ETV Bharat / sports

ଆଜି ଭାରତ-ଦକ୍ଷିଣ ଆଫ୍ରିକା ଦ୍ବିତୀୟ ଦିନିକିଆ, ସିରିଜ ହାତେଇବା ଲକ୍ଷ୍ୟରେ ମେନ ଇନ୍‌ ବ୍ଲୁ'

author img

By ETV Bharat Odisha Team

Published : Dec 19, 2023, 10:39 AM IST

Updated : Dec 19, 2023, 1:00 PM IST

ଭାରତ ଓ ଦକ୍ଷିଣ ଆଫ୍ରିକା ଦିନିକିଆ ମ୍ୟାଚ
IND vs SA 2nd ODI match

IND vs SA 2nd ODI: ଆଜି ଭାରତ ଓ ଦକ୍ଷିଣ ଆଫ୍ରିକା ଦିନିକିଆ ମ୍ୟାଚ୍‌ । ଘରୋଇ ଦଳ ପାଇଁ କର ବା ମର ସ୍ଥିତି । ଅଧିକ ପଢ଼ନ୍ତୁ

ହାଇଦ୍ରାବାଦ: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ରହିଛି ଦ୍ବିତୀୟ ଦିନିକିଆ ମ୍ୟାଚ୍‌ । ଯୁବ ଖେଳାଳିଙ୍କୁ ନେଇ ବେଶ ଉତ୍ସାହୀ ଭାରତୀୟ ଟିମ୍‌ । ପ୍ରଥମ ମ୍ୟାଚରେ ବିଜୟୀ ହେବା ପରେ ଏବେ ସିରିଜ ହାତେଇବା ଲକ୍ଷ୍ୟରେ ମେନ୍‌ ଇନ୍‌ ବ୍ଲୁ । ସେପଟେ ଆଜିର ମ୍ୟାଚ୍‌ ଘରୋଇ ଦଳ ପାଇଁ କର ବା ମର ପରିସ୍ଥିତି ପରି । ଏହି ମ୍ୟାଚ ଦକ୍ଷିଣ ଆଫ୍ରିକା ପାଇଁ ବେଶ ଗୁରୁତ୍ବପୂର୍ଣ୍ଣ । ଆଜିର ମ୍ୟାଚ ଘରୋଇ ଦଳ ହାରିଗଲେ ସିରଜ ଭାରତ ସପକ୍ଷରେ ଯିବ । କିନ୍ତୁ ଭାରତକୁ ଅଟକାଇବାକୁ ଜୋରଦାର ଉଦ୍ୟମ କରିବ ଦକ୍ଷିଣ ଆଫ୍ରିକା । ସେଣ୍ଟଜର୍ଜସ ପାର୍କରେ ଅପରାହ୍ଣ 4ଟା 30ରେ ଏହି ମ୍ୟାଚ୍‌ ଖେଳାଯିବ ।

ଭାରତ ପ୍ରଥମ ମ୍ୟାଚ ବିଜୟୀ ହୋଇଥିବାରୁ ଦ୍ବିତୀୟ ମ୍ୟାଚ୍‌ ଜିତି ସିରିଜ କବଜା କରିବା ଲକ୍ଷ୍ୟରେ ରହିଛି । କିନ୍ତୁ ଏହା ଏତେଟା ସହଜ ନହେବା ପରି ମନେ ହେଉଛି । ସେଣ୍ଟ୍‌ ଜର୍ଜସ ପାର୍କରେ ଖେଳାଯାଇଥିବା ଟି20 ମ୍ୟାଚରେ ଭାରତକୁ ପରାସ୍ତ କରିଥିଲା ଘରୋଇ ଟିମ୍‌ । ଏହି ପିଚ୍‌ ଦକ୍ଷିଣ ଆଫ୍ରିକାକୁ ବେଶ ସୁହାଉଛି । ତେଣୁ ଆଜିର ମ୍ୟାଚକୁ ଭାରତ ହାଲୁକା ଭାବେ ନେବା ଉଚିତ ହେବନି । ଭାରତୀୟ ଦଳର ଉଭୟ ବ୍ୟାଟିଂ ବୋଲି ବିଭାଗ ସୁଦଢ଼ ରହିଛି । ଯୁବ ଖେଳାଳିଙ୍କ ପ୍ରଦର୍ଶନ ବି ବେଶ ଭଲ ରହିଛି । ଗତ ମ୍ୟାଚରେ ବୋଲିଂରେ ଅର୍ଶଦୀପ ସିଂହ, ଅଭେଶ ଖାନ ଘାତକ ସାବ୍ୟସ୍ତ ହୋଇଥିଲେ । ତାଙ୍କର ବଲକୁ ସାମ୍ନା କରିପାରିନଥିଲେ ଦକ୍ଷିଣ ଆଫ୍ରିକା ବ୍ୟାଟର । ସେହିପରି ଦିନିକିଆରେ ଡେବ୍ୟୁ କରିଥିବା ସାଇ ସୁଦର୍ଶନ ମଧ୍ୟ ଦମଦାର ବ୍ୟାଟିଂ କରି ଅର୍ଦ୍ଧଶତକ ହାସଲ କରିଥିଲେ ।

ଏହା ମଧ୍ୟ ପଢନ୍ତୁ-ଦକ୍ଷିଣ ଆଫ୍ରିକାରେ ଚମକିଲେ ଭାରତୀୟ ୟଙ୍ଗଷ୍ଟାର: ଅର୍ଶଦୀପଙ୍କୁ ପ୍ରଥମ ୫ ୱିକେଟ୍‌, ସାଇ ସୁଦର୍ଶନଙ୍କ ମେଡେନ୍‌ ୫୦

ଆଜି ଭାରତୀୟ ଏକାଦଶରେ କିଛିଟା ପରିବର୍ତ୍ତନ ହୋଇପାରେ । ଶ୍ରେୟସ ଆୟର ପ୍ରଥମ ମ୍ୟାଚ୍‌ ଖେଳିଥିବା ବେଳେ ଦ୍ୱିତୀୟ ଓ ଅନ୍ତିମ ଦିନିକିଆ ମ୍ୟାଚ୍‌ ଖେଳିବେ ନାହିଁ । ସେ ଏବେ ଟେଷ୍ଟ ମ୍ୟାଚ୍‌ ଅଭ୍ୟାସ କରୁଛନ୍ତି । ବ୍ୟାଟିଂ ବିଭାଗରେ ଗୋଟିଏ ସ୍ଥାନ ଖାଲିଥିବାରୁ କାହାକୁ ସ୍ଥାନ ମିଳିବ ତାହାକୁ ନେଇ ଦ୍ୱନ୍ଦ୍ୱ ଉପୁଜିଛି । ରିଙ୍କୁ ସିଂ ନଚେତ୍‌ ରଜତଙ୍କୁ ସ୍ଥାନ ମିଳିପାରେ । ସେହିପରି ବୋଲିଂରେ ମୁକେଶଙ୍କ ବଦଳରେ ଆକାଶ ଦୀପଙ୍କୁ ସ୍ଥାନ ଦିଆଯିବା ଚର୍ଚ୍ଚା ହେଉଛି । ସେହିପରି ଦକ୍ଷିଣ ଆଫ୍ରିକା ପ୍ରଥମ ମ୍ୟାଚ୍‌ ହାରିଥିବାରୁ ଆଜିର ମ୍ୟାଚ ପାଇଁ ଏକାଦଶରେ ପରିବର୍ତ୍ତନ ଆଣିପାରେ । ପୁରା ତୃଟିକୁ ସୁଧାରି ପୁରା ରଣନୀତି ସହ ଆଜି ପଡ଼ିଆକୁ ଓହ୍ଲାଇବାକୁ ସ୍ଥିର କରିଛି ଘରୋଇ ଦଳ ।

ଗତ 17 ତାରିଖରେ ଦକ୍ଷିଣ ଆଫ୍ରିକାରେ ଜୋହାନ୍ସବର୍ଗ ସ୍ଥିତ ନ୍ୟୁ ୱାଣ୍ଡରର୍ସ ଷ୍ଟାଡିୟମରେ ପ୍ରଥମ ଦିନିକିଆ ଖେଳାଯାଇଥିଲା । ପ୍ରଥମେ ବ୍ୟାଟିଂ କରି ଘରୋଇ ଦକ୍ଷିଣ ଆଫ୍ରିକା ଦଳ କେବଳ 116 ରନ୍‌ରେ ସମସ୍ତ ୱିକେଟ୍‌ ହରାଇଥିଲା । ଏହି ମ୍ୟାଚ୍‌ରେ ଭାରତୀୟ ୟଙ୍ଗ ସ୍ପିଡ୍‌ଷ୍ଟାର୍‌ ଅର୍ଶଦୀପ ସିଂହ 5ଟି ଏବଂ ଅଭେଶ ଖାନ 4ଟି ଓ୍ବିକେଟ ନେଇଥିଲେ । ଦ୍ବିତୀୟ ଇନିଂସ୍‌ରେ କେବଳ 17 ଓଭର ଶେଷ ସୁଦ୍ଧା ଭାରତ ଟାର୍ଗେଟ୍‌ ହାସଲ କରିନେଇଥିଲା । ଶ୍ରେୟସ ଆୟରଙ୍କ 52 ରନର ଗୁରୁତ୍ବପୂର୍ଣ୍ଣ ବ୍ୟାଟିଂ ସହ ମ୍ୟାଚ୍‌ ବିଜୟୀ ଇନିଂସ୍‌ ଖେଳିଥିଲେ ସାଇ ସୁଦର୍ଶନ ।

Last Updated :Dec 19, 2023, 1:00 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.