ETV Bharat / sports

ପିଠିରେ ଯନ୍ତ୍ରଣା ହେବାରୁ ଚତୁର୍ଥ ଟେଷ୍ଟ ଖେଳି ପାରିଲେନି ଆୟର, ଦିନିକିଆରୁ ବି ବାଦ ପଡ଼ିବା ସମ୍ଭାବନା

author img

By

Published : Mar 12, 2023, 10:23 PM IST

ପିଠିରେ ଯନ୍ତ୍ରଣା ହେବାରୁ ଚତୁର୍ଥ ଟେଷ୍ଟ ଖେଳି ପାରିଲେନି ଆୟର
ପିଠିରେ ଯନ୍ତ୍ରଣା ହେବାରୁ ଚତୁର୍ଥ ଟେଷ୍ଟ ଖେଳି ପାରିଲେନି ଆୟର

ବର୍ଡର ଗାଭାସ୍କର ଟ୍ରଫିର ଶେଷ ଟେଷ୍ଟରେ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇଥିଲେ ମଧ୍ୟ ବ୍ୟାଟିଂ କରିବାକୁ ଆସିନଥିଲେ ଶ୍ରେୟସ ଆୟର । ହଠାତ ତାଙ୍କ ପିଠିରେ ଯନ୍ତ୍ରଣା ଅନୁଭବ ହେବାରୁ ତାଙ୍କୁ ସ୍କାନ ପାଇଁ ନିଆଯାଇଥିବା ଜଣାପଡ଼ିଛି । ଅଧିକ ପଢ଼ନ୍ତୁ

ଅହମ୍ମଦାବାଦ: ଗୁଜୁରାଟର ଅହମ୍ମଦାବାଦସ୍ଥିତ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ବର୍ଡର ଗାଭାସ୍କର ଟ୍ରଫିର ଶେଷ ଟେଷ୍ଟର ଚତୁର୍ଥ ଦିନର ଖେଳ ଶେଷ ହୋଇଛି । ଚତୁର୍ଥ ଦିନର ଖେଳ ଶେଷ ସୁଦ୍ଧା ଭାରତ ସମସ୍ତ ୱିକେଟ ହରାଇ ୫୭୧ ରନ ସଂଗ୍ରହ କରିଛି । ତେବେ ଏହି ମ୍ୟାଚ୍‌ରେ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇଥିଲେ ମଧ୍ୟ ବ୍ୟାଟିଂ କରିବାକୁ ଆସିନଥିଲେ ଶ୍ରେୟସ ଆୟର । ହଠାତ ତାଙ୍କ ପିଠିରେ ଯନ୍ତ୍ରଣା ଅନୁଭବ ହେବାରୁ ତାଙ୍କୁ ସ୍କାନ୍‌ ପାଇଁ ନିଆଯାଇଥିବା ଜଣାପଡ଼ିଛି ।

ବର୍ଡର ଗାଭାସ୍କର ଟ୍ରଫିର ଚତୁର୍ଥ ତଥା ଶେଷ ଟେଷ୍ଟ ମ୍ୟାଚ୍‌ର ଚତୁର୍ଥ ଦିନରେ ଭାରତର ପ୍ରଥମ ପାଳି ବ୍ୟାଟିଂ ସରିଛି । ଚତୁର୍ଥ ଦିନର ଖେଳ ଶେଷ ସୁଦ୍ଧା ଭାରତ ସମସ୍ତ ୱିକେଟ ହରାଇ ୫୭୧ ରନ ସଂଗ୍ରହ କରିଛି । କିଙ୍ଗ କୋହଲିଙ୍କ ୧୮୬ ଓ ଶୁଭମନ ଗିଲଙ୍କ ୧୨୮ ରନର ପାଳି ବଳରେ ଭାରତ ଭ୍ରମଣକାରୀ ଦଳ ଠାରୁ ୯୧ ରନ ଆଗୁଆ ରହି ପ୍ରଥମ ପାଳି ଶେଷ କରିଛି । ତେବେ ଏଥିରେ ଭାରତ ପକ୍ଷରୁ କେବଳ ୧୦ ଜଣ ଖେଳାଳି ଖେଳିଥିଲେ । ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇଥିବା ଶ୍ରେୟସ ଆୟର ଏହି ମ୍ୟାଚ୍‌ରେ ଖେଳିବାକୁ ଆସିନଥିଲେ । ରବିନ୍ଦ୍ର ଜାଡ଼େଜା ଆଉଟ ହେବାପରେ ଶ୍ରେୟସ ଆୟର ବ୍ୟାଟିଂ ପାଇଁ ଆସିବାର ଥିଲା । କିନ୍ତୁ ତାଙ୍କ ସ୍ଥାନରେ ୱିକେଟ ରକ୍ଷକ ବ୍ୟାଟର ଶ୍ରୀକର ଭରତ ଆସିଥିଲେ । ତେବେ ପାଳି ଶେଷ ପର୍ଯ୍ୟନ୍ତ ମଧ୍ୟ ପିଚ୍‌କୁ ଆସି ନଥିଲେ ଆୟର ।

ଏହା ମଧ୍ୟ ପଢ଼ନ୍ତୁ... BGT 4th Test, Day-4 Stumps: କୋହଲିଙ୍କ ବିରାଟ ପାଳି, ସିରିଜ ବିଜୟ ମୁହାଁ ଭାରତ

ତେବେ ଜଣାପଡ଼ିଛି ଯେ ଶ୍ରେୟସ ଆୟରଙ୍କ ପିଠିରେ ଯନ୍ତ୍ରଣା ଅନୁଭବ ହେବାରୁ ସେ ଖେଳିବାକୁ ଆସିନଥିଲେ । ଗତ ଜାନୁଆରୀ ମାସରେ ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ଶୃଙ୍ଖଳାରୁ ମଧ୍ୟ ଏହି କାରଣରୁ ବାଦ ପଡ଼ିଥିଲେ ଆୟର । ତାଙ୍କୁ ସତର୍କତା ଦୃଷ୍ଟିରୁ ବାଙ୍ଗାଲୋରସ୍ଥିତ ନାସନାଲ କ୍ରିକେଟ ଏକାଡେମୀକୁ ପଠାଯାଇଥିଲା । ତେବେ ପୁଣିଥରେ ଯୁବ ତାରକା ବ୍ୟାଟର ଶ୍ରେୟସ ଆୟରଙ୍କ ଏଭଳି ଯନ୍ତ୍ରଣା ଭାରତୀୟ ଦଳ ପାଇଁ ଚିନ୍ତାର ବିଷୟ ପାଲଟିଛି । ତେବେ ଆଜି ଚତୁର୍ଥ ଦିନର ଖେଳ ଶେଷ ସୁଦ୍ଧା ଭାରତ ଭ୍ରମଣକାରୀ ଦଳ ଅଷ୍ଟ୍ରେଲିଆଠାରୁ ୮୮ ରନରେ ଆଗୁଆ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.