ETV Bharat / sports

IND VS SL 3rd ODI: ପଦ୍ମନାଭସ୍ବାମୀ ମନ୍ଦିରରେ ପୂଜାର୍ଚ୍ଚନା କଲେ ଭାରତୀୟ ଦଳ

author img

By

Published : Jan 15, 2023, 7:50 AM IST

indian cricket team visits padmanabhaswamy temple
ପଦ୍ମନାଭସ୍ବାମୀ ମନ୍ଦିରରେ ଭାରତୀୟ ଦଳ

କେରଳର ଶ୍ରୀ ପଦ୍ମନାଭସ୍ବାମୀ ମନ୍ଦିରରେ ପୂଜାର୍ଚ୍ଚନା କଲେ ଭାରତୀୟ ଦଳ । ଭାରତ ଶ୍ରୀଲଙ୍କା ମଧ୍ୟରେ ଖେଳାଯିବାକୁ ଥିବା ଅନ୍ତିମ ଦିନିକିଆ ପାଇଁ କେରଳ ଗସ୍ତରେ ଅଛି ଟିମ ଇଣ୍ଡିଆ । ଅଧିକ ପଢନ୍ତୁ

ଥିରୁଅନନ୍ତପୁରମ: ପଦ୍ମନାଭ ମନ୍ଦିରରେ ଭାରତୀୟ ଦଳ । ଆଜି ଘରୋଇ ଭାରତ ଓ ଭ୍ରମଣକାରୀ ଦଳ ମଧ୍ୟରେ ଅନ୍ତିମ ତଥା ତୃତୀୟ ଦିନିକିଆ ମ୍ୟାଚ ଖେଳାଯିବ । କେରଳ ଗସ୍ତ କରି ସାରିଛି ଭାରତୀୟ ଦଳ । ମ୍ୟାଚ ପୂର୍ବରୁ କେରଳର ଥିରୁଅନନ୍ତପୁରମରେ ଥିବା ଶ୍ରୀ ପଦ୍ମନାଭସ୍ବାମୀ ମନ୍ଦିର ଯାଇ ପୂଜାର୍ଚ୍ଚନା କରିଛନ୍ତି କିଛି ଭାରତୀୟ କ୍ରିକେଟ ଖେଳାଳି । ପାରମ୍ପରିକ ବସ୍ତ୍ର ପରିଧାନ କରି ଶ୍ରୀ ପଦ୍ମନାଭସ୍ବାମୀଙ୍କୁ ଭାରତୀୟ କ୍ରିକେଟର ଦର୍ଶନ କରିଛନ୍ତି ।

ଦଳର କିଛି ଖେଳାଳି ଓ ବିସିସିଆଇ ଅଧିକାରୀ ପଦ୍ମନାଭସ୍ବାମୀ ମନ୍ଦିର ଯାଇ ପୂଜାର୍ଚ୍ଚନା କରିଛନ୍ତି । ଭାରତୀୟ ଖେଳାଳି କୁଳଦୀପ ଯାଦବ, ଯୁଝବେନ୍ଦ୍ର ଚହଲ, ସୂର୍ଯ୍ୟକୁମାର ଯାଦବ, ୱାଶିଂଟନ ସୁନ୍ଦର, ଅକ୍ଷର ପଟେଲ, ଶ୍ରେୟାସ ଆୟର, ଥ୍ରୋଡାଉ ସ୍ପେସାଲିଷ୍ଟ ରଘୁ, ବୋଲିଂ କୋଚ ପାରସ ମହାମବ୍ରେ ପଦ୍ମନାଭସ୍ବାମୀ ମନ୍ଦିରରେ ଭଗବାନଙ୍କୁ ଦର୍ଶନ କରିଛନ୍ତି । ସମସ୍ତେ ପାରମ୍ପରିକ ବସ୍ତ୍ର ଧୋତି ଓ ଅଙ୍ଗବସ୍ତ୍ର ପରିଧାନ କରିଥିବା ଦେଖିବାକୁ ମିଳିଛି । ମନ୍ଦିର କର୍ତ୍ତୃପକ୍ଷଙ୍କ ସହ ଭାରତୀୟ ଦଳ ଏକ ଫଟୋ ଉଠାଇଥିବା ଦେଖିବାକୁ ମିଳିଛି । ଏହା ପୂର୍ବରୁ କେଏଲ ରାହୁଲ 2022 ସେପ୍ଟେମ୍ବରରେ ଏହି ମନ୍ଦିର ଦର୍ଶନରେ ଆସି ଭଗବାନ ବିଷ୍ଣୁଙ୍କ ଆଶୀର୍ବାଦ ନେଇଥିଲେ ।

ଏହା ବି ପଢନ୍ତୁ...Hockey World Cup 2023: କୋରିଆର ଶୋଚନୀୟ ପରାଜୟ, ୫-୦ରେ ଜିତିଲା ବେଲଜିୟମ

ଆଜି (ରବିବାର ) କେରଳର ଗ୍ରୀନଫିଲ୍ଡ ଅନ୍ତର୍ଜାତୀୟ ଷ୍ଟାଡିୟମରେ ତୃତୀୟ ତଥା ଅନ୍ତିମ ଦିନିକିଆ ମ୍ୟାଚ ଖେଳାଯିବ । ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଓ ଦ୍ବିତୀୟ ଦିନିକିଆ ଜିତି ଆଗୁଆ ସିରିଜ ହାତେଇ ସାରିଛି ଟିମ ଇଣ୍ଡିଆ । କୋଲକାତର ଇଡେନ ଗାର୍ଡେନରେ ଖେଳାଯାଇଥିବା ଦ୍ବିତୀୟ ଦିନିକିଆରେ ଭାରତ ଦମଦାର ବିଜୟ ହାସଲ କରିଥିଲା । ସିରାଜ ଓ କୁଲଦୀପ ଯାଦବଙ୍କ 3ଟି ଲେଖାଏଁ ୱିକେଟ ଓ କେଏଲ ରାହୁଲଙ୍କ ପ୍ରଦର୍ଶନ ବଳରେ ଭାରତ ତୃତୀୟ ଦିନିକିଆରେ ବିଜୟ ହାସଲ କରିଥିଲା । ପୂର୍ବରୁ ଗୌହାଟୀରେ ଖେଳାଯାଇଥିବା ପ୍ରଥମ ଦିନିକିଆ ଜିତିଥିଲା ମ୍ୟାନ ଇନ ବ୍ଲୁ । ଆଜି ଖେଳାଯିବାକୁ ଥିବା ଅନ୍ତିମ ଦିନିକିଆ ଜିତି କ୍ଲିନ ସୁଇପ ଲକ୍ଷ୍ୟରେ ରହିଛି ରୋହିତୀ ବାହିନୀ । ପୂର୍ବରୁ ଶ୍ରୀଲଙ୍କା ବିପକ୍ଷ ଟି-20 ସିରିଜ ମଧ୍ୟ ଜିତିଥିଲା ଭାରତ । ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ବରେ 2-0ରେ ଟି-20 ସିରିଜ କବଜା କରିଥିଲା ଭାରତୀୟ ଦଳ ।

ଏହା ବି ପଢନ୍ତୁ....Hockey World Cup 2023: ଇଂଲଣ୍ଡ ବିପକ୍ଷରେ ହେବ କାଣ୍ଟେ କା ଟକ୍କର, ଫରଓ୍ୱାର୍ଡରେ ଭଲ ଖେଳ ପ୍ରଦର୍ଶନ ଜରୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.