ETV Bharat / sports

INDvsBAN 1st Test: ଦ୍ବିତୀୟ ଦିନରେ 300 ପାର କଲା ଭାରତ ସ୍କୋର, ଶତକରୁ ବଞ୍ଚିତ ଶ୍ରେୟାସ

author img

By

Published : Dec 15, 2022, 10:48 AM IST

Updated : Dec 15, 2022, 11:12 AM IST

ଘରୋଇ ବାଂଲାଦେଶ ଓ ଭାରତ ମଧ୍ୟରେ ଆରମ୍ଭ ହୋଇଥିବା ପ୍ରଥମ ଟେଷ୍ଟ ସିରିଜର ଆଜି ଦ୍ବିତୀୟ ଦିନ ( India vs bangladesh first test second day) । ବଡ ସ୍କୋର କରିବାକୁ ଲକ୍ଷ୍ୟ ରଖିଛି ଟିମ ଇଣ୍ଡିଆ । ଅଧିକ ପଢନ୍ତୁ

INDvsBAN 1st Test
ଦ୍ବିତୀୟ ଦିନରେ ବଡ ସ୍କୋର ଲକ୍ଷ୍ୟ, ଶତକରୁ ବଞ୍ଚିତ ଶ୍ରେୟାସ

ଢାକା: ଘରୋଇ ବାଂଲାଦେଶ ଓ ଭାରତ ମଧ୍ୟରେ ଆରମ୍ଭ ହୋଇଥିବା ପ୍ରଥମ ଟେଷ୍ଟ ସିରିଜର ଆଜି ଦ୍ବିତୀୟ ଦିନ । ପ୍ରଥମ ଦିନ ଚେତେଶ୍ବର ପୂଜାରା ଓ ଶ୍ରେୟାସ ଆୟରଙ୍କ ଲଢୁଆ ବ୍ୟାଟିଂ ବଳରେ ବିପର୍ଯ୍ୟୟରୁ ମୁକୁଳି ପାରିଥିଲା ଭାରତ । ଦ୍ବିତୀୟ ଦିନରେ ବଡ ସ୍କୋର କରିବା ଲକ୍ଷ୍ୟରେ ରହିଛି ଭାରତ । ଏହାରି ଭିତର ପ୍ରଥମ ଦିନ ଅପରାଜେୟ ଥିବା ଶ୍ରେୟସ ଆୟର ଓ ରବିଚନ୍ଦ୍ରନ ଅଶ୍ବିନୀ ପାଳି ଆରମ୍ଭ କରିଥିଲେ । ଶତକ ହାସଲ କରିବା ଲକ୍ଷ୍ୟରେ ରହିଥିଲେ ଶ୍ରେୟାସ ହେଲେ ବାଂଲାଦେଶ ବୋଲର ଇବାଦତ ଶ୍ରେୟାସଙ୍କୁ ଆଉଟ କରିଛନ୍ତି । ଶତକ ହାସଲରୁ ବଞ୍ଚିତ ଅଛନ୍ତି ଶ୍ରେୟାସ ଆୟର । ବ୍ରେକ ସୁଦ୍ଧା ବର୍ତ୍ତମାନ ଦଳୀୟ ସ୍କୋର 7 ୱିକେଟ ହରାଇ 348ରେ ପହଞ୍ଚିଛି । ଆୟର 192 ବଲ ଖେଳି 86 ରନରେ ଆଉଟ ହୋଇଛନ୍ତି । ଅଶ୍ବିନୀ ଓ କୁଳଦୀପଙ୍କ ମଧ୍ୟରେ 50ରନ ଭାଗିଦାରୀ ହୋଇଛି ।

ଶ୍ରେୟାସ ପାଭିଲିନୟ ଫେରିବା ପରେ କୁଲଦୀପ ଯାଦବ ଅଶ୍ବନୀଙ୍କୁ ସାଥ ଦେଇଥିଲେ । ଉଭୟ ଦମଦାର ପାଳି ଖେଳି ଦଲୀୟ ସ୍କୋରକୁ ଆଗକୁ ନେଉଛନ୍ତି । ଶ୍ରେୟାସ ଆୟର ପ୍ରଥମ ଦିନରେ କରିଥିବା ରନରେ କେବଳ 4ରନ ଯୋଡିଥିଲେ । ମାତ୍ର 86 ରନ କରି ଇବାଦତଙ୍କ ବଲରେ ଆଉଟ ହୋଇଛନ୍ତି ଆୟର । ଫଳରେ ଶତକରୁ ବଞ୍ଚିତ ହୋଇଛନ୍ତି ଶ୍ରେୟାସ । ଭାରତ ଟସ ଜିତି ବ୍ୟାଟିଂ ଆରମ୍ଭ କରିଥିଲା । ବାଂଲାଦେଶ ବୋଲର ଶୃଙ୍ଖଳିତ ବୋଲିଂ କରି ବିପର୍ଯ୍ୟୟ ଘଟାଇଥିଲେ । ଦୁଇ ଓପନର ଶୁଭମନ ଗିଲ ଓ ଲୋକେଶ ରାହୁଲ ସଅଳ ପାଭିଲିୟନ ଫେରିଥିଲେ । ଦଳୀୟ ସ୍କୋର 41ରେ ଏହି ଯୋଡି ଭାଙ୍ଗିଥିଲା । ଶୁଭମନ ଗିଲ 20 ରନ କରି ଆଉଟ ହୋଇଥିବା ବେଳେ ରାହୁଲ 22 ରନ କରିଥିଲେ । ପରେ ପରେ ବିରାଟ କୋହଲି ଆଉଟ ହୋଇଥିଲେ । ମାତ୍ର 1 ରନ କରି ଆଉଟ ହୋଇଥିଲେ କିଙ୍ଗ କୋହଲି । ଦଳୀୟ ସ୍କୋର 48 ବେଳକୁ 3ଟି ୱିକେଟ ପତନ ହୋଇଥିଲା । ଚେତେଶ୍ବର ପୂଜାରା ସଙ୍କଟମୋଚକ ସାଜିଥିଲେ । ତାଙ୍କୁ ସାଥ ଦେଇଥିଲେ ଋଷବ ପନ୍ତ । ପନ୍ତ 45 ବଲ ଖେଳି 46 ରନ କରି ଆଉଟ ହୋଇଥିଲେ । ଏହା ପରେ ଶ୍ରେୟାସ ଆୟର ଆସିଥିଲେ ।

ଏହା ବି ପଢନ୍ତୁ...INDvsBAN 1st Test: ପ୍ରଥମ ଦିନରେ ଭାରତର ସ୍କୋର 278/6 ରନ, ପୂଜାରା-ଆୟରଙ୍କ ଅର୍ଦ୍ଧଶତକ

ଉଭୟ ଆୟର ଓ ପୂଜାରା ଦୃଢ ବ୍ୟାଟିଂ କରି ଦଳୀୟ ସ୍କୋରକୁ ଆଗକୁ ନେଇଥିଲେ । ଉଭୟ ଦର୍ଶନୀୟ ସଟ ଖେଳି ବାଂଲାଦେଶ ବୋଲରଙ୍କୁ ଧରାଶାୟୀ କରିଥିଲେ । ଦୁଇ ଖେଳାଳିଙ୍କ ମଧ୍ୟରେ 149 ଭାଗୀଦାରୀ ହୋଇଥିଲା । ଚେତେଶ୍ବର ପୂଜାରା 203 ବଲ ଖେଳି 90 ରନ କରି ଆଉଟ ହୋଇଥିଲେ । ପ୍ରଥମ ଦିନରେ ଦଳୀୟ ସ୍କୋର 278ରେ ପହଞ୍ଚିଥିଲା । ଭାରତର 6 ୱିକେଟ ପତନ ହୋଇଥିଲା ।

Last Updated :Dec 15, 2022, 11:12 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.