ETV Bharat / sports

IND vs SL: ଟସ ଜିତି ଶ୍ରୀଲଙ୍କାର ବ୍ୟାଟିଂ ନିଷ୍ପତ୍ତି, ଭାରତ ଏକାଦଶରେ ନାହାନ୍ତି ଚହଲ

author img

By

Published : Jan 12, 2023, 1:33 PM IST

Updated : Jan 12, 2023, 1:41 PM IST

IND vs SL
india vs sri lanka second oneday toss

ଘରୋଇ ଭାରତ ଓ ଭ୍ରମଣକାରୀ ଦଳ ଶ୍ରୀଲଙ୍କା ମଧ୍ୟରେ ଦ୍ବିତୀୟ ଦିନିକିଆ ଆରମ୍ଭ ହୋଇଛି । ଟସ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଛି ଶ୍ରୀଲଙ୍କା । ଅଧିକ ପଢନ୍ତୁ

କୋଲକାତା: 5 ବର୍ଷ ପରେ ଇଡେନ ଗାର୍ଡେନରେ ଦିନିକିଆ ମ୍ୟାଚ ଖେଳାଯାଉଛି । ଘରୋଇ ଭାରତ ଓ ଭ୍ରମଣକାରୀ ଦଳ ଶ୍ରୀଲଙ୍କା ମଧ୍ୟରେ ଆଜି ଦ୍ବିତୀୟ ଦିନିକିଆ ମ୍ୟାଟ ଆରମ୍ଭ ହୋଇଛି । ଟସ ଜିତି ଶ୍ରୀଲଙ୍କା ବ୍ୟାଟିଂ ନିଷ୍ପତ୍ତି ନେଇଛି । ପ୍ରଥମେ ବୋଲିଂ କରିବ ଭାରତ । ପ୍ରଥମ ଦିନିକିଆ ଜିତି 1-0ରେ ଆଗୁଆ ଥିବା ଟିମ ଇଣ୍ଡିଆ ଦ୍ବିତୀୟ ଦିନିକିଆ ଜିତି ସିରିଜ ହାତେଇବା ଲକ୍ଷ୍ୟରେ ରହିଛି । ଯୁଝବେନ୍ଦ୍ର ଚହଲ ଚୂଡାନ୍ତ ଏକାଦଶରେ ନାହାନ୍ତି । ତାଙ୍କ ସ୍ଥାନରେ କୁଳଦୀପ ଯାଦବଙ୍କୁ ସାମିଲ କରାଯାଇଛି । ଡାହାଣ କାନ୍ଧରେ ଆହତ ସମସ୍ୟା ପାଇଁ ଏକଦାଶରୁ ବାଦ ପଡିଛନ୍ତି ଚହଲ ।

ପ୍ରଥମ ଦିନିକିଆ ଜିତି ଦୃଢ ମନୋବଳରେ ରହିଛି ଭାରତ । ପ୍ରଥମ ଦିନିକିଆରେ ବିରାଟ କୋହଲିଙ୍କ ଦମଦାର ଶତକ ଦେଖିବାକୁ ମିଳିଥିଲା । ଆଜି ମଧ୍ୟ ତାଙ୍କ ବ୍ୟାଟରୁ କିଛି ସଫଳ ଇନିଂସ ଆଶା କରାଯାଉଛି । ଶ୍ରୀଲଙ୍କା ବିପକ୍ଷ ତିନି ଟିକିଆ ଏହି ଦିନିକିଆ ସିରିଜରେ ମେନ୍ ଇନ୍ ବ୍ଲୁ ୧-୦ ରେ ଆଗୁଆ ରହିଛି । ପ୍ରଥମ ଦିନିକିଆରେ ସିଂହଳୀ ଟିମକୁ ୬୭ ରନରେ ପରାସ୍ତ କରିଥିଲା ରୋହିତବାହିନୀ । ଭାରତ ନିର୍ଦ୍ଧାରିତ ୫୦ ଓଭରରେ ୭ ୱିକେଟ ହରାଇ ୩୭୩ ରନ କରିଥିଲା । ଜବାବରେ ଶ୍ରୀଲଙ୍କା ନିର୍ଦ୍ଧାରିତ ୫୦ ଓଭରରେ ୮ ୱିକେଟ ହରାଇ ୩୦୬ ରନ କରିଥିଲା । ଏହି ମ୍ୟାଚରେ ବିରାଟ କୋହଲି ୨୦୨୩ ବର୍ଷରେ ଭାରତୀୟ ହିସାବରେ ଦିନିକିଆ ମ୍ୟାଚରେ ଶତକ ହାସଲ କରିଥିଲେ । ଆଜିର ମ୍ୟାଚ ଜିତି ଆଗୁଆ ସିରିଜ କବଜା ଲକ୍ଷ୍ୟରେ ରହିଛି ମ୍ୟାନ ଇନ୍ ବ୍ଲୁ । ପ୍ରଥମ ଦିନିିକିଆ ଖେଳିଥିବା ଚହଳ ବାଦ ପଡିଛନ୍ତି ତାଙ୍କ ସ୍ଥାନରେ କୁଳଦୀପ ଯାଦବଙ୍କୁ ସ୍ଥାନ ମିଳିଛି । ବୋଲିଂରେ ଶ୍ରୀଲଙ୍କା ବ୍ୟାଟରଙ୍କୁ କୁଳଦୀପ ଘାଇଲା କରିବେ ବୋଲି ଆଶା କରାଯାଉଛି ।

ସେପଟେ ପ୍ରଥମ ଦିନିକିଆରେ ପରାସ୍ତ ହେବା ପରେ ଦ୍ବିତୀୟ ଦିନିକିଆକୁ ହାଲୁକା ଭାବରେ ନେବନି ସିଂହଳୀ ଟିମ । ପ୍ରଥମ ଦିନିକିଆରେ ଅଧିନାୟକ ଦାସୁନ ଶନକା ବିଦେଶ ମାଟିରେ ୨୦୨୩ ବର୍ଷର ପ୍ରଥମ ଶତକ ହାସଲ କରିଥିଲେ । ହେଲେ ତାଙ୍କର ଲଢୁଆ ଶତକ ସତ୍ତ୍ବେ ଶ୍ରୀଲଙ୍କାକୁ ପରାସ୍ତ ହୋଇଥିଲା । ତେଣୁ ଦ୍ବିତୀୟ ଦିନିକିଆରେ ସ୍ବତନ୍ତ୍ର ରଣନୀତି ନେଇ ମଇଦାନକୁ ଓହ୍ଲାଇଛି 2022 ଏସିଆ କପ ବିଜେତା ଶ୍ରୀଲଙ୍କା ।

ଭାରତୀୟ ଚୂଡାନ୍ତ ଏକାଦଶ: ରୋହିତ ଶର୍ମା (ଅଧିନାୟକ), ଶୁଭମନ ଗିଲ, ବିରାଟ କୋହଲି, ଶ୍ରେୟାସ ଆୟର, ହାର୍ଦ୍ଦିକ ପାଣ୍ଡ୍ୟା, କେଏଲ ରାହୁଲ, ଅକ୍ଷର ପଟେଲ, ମହମ୍ମଦ ସିରାଜ, ମହମ୍ମଦ ସାମି, ଉମ୍ରାମ ମଲିକ, କୁଳଦୀପ ଯାଦବ ।

ଶ୍ରୀଲଙ୍କା ଚୂଡାନ୍ତ ଏକାଦଶ: କୁଶାଲ ମେଣ୍ଡିସ, ଅଭିସ୍କା ଫର୍ଣ୍ଣାଣ୍ଡୋ, ଏନ.ଫର୍ଣ୍ଣାଣ୍ଡୋ, ଧନଞ୍ଜୟ ଡି ସିଲଭା, ଚାରିଥ ଆଶାଲଙ୍କା, ଡି ଶାଣାକା, ୱାନିନ୍ଦୁ ହାସରଙ୍ଗା, ଚାମିକା କୁରଣାରତ୍ନେ, ଡି ୱାଲେଙ୍ଗେ, କସୁନା ରଜିଥା, ଏଲ କୁମାରା ।

Last Updated :Jan 12, 2023, 1:41 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.