ETV Bharat / sports

ଦକ୍ଷିଣ ଆଫ୍ରିକାରେ ଚମକିଲେ ଭାରତୀୟ ୟଙ୍ଗଷ୍ଟାର: ଅର୍ଶଦୀପଙ୍କୁ ପ୍ରଥମ ୫ ୱିକେଟ୍‌, ସାଇ ସୁଦର୍ଶନଙ୍କ ମେଡେନ୍‌ ୫୦

author img

By ETV Bharat Odisha Team

Published : Dec 17, 2023, 11:02 PM IST

ଦକ୍ଷିଣ ଆଫ୍ରିକାରେ ଚମକିଲେ ଭାରତୀୟ ୟଙ୍ଗଷ୍ଟାର
ଦକ୍ଷିଣ ଆଫ୍ରିକାରେ ଚମକିଲେ ଭାରତୀୟ ୟଙ୍ଗଷ୍ଟାର

IND vs SA 1st ODI: ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଦିନିକିଆ ମ୍ୟାଚ୍‌ରେ ଭାରତୀୟ ଯୁବ ଖେଳାଳିଙ୍କ ଦମଦାର ପ୍ରଦର୍ଶନ ଦେଖିବାକୁ ମିଳିଛି । ବାମହାତୀ ପେସର ଅର୍ଶଦୀପ ସିଂହଙ୍କ ମେଡେନ୍‌ ୫ ୱିକେଟ୍‌ ସଫଳତା ଓ ସାଇ ସୁଦର୍ଶନଙ୍କ ଡେବ୍ୟୁ ଅର୍ଦ୍ଧଶତକ ଭାରତକୁ ଶୃଙ୍ଖଳାରେ ୧-୦ରେ ଆଗୁଆ କରିବାରେ ସହାୟକ ହୋଇଛି । ଅଧିକ ପଢ଼ନ୍ତୁ

ଜୋହାନ୍ସବର୍ଗ: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜିଠାରୁ ଆରମ୍ଭ ହୋଇଛି ଦିନିକିଆ ଶୃଙ୍ଖଳା । ତେବେ ଏହି ଶୃଙ୍ଖଳାରେ ପ୍ରଥମ ମ୍ୟାଚ୍‌ରେ ଭାରତକୁ ବିଜୟୀ କରାଇ ଦଳକୁ ୧-୦ରେ ଲିଡ୍‌ କରାଇଛନ୍ତି ଭାରତୀୟ ୟଙ୍ଗ୍‌ଷ୍ଟାର । ଦକ୍ଷିଣ ଆଫ୍ରିକାରେ ଆଜି ଜୋହାନ୍ସବର୍ଗ ସ୍ଥିତ ନ୍ୟୁ ୱାଣ୍ଡରର୍ସ ଷ୍ଟାଡିୟମରେ ଭାରତୀୟ ଯୁବ ତାରକାଙ୍କର ଦମଦାର ପ୍ରଦର୍ଶନ ଦେଖିବାକୁ ମିଳିଥିଲା । ବିଶେଷ କରି ଅର୍ଶଦୀପ ସିଂହ, ଅଭେଶ ଖାନ ଓ ସାଇ ସୁଦର୍ଶନ ଭାରତ ପାଇଁ ସେମାନଙ୍କର ସର୍ବଶ୍ରେଷ୍ଠ ପ୍ରଦର୍ଶନ ଦେଇ ଉଦାହରଣ ସୃଷ୍ଟି କରିଥିଲେ ।

ଆଜିର ମ୍ୟାଚ୍‌ରେ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଘରୋଇ ଦକ୍ଷିଣ ଆଫ୍ରିକା ଦଳ କେବଳ ୧୧୬ ରନ୍‌ରେ ସମସ୍ତ ୱିକେଟ୍‌ ହରାଇଥିଲା । ଏହି ମ୍ୟାଚ୍‌ରେ ଭାରତୀୟ ୟଙ୍ଗ ସ୍ପିଡ୍‌ଷ୍ଟାର୍‌ ଅର୍ଶଦୀପ ସିଂହ ଏବଂ ଅଭେଶ ଖାନ ଭାରତ ପାଇଁ ଚମତ୍କାର ବୋଲିଂ କରିଥିଲେ । ଅଭେଶ ପ୍ରଥମ ଥର ପାଇଁ ଅନ୍ତର୍ଜାତୀୟ ମ୍ୟାଚ୍‌ରେ ଭାରତ ପାଇଁ ୪ଟି ୱିକେଟ୍‌ ଅକ୍ତିଆର କରିଥିଲେ । ସେପଟେ ଆରମ୍ଭରୁ ଆକ୍ରାମକ ବୋଲିଂ ଜାରି ରଖି ଯୁବ ବାମହାତୀ ପେସର୍‌ ଅର୍ଶଦୀପ ସିଂହ ଏକାକୀ ୫ଟି ୱିକେଟ୍‌ ଅକ୍ତିଆର କରିଥିଲେ । ସେ ପ୍ରଥମ ଥର ପାଇଁ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ଏହି କୀର୍ତ୍ତିମାନ କରିଛନ୍ତି । ତେବେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଏଭଳି ବିରଳ ରେକର୍ଡ କରିବାରେ ସୁନୀଲ ଯୋଶୀ, ୟୁଜବେନ୍ଦ୍ର ଚହଲ ଏବଂ ରବୀନ୍ଦ୍ର ଜାଡେଜା ସଫଳ ହୋଇଥିଲେ । ଚତୁର୍ଥ ଭାରତୀୟ ଭାବେ ଏହି କ୍ଲବ୍‌ରେ ସାମିଲ ହୋଇଛନ୍ତି ଅର୍ଶଦୀପ ।

ଏହା ମଧ୍ୟ ପଢ଼ନ୍ତୁ...ସାଇ ସୁଦର୍ଶନଙ୍କ ମେଡେନ୍‌ ଅର୍ଦ୍ଧଶତକ, ୮ ୱିକେଟ୍‌ରେ ଭାରତର ଦମଦାର ବିଜୟ

ସେପଟେ ଦ୍ବିତୀୟ ଇନିଂସ୍‌ରେ କେବଳ ୧୬.୪ ଓଭରରେ ଟାର୍ଗେଟ୍‌ ହାସଲ କରିନେଇଥିଲା ଭାରତ । ଶ୍ରେୟସ ଆୟରଙ୍କ ୫୨ ରନର ଗୁରୁତ୍ବପୂର୍ଣ୍ଣ ବ୍ୟାଟିଂ ସହ ମ୍ୟାଚ୍‌ ବିଜୟୀ ଇନିଂସ୍‌ ଖେଳିଥିଲେ ଯୁବ ତାରକା ବ୍ୟାଟର ସାଇ ସୁଦର୍ଶନ । ସବୁଠୁ ବଡ଼ କଥା ହେଉଛି ସେ ଆଜି ହିଁ ଭାରତ ପାଇଁ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ଡେବ୍ୟୁ କରିଥିଲେ । ପଦାର୍ପଣ ମ୍ୟାଚ୍‌ରେ ସାଇ ସୁଦର୍ଶନ ୫୫ ରନ୍‌ର ବିସ୍ଫୋରକ ପାଳି ଖେଳି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ତାଙ୍କ ପାଳିରେ ୯ ଚୌକା ସାମିଲ ଥିଲା । ଅନ୍ୟପଟେ ଯୁବ ତାରକାଙ୍କ ଏଭଳି ଦମଦାର ପ୍ରଦର୍ଶନ ପାଇଁ ସେମାନଙ୍କୁ ବହୁ ପୂର୍ବତନ କ୍ରିକେଟରଙ୍କ ସମେତ ବିସିସିଆଇ ସଚିବ ଜୟ ଶାହ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.