ETV Bharat / sports

IND vs SL 3rd ODI: କ୍ଲିନ ସୁଇପ ଲକ୍ଷ୍ୟରେ ଭାରତ, ସମ୍ମାନ ପାଇଁ ଖେଳିବ ଶ୍ରୀଲଙ୍କା

author img

By

Published : Jan 15, 2023, 9:22 AM IST

IND vs SL 3rd ODI
india vs srilanka odi series

କେରଳର ଥିରୁଅନନ୍ତପୁରମରେ ଆଜି ଘରୋଇ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ତୃତୀୟ ତଥା ଅନ୍ତିମ ଦିନିକିଆ ମ୍ୟାଚ ଖେଳାଯିବ । ଦୁଇଟି ଦିନିକିଆ ମ୍ୟାଚ ଜିତି ଆଗୁଆ ସିରିଜ କବଜା କରିବା ପରେ ତୃତୀୟ ଦିନିକିଆ ଜିତି କ୍ଲିନ ସୁଇପ ଲକ୍ଷ୍ୟରେ ରହିଛି ରୋହିତ ବାହିନୀ । ଅଧିକ ପଢନ୍ତୁ

ଥିରୁଅନନ୍ତପୁରମ: ଘରୋଇ ଭାରତ ଓ ଭ୍ରମଣକାରୀ ଶ୍ରୀଲଙ୍କା ମଧ୍ୟରେ ଆଜି (ରବିବାର) ତୃତୀୟ ତଥା ଅନ୍ତିମ ଦିନିକିଆ ମ୍ୟାଚ ଖେଳାଯିବ । ତିନ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜରେ ପ୍ରଥମ ଦୁଇ ମ୍ୟାଚ ଜିତି ଆଗୁଆ ସିରିଜ କବଜା କରିଥିବା ଭାରତୀୟ ଦଳ ଆଜିର ମ୍ୟାଚ ଜିତି କ୍ଲିନ ସୁଇପ ଲକ୍ଷ୍ୟରେ ରହିଛି । ସେପଟେ ଟି-ଟ୍ବେଣ୍ଟି ଓ ଦିନିକିଆ ସିରିଜ ହାତେଇବାରେ ବିଫଳ ହୋଇଥିବା ଶ୍ରୀଲଙ୍କା ସମ୍ମାନ ପାଇଁ ଖେଳିବ । ସାନ୍ତ୍ବନାମୂଳକ ବିଜୟ ହାସଲ କରିବା ଲକ୍ଷ୍ୟରେ ରହିଛି ଶ୍ରୀଲଙ୍କା । ଥିରୁଅନନ୍ତପୁରମର ଗ୍ରୀନଫିଲ୍ଡ ଷ୍ଚାଡିୟମରେ ମ୍ୟାଚ ଖେଳାଯିବ । ଅପରାହ୍ନ 1ଟା30 ଆରମ୍ଭ ହେବ ମ୍ୟାଚ ।

ପ୍ରଥମ ଦୁଇ ମ୍ୟାଚରେ ଆଧିପତ୍ୟ ବିସ୍ତାର କରି ଆଗୁଆ ଦିନିକିଆ ସିରିଜ କବଜା କରିଛି ରୋହିବାହିନୀ । ଆଜିର ମୁକାବିଲାରେ ଦଳରେ କିଛି ପରିବର୍ତ୍ତନ ହୋଇପାରେ । ବିଶେଷ କରି ବ୍ୟାଟିଂ ଲାଇନରେ କିଛି ପରିବର୍ତ୍ତନ ଆଶା କରାଯାଉଛି । କିଛି ଖେଳାଳି ବିଶ୍ରାମ ନେଇପାରନ୍ତି । ବ୍ୟାଟିଂ କ୍ରମରେ ପରିବର୍ତ୍ତନର ଯଥେଷ୍ଟ ସମ୍ଭାବନା ରହିଛି । ଚଳିତ ସିରିଜରେ ଭାରତୀୟ ଟପ ଅର୍ଡର ଆଶାନୁପୂପ ପ୍ରଦର୍ଶନ କରିପାରି ନାହିଁ । ଆଗକୁ ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତ ଏକ 3 ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ଖେଳିବ । ତେଣୁ ମହମ୍ମଦ ସାମିଙ୍କ ଉପରେ ଭାର କମ କରିବାକୁ ଅନ୍ୟ ଖେଳାଳିଙ୍କୁ ସୁଯୋଗ ଦିଆଯାଇପାରେ ।

ଦ୍ବିତୀୟ ଦିନିକିଆରେ ମହମ୍ମଦ ସିରାଜ ଓ କୁଳଦୀପ ଯାଦବଙ୍କ ପ୍ରଦର୍ଶନ ଭଲ ରହିଥିଲା । ଉଭୟ 3ଟି ଲେଖାଏ ୱିକେଟ ନେଇଥିଲେ । କେଏଲ ରାହୁଲ ଅପରାଜିତ ଅର୍ଦ୍ଧଶତକ ଦଳ ପାଇଁ ବିଜୟରେ ସହାୟ ହୋଇଥିଲା । ଆଜିର ମ୍ୟାଚରେ ଏହି ପ୍ରଦର୍ଶନ ରିପିଟ ହେଲେ ଦଳର କ୍ଲିନ ସୁଇପ ଲକ୍ଷ୍ୟ ପୂରଣ ହେବ । ଆଗକୁ ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜ ଥିବାରୁ ଦଳକୁ ସବୁ ଫର୍ମାଟରେ ପ୍ରଭାବୀ ସାବ୍ୟସ୍ତ ହେବାକୁ ପଡିବ । ପ୍ରଥମ ଦିନିକିଆରେ ଶତକ ହାସଲ କରିଥିବା ବିରାଟ କୋହଲିଙ୍କ ଉପରେ ଆଜି ଫ୍ୟାନ୍ସଙ୍କ ନଜର ରହିବ । 2019ରେ ଗ୍ରୀନଫିଲ଼୍ଡ ଷ୍ଟାଡିୟମରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ଭାରତ ଦିନିକିଆ ମ୍ୟାଚ ଖେଳଥିଲା । ଭାରତ 9 ୱିକେଟରେ ବିଜୟ ହାସଲ କରିଥିଲା ।

ଏହା ବି ପଢନ୍ତୁ....IND VS SL 3rd ODI: ପଦ୍ମନାଭସ୍ବାମୀ ମନ୍ଦିରରେ ପୂଜାର୍ଚ୍ଚନା କଲେ ଭାରତୀୟ ଦଳ

ସେପଟେ ଦୁଇଟି ମ୍ୟାଚ ହାରିବା ପରେ ଶ୍ରୀଲଙ୍କା ହାତରୁ ସିରିଜ ହାତଛଡା ହୋଇଛି । ଶ୍ରୀଲଙ୍କା ଦଳ ଭାରତ ଗସ୍ତରେ କୌଣସି ସିରିଜ ବିଜୟର ସ୍ବାଦ ଚାଖିନାହିଁ । ଗକୁ ବିଶ୍ବକପ ରହିଛି । ତେଣୁ ଦଳ ସାନ୍ତ୍ବନାମୂଳକ ବିଜୟ ହାସଲ କରି ଗସ୍ତ ଶେଷ କରିବାକୁ ଲକ୍ଷ୍ୟ ରହିଛି । ପ୍ରଥମ ମ୍ୟାଚରେ ଅର୍ଦ୍ଧଶତକ ହାସଲ କରିଥିବା ପଥୁମ ନିଶଙ୍କା ଆହତ ସମସ୍ୟା ପାଇଁ ଦ୍ବିତୀୟ ଦିନିକିଆରୁ ବାଦ ପଡିଥିଲେ । ତୃତୀୟ ଦିନିକିଆରେ ସେ ଏକାଦଶକୁ ଫେରିପାରନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.