ETV Bharat / sports

IPL 2022: ନୂଆ ନେତୃତ୍ବରେ ବଦଳିବ କି ବାଙ୍ଗାଲୋରର ଭାଗ୍ୟ !

author img

By

Published : Mar 15, 2022, 7:09 PM IST

୨୦୧୬ IPL ସଂସ୍କରଣର ରନର୍ସଅପ୍‌ ଆରସିବି ପୁଣି ସେହି ପୁରୁଣା ଟ୍ରଫି ବିଜୟ ଲକ୍ଷ୍ୟ ନେଇ ପଞ୍ଚଦଶ ସଂସ୍କରଣରେ ନୂଆ ଅଧିନାୟକଙ୍କ ନେତୃତ୍ବରେ ଖେଳିବ । ମାର୍ଚ୍ଚ ୨୭ରେ ପ୍ରଥମ ମ୍ୟାଚ୍‌ ପଞ୍ଜାବ କିଙ୍ଗ୍ସ ବିପକ୍ଷରେ ଖେଳି IPL 2022 ଅଭିଯାନ ଆରମ୍ଭ କରିବ ବାଙ୍ଗାଲୋର । ଅଧିକ ପଢନ୍ତୁ

IPL 2022: Full league stage schedule for Royal Challengers Bangalore
IPL 2022: ନୂଆ ନେତୃତ୍ବରେ ବଦଳିବ କି ବାଙ୍ଗାଲୋରର ଭାଗ୍ୟ !

ହାଇଦ୍ରାବାଦ: ଆରମ୍ଭ ହେବାକୁ ଯାଉଛି ବିଶ୍ବର ଲୋକପ୍ରିୟ ଟି-୨୦ ଲିଗ୍‌ ଆଇପିଏଲ ୨୦୨୨ । ମାର୍ଚ୍ଚ ୨୬ରୁ ଇଣ୍ଡିଆନ ପ୍ରିମିୟର ଲିଗ୍‌(RCB)ର ପଞ୍ଚଦଶ ସଂସ୍କରଣ ଆରମ୍ଭ ହେବ । ତେବେ ବିଶ୍ବର ବିତ୍ତଶାଳୀ ଲିଗ୍‌ରେ ବୃହତ ଫ୍ୟାନ ବେସ୍‌ ଓ ସମସ୍ତ ୧୪ଟି ସଂସ୍କରଣ ଖେଳିଥିଲେ ମଧ୍ୟ ଏବେବି ପ୍ରଥମ ଟ୍ରଫି ଅପେକ୍ଷାରେ ରହିଛି ଆରସିବି ।

ଅତୀତରେ ଅନେକ ଷ୍ଟାର ଖେଳାଳିଙ୍କ ନେତୃତ୍ବ ଏହି ଟିମକୁ ମିଳିଛି । ଆରସିବି ପକ୍ଷରୁ ଫଟାଫଟ କ୍ରିକେଟ'ର ଅନେକ ସ୍ପେଶାଲିଷ୍ଟ ତଥା ବିଶ୍ବ କ୍ରିକେଟର ଶ୍ରେଷ୍ଠ ଖେଳାଳି ମାନେ ଖେଳିଛନ୍ତି, ଏହା ସତ୍ତ୍ବେ ଏହି ଟିମ ଆଇପିଏଲ ଟ୍ରଫିରେ ନିମ ନାମ ଲେଖାଇବାକୁ ସକ୍ଷମ ହୋଇପାରିନାହିଁ । କେବେ ଭାଗ୍ୟ ସାଥ୍ୟ ଦେଇନାହିଁ ଓ କେବେ ଟିମର ଦୁର୍ବଳତାର ଫାଇଦା ଉଠାଇଛନ୍ତି ପ୍ରତିପକ୍ଷ ଟିମ ।

ବିରାଟ କୋହଲିଙ୍କ ଅଧିନାୟକ ଯୁଗ ଶେଷହେବାପରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ନିକଟରେ ପ୍ରଥମ IPL ଟାଇଟେଲ ପାଇଁ ଦକ୍ଷିଣ ଆଫ୍ରିକୀୟ ଫାଫ ଡୁ ପ୍ଲେସିସଙ୍କୁ ଟିମର ନୂଆ ଅଧିନାୟକ ଭାବେ ଘୋଷଣା କରିଛି ।

୨୦୧୬ IPL ସଂସ୍କରଣର ରନର୍ସଅପ୍‌ ଆରସିବି ପୁଣି ସେହି ପୁରୁଣା ଟ୍ରଫି ବିଜୟ ଲକ୍ଷ୍ୟ ନେଇ ପଞ୍ଚଦଶ ସଂସ୍କରଣରେ ନୂଆ ଅଧିନାୟକଙ୍କ ନେତୃତ୍ବରେ ଖେଳିବ । ମାର୍ଚ୍ଚ ୨୭ରେ ପ୍ରଥମ ମ୍ୟାଚ୍‌ ପଞ୍ଜାବ କିଙ୍ଗ୍ସ ବିପକ୍ଷରେ ଖେଳି IPL 2022 ଅଭିଯାନ ଆରମ୍ଭ କରିବ ବାଙ୍ଗାଲୋର ।

ଗ୍ରୁପ 'B'ରେ ରହିଥିବା ଆରସିବି ଲିଗ୍‌ ପର୍ଯ୍ୟାୟରେ, ଚେନ୍ନାଇ ସୁପର କିଙ୍ଗ୍ସ ଓ ସନରାଇଜର୍ସ ହାଇଦ୍ରାବାଦ, ପଞ୍ଜାବ କିଙ୍ଗ୍ସ, ଗୁଜରାଟ ଟାଇଟାନ୍‌ସ ଓ ରାଜସ୍ଥାନ ରୟାଲ୍ସ ବିପକ୍ଷରେ ଦୁଇଟି ଲେଖାଏଁ ମ୍ୟାଚ୍‌ ଖେଳିବ ।

ଅନ୍ୟପଟେ ଗ୍ରୁପ 'A' ରେ ଥିବା ମୁମ୍ବାଇ ଇଣ୍ଡିଆନ୍ସ, କୋଲକାତା ନାଇଟ ରାଇଡର୍ସ, ଦିଲ୍ଲୀ କ୍ୟାପିଟାଲ୍ସ ଓ ଲକ୍ଷ୍ନୌ ସୁପର ଜିଆଣ୍ଟସ ବିପକ୍ଷରେ ଟୁର୍ନାମେଣ୍ଟର ଲିଗ ପର୍ଯ୍ୟାୟରେ ଗୋଟିଏ ଲେଖାଏଁ ମ୍ୟାଚ୍‌ ଖେଳିବ ।

ଏହାମଧ୍ୟ ପଢନ୍ତୁ: TATA IPL 2022: ମାର୍ଚ୍ଚରୁ 26 ଟାଟା ଆଇପିଏଲ, ଚେନ୍ନାଇ-କୋଲକାତା ଉଦ୍‌ଘାଟନୀ ମ୍ୟାଚ୍‌

ନଜର ପକାନ୍ତୁ IPL ୨୦୨୨ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(RCB)ର ସଂପୂର୍ଣ୍ଣ ଲିଗ୍‌ ପର୍ଯ୍ୟାୟ ସୂଚୀ ଉପରେ-

ମ୍ୟାଚ୍‌ ୧, ମାର୍ଚ୍ଚ ୨୭, ରବିବାର: ପଞ୍ଜାବ କିଙ୍ଗ୍ସ ବନାମ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଡିୱାଇ ପାଟିଲ ଷ୍ଟାଡିୟମ, ମୁମ୍ବାଇ) ସନ୍ଧ୍ୟା ୭.୩୦

ମ୍ୟାଚ୍‌ ୨, ମାର୍ଚ୍ଚ ୩୦, ବୁଧବାର: ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବନାମ କୋଲକାତା ନାଇଟ ରାଇଡର୍ସ

(ଡିୱାଇ ପାଟିଲ ଷ୍ଟାଡିୟମ, ମୁମ୍ବାଇ) ସନ୍ଧ୍ୟା ୭.୩୦

ମ୍ୟାଚ୍‌ ୩, ଏପ୍ରିଲ ୫, ମଙ୍ଗଳବାର: ରାଜସ୍ଥାନ ରୟାଲ୍ସ ବନାମ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ୱାଙ୍ଖେଡେ ଷ୍ଟାଡିୟମ, ମୁମ୍ବାଇ) ସନ୍ଧ୍ୟା ୭.୩୦

ମ୍ୟାଚ୍‌ ୪, ଏପ୍ରିଲ ୯, ଶନିବାର: ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବନାମ ମୁମ୍ବାଇ ଇଣ୍ଡିଆନ୍ସ(MCA ଷ୍ଟାଡିୟମ, ପୁନେ) ସନ୍ଧ୍ୟା ୭.୩୦

ମ୍ୟାଚ୍‌ ୫, ଏପ୍ରିଲ ୧୨, ମଙ୍ଗଳବାର: ଚେନ୍ନାଇ ସୁପର କିଙ୍ଗ୍ସ ବନାମ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଡିୱାଇ ପାଟିଲ ଷ୍ଟାଡିୟମ, ମୁମ୍ବାଇ) ସନ୍ଧ୍ୟା ୭.୩୦

ମ୍ୟାଚ୍‌ ୬, ଏପ୍ରିଲ ୧୬, ଶନିବାର: ଦିଲ୍ଲୀ କ୍ୟାପିଟାଲ୍ସ ବନାମ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ୱାଙ୍ଖେଡେ ଷ୍ଟାଡିୟମ, ମୁମ୍ବାଇ) ସନ୍ଧ୍ୟା ୭.୩୦

ମ୍ୟାଚ୍‌ ୭, ଏପ୍ରିଲ ୧୯, ମଙ୍ଗଳବାର: ଲକ୍ଷ୍ନୌ ସୁପର ଜିଆଣ୍ଟସ ବନାମ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଡିୱାଇ ପାଟିଲ ଷ୍ଟାଡିୟମ, ମୁମ୍ବାଇ) ସନ୍ଧ୍ୟା ୭.୩୦

ମ୍ୟାଚ୍‌ ୮, ଏପ୍ରିଲ ୨୩, ଶନିବାର: ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ସନରାଇଜର୍ସ ହାଇଦ୍ରାବାଦ(ବ୍ରାବୋର୍ନୋ ଷ୍ଟାଡିୟମ-CCI, ମୁମ୍ବାଇ)ସନ୍ଧ୍ୟା ୭.୩୦

ମ୍ୟାଚ୍‌ ୯, ଏପ୍ରିଲ ୨୬, ମଙ୍ଗଳବାର: ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବନାମ ରାଜସ୍ଥାନ ରୟାଲ୍ସ(MCA ଷ୍ଟାଡିୟମ, ପୁନେ) ସନ୍ଧ୍ୟା ୭.୩୦

ମ୍ୟାଚ୍‌ ୧୦, ଏପ୍ରିଲ ୩୦, ଶନିବାର: ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବନାମ ଗୁଜରାଟ ଟାଇଟାନ୍‌ସ (ବ୍ରାବୋର୍ନୋ ଷ୍ଟାଡିୟମ-CCI, ମୁମ୍ବାଇ)ଅପରାହ୍ନ ୩:୩୦

ମ୍ୟାଚ୍‌ ୧୧, ମଇ ୪, ବୁଧବାର: ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବନାମ ଚେନ୍ନାଇ ସୁପର କିଙ୍ଗ୍ସ(MCA ଷ୍ଟାଡିୟମ, ପୁନେ) ସନ୍ଧ୍ୟା ୭.୩୦

ମ୍ୟାଚ୍‌ ୧୨, ମଇ ୮, ରବିବାର: ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବନାମ ସନରାଇଜର୍ସ ହାଇଦ୍ରାବାଦ(ୱାଙ୍ଖେଡେ ଷ୍ଟାଡିୟମ, ମୁମ୍ବାଇ) ଅପରାହ୍ନ ୩:୩୦

ମ୍ୟାଚ୍‌ ୧୩, ମଇ ୧୩, ଶୁକ୍ରବାର: ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବନାମ ପଞ୍ଜାବ କିଙ୍ଗ୍ସ(ବ୍ରାବୋର୍ନୋ ଷ୍ଟାଡିୟମ-CCI, ମୁମ୍ବାଇ)ସନ୍ଧ୍ୟା ୭.୩୦

ମ୍ୟାଚ୍‌ ୧୪, ମଇ ୧୯, ଗୁରୁବାର: ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବନାମ ଗୁଜରାଟ ଟାଇଟାନ୍‌ସ(ୱାଙ୍ଖେଡେ ଷ୍ଟାଡିୟମ, ମୁମ୍ବାଇ) ସନ୍ଧ୍ୟା ୭.୩୦

ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(RCB) ସ୍କ୍ବାଡ୍‌:

ଫାଫ୍‌ ଡୁ ପ୍ଲେସିସ୍‌(କ୍ୟାପଟେନ୍‌), ବିରାଟ କୋହଲି, ଗ୍ଳେନ ମାକ୍ସୱେଲ୍‌, ମହମ୍ମଦ ସିରାଜ, ହର୍ଷଲ ପଟେଲ, ୱାନିନ୍ଦୁ ହସରଙ୍ଗା, ଦିନେଶ କାର୍ତ୍ତିକ, ଜସ ହେଜଲଉଡ୍‌, ଶାହବାଜ ଅହମ୍ମଦ, ଅନୁଜ ରାୱତ, ଆକାଶ ଦୀପ, ମହୀପାଲ ଲୋମର, ଫିନ ଅଲେନ, ଶେରଫନେ ରଦରଫୋର୍ଡ, ଜେସନ ବେହେଣ୍ଡୋର୍ଫ, ସୁୟାସ ପ୍ରଭୁ ଦେଶାଇ, ଚାମା ମିଲିନ୍ଦ, ଅନିଶ୍ବର ଗୌତମ, କର୍ନ ଶର୍ମା, ଡେଭିଡ ୱିଲି, ଲୁଭନିଥ ଶିସୋଦିଆ, ସିଦ୍ଧାର୍ଥ କୌଲ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.