ଖେଳାଳିଙ୍କ ମଧ୍ୟରେ ବିରାଟ କୋହଲି ଶ୍ରେଷ୍ଠ ଅଧିନାୟକ(best test captain of all time) ବୋଲି କହିଛନ୍ତି ପଠାନ ।

ବ୍ଲାକ୍‌କ୍ୟାପସ ଟିମକୁ ୩୭୨ ରନ୍‌ର ବଡ ବ୍ୟବଧାନରେ ବିରାଟ କୋହଲିଙ୍କ ଟିମ ହରାଇବା ପରେ ଇରଫାନ ଟ୍ବିଟ୍‌ରେ କ୍ୟାପଟେନ କୋହଲିଙ୍କୁ ପ୍ରଶଂସା କରିଛନ୍ତି । ଟ୍ବିଟ୍‌ରେ ପଠାନ ଲେଖିଛନ୍ତି, ବିରାଟ କୋହଲି ଭାରତର ଶ୍ରେଷ୍ଠ ଟେଷ୍ଟ କ୍ୟାପଟେନ୍‌ । ୫୯.୦୯ ବିଜୟ ପ୍ରତିଶତ ସହ କୋହଲି ଶୀର୍ଷରେ ରହିଛନ୍ତି ଅନ୍ୟପଟେ ଦ୍ବିତୀୟ ସ୍ଥାନରେ ରହିଥିବା କ୍ୟାପଟେନଙ୍କ ବିଜୟ ପ୍ରତିଶତ ୪୫ ପ୍ରତିଶତ ରହିଛି ।

  • As I have said earlier and saying it again @imVkohli is the best Test Captain India have ever had! He's at the top with the win percentage of 59.09% and the second spot is at 45%.

    — Irfan Pathan (@IrfanPathan) December 6, 2021 " class="align-text-top noRightClick twitterSection" data=" ">

ମୁମ୍ବାଇ ଟେଷ୍ଟ ବିଜୟ ସହ ଘରୋଇ ମାଟିରେ ଭାରତ ଲଗାତାର ୧୪ତମ ସିରିଜ ବିଜୟୀ ହୋଇଛି ଓ କୋହଲିଙ୍କ ନେତୃତ୍ବରେ ଲଗାତାର ୧୧ଟି ସିରିଜ ବିଜୟୀ ହୋଇଛି ।

ଘରୋଇ ସିରିଜ ବିଜୟ ସହ ଭାରତ ୧୨ ପଏଣ୍ଟ ହାସଲ କରି ବିଶ୍ବ ଟେଷ୍ଟ ଚାମ୍ପିଅନସିପ୍‌ ୨୦୨୧/୨୩ ପଏଣ୍ଟ ତାଲିକାର ଶୀର୍ଷରେ ପହଞ୍ଚିଛି । ୧୨୪ ପଏଣ୍ଟ ସହ ICC ଟେଷ୍ଟ ମାନ୍ୟତାର ଶୀର୍ଷକୁ ଭାରତ ଫେରିଥିବାବେଳେ, ନ୍ୟୁଜିଲାଣ୍ଡ ୧୨୧ ପଏଣ୍ଟ ସହ ଦ୍ବିତୀୟ ସ୍ଥାନରେ ରହିଛି । ଅଷ୍ଟ୍ରେଲିଆ ତୃତୀୟ, ଇଂଲଣ୍ଡ ଚତୁର୍ଥ ଓ ପାକିସ୍ତାନ ପଞ୍ଚମ ସ୍ଥାନରେ ରହିଛନ୍ତି । ଦକ୍ଷିଣ ଆଫ୍ରିକା ଷଷ୍ଠ, ଶ୍ରୀଲଙ୍କା ସପ୍ତମ, ୱେଷ୍ଟଇଣ୍ଡିଜ ଅଷ୍ଟମ, ବାଂଲାଦେଶ ନବମ ଓ ଜିମ୍ବାୱେ ଦଶମ ସ୍ଥାନରେ ରହିଛନ୍ତି ।

ଏହାମଧ୍ୟ ପଢନ୍ତୁ: ନ୍ୟୁଜିଲାଣ୍ଡ ସିରିଜ ବିଜୟ ପରେ ନଂ ୧ ଟେଷ୍ଟ ଟିମ ଭାରତ

ଭାରତୀୟ ଟିମ ୩ଟିକିଆ ଟେଷ୍ଟ ସିରିଜ ଓ ୩ଟି ଦିନିକିଆ ମ୍ୟାଚ୍‌ ଖେଳିବାକୁ ଦକ୍ଷିଣ ଆଫ୍ରିକା ଗସ୍ତ କରିବ ଡିସେମ୍ବର ୨୬ରୁ ଏହି ଗସ୍ତ ଆରମ୍ଭ ହେଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.