ETV Bharat / sports

IPL 2022: ୱାର୍ଣ୍ଣରଙ୍କ ବିସ୍ଫୋରକ ବ୍ୟାଟିଂ, ହାଇଦ୍ରାବାଦ ଆଗରେ 208 ରନ ଟାର୍ଗେଟ

author img

By

Published : May 5, 2022, 9:35 PM IST

Updated : May 5, 2022, 9:59 PM IST

IPL 2022: ୱାର୍ଣ୍ଣରଙ୍କ ବିସ୍ଫୋରକ ବ୍ୟାଟିଂ, ହାଇଦ୍ରାବାଦ ଆଗରେ 208 ରନ ଟାର୍ଗେଟ
IPL 2022: ୱାର୍ଣ୍ଣରଙ୍କ ବିସ୍ଫୋରକ ବ୍ୟାଟିଂ, ହାଇଦ୍ରାବାଦ ଆଗରେ 208 ରନ ଟାର୍ଗେଟ

ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ସନ୍ ରାଇଜର୍ସ ହାଇଦ୍ରାବାଦ ମଧ୍ୟରେ IPL 2022 ର 50ତମ ମ୍ୟାଚ ଜାରି । ହାଇଦ୍ରାବାଦ ଆଗରେ 208 ରନର ଟାର୍ଗେଟ । ଅଧିକ ପଢନ୍ତୁ

ମୁମ୍ବାଇ: ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ସନ୍ ରାଇଜର୍ସ ହାଇଦ୍ରାବାଦ ମଧ୍ୟରେ IPL 2022 ର 50ତମ ମ୍ୟାଚ ଜାରି । ପୂର୍ବତନ ଟିମ୍ ହାଇଦ୍ରାବାଦ ବିପକ୍ଷରେ ଡେଭିଡ ୱାର୍ଣ୍ଣରଙ୍କ ଧୂଆଁଧାର ବ୍ୟାଟିଂ । ୱାର୍ଣ୍ଣରଙ୍କ 58 ବଲରେ 92 ରନ୍ ଏବଂ ପାୱେଲଙ୍କ 67 ରନ୍ ବଳରେ ଦଳ 20 ଓଭର ସୁଦ୍ଧା 3 ୱିକେଟ ହରାଇ 207 ରନ୍ ସଂଗ୍ରହ କରିଛି ଦିଲ୍ଲୀ କ୍ୟାପିଟାଲ୍ସ । ଫଳରେ ହାଇଦ୍ରାବାଦ ଆଗରେ 208 ରନର ଟାର୍ଗେଟ ରହିଛି ।

ତେବେ 8 ବର୍ଷ ପରେ ଦିଲ୍ଲୀ ପକ୍ଷରୁ ହାଇଦ୍ରାବାଦ ବିପକ୍ଷରେ ଖେଳୁଥିବା ପୂର୍ବତନ SRH କ୍ୟାପ୍ଟେନ ଡେଭିଡ ୱାର୍ଣ୍ଣରଙ୍କ ଉପରେ ଥିଲା ସମସ୍ତଙ୍କ ନଜର । ଗତ ବର୍ଷ ଖରାପ ପ୍ରଦର୍ଶନ ପାଇଁ ସିଜିନ୍ ଅଧାରୁ ୱାର୍ଣ୍ଣରଙ୍କୁ ବସାଇଥିଲା ହାଇଦ୍ରାବାଦ । ଏପରିକି ନୂଆ କ୍ୟାପ୍ଟେନ ମଧ୍ୟ ଘୋଷଣା କରିଥିଲା ଟିମ୍, ଯାହାର ଏକପ୍ରକାର ବଦଲା ନେଇଛନ୍ତି ୱାର୍ଣ୍ଣର । ହାଇଦ୍ରାବାଦର କୌଣସି ବୋଲରଙ୍କୁ ଛାଡି ନାହାନ୍ତି ୱାର୍ଣ୍ଣର । ଏପରିକି ଉମରାନ ମଲିକଙ୍କ ଦ୍ରୁତ ବୋଲିଂକୁ ମଧ୍ୟ ଖାତିର କରିନାହାନ୍ତି । 12 ଟି ଚୌକା ଏବଂ 3ଟି ଛକା ସହ ଅପରାଜିତ 92 ରନ ସଂଗ୍ରହ କରି ରେକର୍ଡ କରିଛନ୍ତି ୱାର୍ଣ୍ଣର ।

ସେପଟେ ୱାର୍ଣ୍ଣରଙ୍କ ସାଥ୍ ଦେଇଥିଲେ ରୋଭମାନ ପାୱେଲ । ସେ 35 ବଲ୍ ଖେଳି ଅପରାଜିତ 67 ରନ୍ ସଂଗ୍ରହ କରିଛନ୍ତି । ସେହିପରି କ୍ୟାପ୍ଟେନ ପନ୍ତ 26, ମିଚେଲ ମର୍ଶ 10 ରନ କରି ଥିବାବେଳେ ମନଦୀପ ଖାତା ଖୋଲିପାରି ନ ଥିଲେ । ମୁମ୍ବାଇର ମେଲବୋର୍ଣ୍ଣ ଷ୍ଟାଡିୟମରେ ଖେଳା ଯାଉଥିବା ଏହି ମ୍ୟାଚରେ କେନ ୱିଲିୟମସନ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ । ସେପଟେ ଭୁବେଶ୍ବର କୁମାର, ଅବୋଟ୍ଟ ଏବଂ ଶ୍ରେୟାସ ଗୋପାଲଙ୍କ ଖାତାକୁ ଗୋଟିଏ ଲେଖାଏଁ ୱିକେଟ ଯାଇଛି ।

Last Updated :May 5, 2022, 9:59 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.