ETV Bharat / sports

WPL 2023: କ୍ରିକେଟରଙ୍କୁ ମନ୍ତ୍ର ଦେବେ ସାନିଆ, RCB ମେଣ୍ଟର ନିଯୁକ୍ତ

author img

By

Published : Feb 15, 2023, 1:49 PM IST

rcb appoint sania mirza as mentor
ସାନିଆ ମିର୍ଜା ଆରସିବି ମେଣ୍ଟର ନିଯୁକ୍ତ

ଭାରତୀୟ ଟେନିସ ତାରକା ସାନିଆ ମିର୍ଜାଙ୍କୁ ଗୁରୁ ଦାୟିତ୍ବ ମିଳିଛି । ଟେନିସ ଖେଳାଳି ଏବେ କ୍ରିକେଟରଙ୍କୁ ଗୁରୁମନ୍ତ୍ର ଦେବେ । ମହିଳା ଆଇପିଏଲ ପାଇଁ ରୟାଲ ଚାଲେଞ୍ଜର୍ସ ବାଙ୍ଗଲୋର ତାଙ୍କୁ ପରାମର୍ଶଦାତା ଭାବେ ନିୟୁକ୍ତ କରିଛି । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ଭାରତୀୟ ଟେନିସ ତାରକା ସାନିଆ ମିର୍ଜାଙ୍କୁ ମହିଳା ଆଇପିଏଲ ପାଇଁ ଗୁରୁ ଦାୟିତ୍ବ ଦିଆଯାଇଛି । RCB ଦଳର ମେଣ୍ଟର ବା ପରାମର୍ଶଦାତା ଭାବେ ନିଯୁକ୍ତ ହୋଇଛନ୍ତି ସାନିଆ ମିର୍ଜା । ଟେନିସରେ ଦମଦାର ପ୍ରଦର୍ଶନ କରୁଥିବା ଷ୍ଟାର ଖେଳାଳି ଏବେ କ୍ରିକେଟରେ ଖେଳାଳିଙ୍କୁ ଗୁରୁମନ୍ତ୍ର ଦେବେ । ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ଖେଳାଳିଙ୍କ ମନୋବଳ ବଢାଇବେ ସାନିଆ । 6ଟି ଗ୍ରାଣ୍ଡସ୍ଲାମ ଓ 43 ଥର WTA ଟାଇଟଲ ହାତେଇଥିବା ସାନିଆ ଗତ ମାସରେ ତାଙ୍କ ଶେଷ ଗ୍ରାଣ୍ଡ ସ୍ଲାମ ଖେଳିଥିଲେ ।

  • While our coaching staff handle the cricket side of things, we couldn’t think of anyone better to guide our women cricketers about excelling under pressure.

    Join us in welcoming the mentor of our women's team, a champion athlete and a trailblazer! 🙌

    Namaskara, Sania Mirza! 🙏 pic.twitter.com/r1qlsMQGTb

    — Royal Challengers Bangalore (@RCBTweets) February 15, 2023 " class="align-text-top noRightClick twitterSection" data=" ">

ନିକଟରେ ଶେଷ ହୋଇଥିବା ଅଷ୍ଟ୍ରେଲିଆ ଓପନ ପରେ ଟେନିସରୁ ବିଦାୟ ନେଇଥିଲେ । ଅଷ୍ଟ୍ରେଲିଆ ଓପନ ମିଶ୍ରିତ ବର୍ଗରେ ରୋହନ ବୋପନ୍ନାଙ୍କ ସହ ସାନିଆଙ୍କ ଯୋଡି ରନର୍ସଅପ ହୋଇଥିଲା । ବ୍ରାଜିଲର ଲୁଇସା ଷ୍ଟେଫାନି ଓ ରାଫେଲ ମାଟାଓସଙ୍କଠୁ ‍ମିକ୍ସଡ ଡବଲ୍ସରେ ପରାସ୍ତ ହୋଇଥିଲେ । ଟେନିସରୁ ଅବସର ନେବା ପରେ ଏବେ ମହିଳା ଆଇପିଏଲ ପାଇଁ ଆରସିବି ଦଳ ସହ ଯୋଡି ହୋଇଛନ୍ତି ସାନିଆ । RCBର ମେଣ୍ଟର ଭାବେ ସାନିଆଙ୍କୁ ଦାୟିତ୍ବ ମିଳିଛି । ନୂଆ ଭୂମିକା ତୁଲାଇବେ ସାନିଆ ।

ଏହି ବି ପଢନ୍ତୁ...Womens IPL Auction 2023 : ବିକ୍ରି ହେଲେ 87 ଖେଳାଳି, ବିକ୍ରି ହେଲେନି ଓଡ଼ିଶା ଖେଳାଳି

RCB ମହିଳା ଦଳରେ ସାମିଲ ହେବାପରେ ସାନିଆ ମିର୍ଜା କହିଛନ୍ତି, "ଆରସିବି ଦଳରେ ସାମିଲ ହେବା ମୋ ପାଇଁ ଖୁସିର ବିଷୟ । ମହିଳା ପ୍ରିମିୟର ଲିଗ ଭାରତୀୟ କ୍ରିକେଟରଙ୍କୁ ଆହୁରି ଆଗକୁ ନେବ । ଖେଳାଳିଙ୍କ ମନୋବଳ ବଢାଇବା ନିମନ୍ତେ ନିଶ୍ଚୟ ପଦକ୍ଷେପ ନେବି ।"

ମାର୍ଚ୍ଚ 4 ତାରିଖରୁ ମହିଳା ଆଇପିଏଲ ଆରମ୍ଭ ହେବ । 5 ତାରିଖରେ ଦିଲ୍ଲୀ ବିପକ୍ଷରେ ଅଭିଯାନ ଆରମ୍ଭ କରିବ ଆରସିବି । ମହିଳା ଆଇପିଏଲର ଉଦଘାଟନୀ ମ୍ୟାଚରେ ଗୁଜୁରାଟ ଓ ମୁମ୍ବାଇ ମଧ୍ୟରେ ଖେଳାଯିବ । RCBରେ ସ୍ମୃତି ମାନ୍ଧନା ରହିଛନ୍ତି ଯିଏକି ମହିଳା ଆଇପିଏଲର ସବୁଠୁ ଦାମୀ ଖେଳାଳି । 3.2 କୋଟି ଟଙ୍କା ଦେଇ ଆରସିବି ତାଙ୍କୁ କ୍ରୟ କରିଛି । ମାର୍ଚ୍ଚ 26ରେ ଫାଇନାଲ ମ୍ୟାଚ୍‌ ଖେଳାଯିବ । ମୋଟ 22ଟି ମ୍ୟାଚ ଖେଳାଯିବ । ଗତ 13 ତାରିକରେ ମହିଳା ଆଇପିଏଲ ନିଲାମୀ ଶେଷ ହୋଇଥିଲା । ମୋଟ 87 ଖେଳାଳି କ୍ରୟ ହୋଇଥିଲେ ।

ପ୍ରକାଶ ଥାଉ କି, ସାନିଆ ମିର୍ଜା ପାକିସ୍ତାନ କ୍ରିକେଟର ସୋଏବ ମଲିକଙ୍କୁ ବିବାହ କରିଥିଲେ । ତାଙ୍କର ଏକ ପୁତ୍ର ସନ୍ତାନ ଅଛନ୍ତି । ସାନିଆ ପ୍ରଥମ ଭାରତୀୟ ଭାବେ 2005ରେ ପ୍ରଥମ ଥର ପାଇଁ WTA ସିଙ୍ଗଲ୍ସ ଟାଇଟଲ ଜିତିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.