ETV Bharat / sports

INDvsBAN 1st Test: ପ୍ରଥମ ଦିନରେ ଭାରତର ସ୍କୋର 278/6 ରନ, ପୂଜାରା-ଆୟରଙ୍କ ଅର୍ଦ୍ଧଶତକ

author img

By

Published : Dec 14, 2022, 4:57 PM IST

INDvsBAN 1st Test : ପ୍ରଥମ ଦିନରେ ୬ ଟି ୱିକେଟ ହରାଇବା ସହ ୨୭୮ ରନ, ପୂଜାରା ଓ ଆୟାରଙ୍କ ଅର୍ଦ୍ଧଶତକ
INDvsBAN 1st Test : ପ୍ରଥମ ଦିନରେ ୬ ଟି ୱିକେଟ ହରାଇବା ସହ ୨୭୮ ରନ, ପୂଜାରା ଓ ଆୟାରଙ୍କ ଅର୍ଦ୍ଧଶତକ

ପ୍ରଥମ ଦିନ ଇନିଂସରେ ଭାରତ ୯୦ ଓଭରରେ ୬ ୱିକେଟ ହରାଇ ୨୭୮ ରନ କରିଛି । ପୂଜାର ୯୦ ରନ କରି ଆଉଟ ହୋଇଥିବା ବେଳେ ଆୟର ୮୨ ରନ କରି ଅପରାଜିତ ରହିଛନ୍ତି । ଅଧିକ ପଢନ୍ତୁ

ଢାକା: ଆଜିଠୁ ( ବୁଧବାର ) ବାଂଲାଦେଶ ବିପକ୍ଷରେ ଭାରତ ପ୍ରଥମ ଟେଷ୍ଟ ମ୍ୟାଚ୍ ଖେଳୁଛି । ପ୍ରଥମ ଦିନ ଇନିଂସରେ ଭାରତ ୯୦ ଓଭରରେ ୬ ୱିକେଟ ହରାଇ ୨୭୮ ରନ କରିଛି । ଭାରତ ଟସ୍ ଜିତି ଅଧିନାୟକ ଲୋକଶ ରାହୁଲ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ । ପ୍ରଥମ ଦିନର ୱିକେଟ ଅପସାରଣ ବେଳକୁ ଟିମ୍ ଇଣ୍ଡିଆ ଚେତେଶ୍ବର ପୂଜାରା ଓ ଶ୍ରେୟାସ ଆୟରଙ୍କ ଅର୍ଦ୍ଧଶତକ ବଳରେ ୨୭୮ ରନ କରିପାରିଛି । ପୂଜାର ୯୦ ରନ କରି ଆଉଟ ହୋଇଥିବା ବେଳେ ଆୟର ୮୨ ରନ କରି ଅପରାଜିତ ରହିଛନ୍ତି ।

ଲୋକେଶ ରାହୁଲ ଓ ଯୁବ ବ୍ୟାଟର ଶୁଭମନ ଗିଲ ଓପନିଂ ପାଇଁ ଆସିଥିଲେ । ଆରମ୍ଭରୁ ଉଭୟ ଭଲ ପାଳି ଆରମ୍ଭ କରିଥିଲେ ସୁଦ୍ଧା ତାହା ଦୀର୍ଘ ସମୟ ପାଇଁ ପାରିନଥିଲା । ଉଭୟଙ୍କ ପାର୍ଟନରସିପ ଦଳୀୟ ସ୍କୋର ପାଇଁ ୪୧ ରନ ଯୋଡିଥିଲା । ଶୁଭମନ ଗିଲ ୪୦ ବଲରୁ ୩ ଟି ଚୌକା ସହିତ ୨୦ ରନ କରି ଆଉଟ ହୋଇଥିଲେ । ଏହାପରେ ୧୮.୧ ଓଭରରେ ଲୋକେଶ ରାହୁଲ ୨୨ ରନ କରି ପାଭଲିୟନ ଲେଉଟିଥିଲେ ।

ଫର୍ମରେ ଥିବା ଷ୍ଟାର ବ୍ୟାଟର ବିରାଟ କୋହଲି ସମସ୍ତଙ୍କୁ ଆଜି ନିରାଶ କରିଥିଲେ । ମାତ୍ର ୧ ରନ କରି ଆଉଟ ହୋଇଥିଲେ ସେ । ଏହା ପରେ ଚେତେଶ୍ବର ପୂଜାରା ଓ ଋଷଭ ପନ୍ତଙ୍କ ପାର୍ଟନରସିପ ଦଳୀୟ ସ୍କୋର ବୋର୍ଡକୁ ଆଗକୁ ବଢାଇଥିଲା । ହେଲେ ୩୧.୪ ଓଭରରେ ଦଳକୁ ପୁଣି ଆଉ ଏକ ଝଟକା ଲାଗିଥିଲା । ଯୁବ ବ୍ୟାଟର ଋଷଭ ପନ୍ତ ୪୫ ବଲରୁ ୬ ଟି ଚୌକା ଓ ୨ ଟି ଛକା ସହିତ ୪୬ ରନ କରି ଆଉଟ ହୋଇଥିଲେ । ଷଷ୍ଠ ଅର୍ଡରରେ ବ୍ୟାଟିଂ ପାଇଁ ମଇଦାନକୁ ଆସିଥିଲେ ଶ୍ରେୟାସ ଆୟର ।

କ୍ରିଜରେ ତିଷ୍ଠି ବ୍ୟାଟିଂ ଜାରି ରଖିଥିଲେ ସୁଦ୍ଧା ଚେତେଶ୍ବର ପୂଜାରା ଶତକରୁ ବଞ୍ଚିତ ହୋଇଛନ୍ତି । ସେ ୧୧ଟି ଚୌକା ସହିତ ୯୦ ରନ କରି ଆଉଟ ହୋଇଥିଲେ । ସେହିପରି ଅଲରାଉଣ୍ଡର ଅକ୍ଷର ପଟେଲ ମଧ୍ୟ ୨୬ ବଲରୁ ୨ ଟି ଚୌକା ସହିତ ୧୪ ରନ କରି ପ୍ରଥମ ଦିନରେ ଆଉଟ ହୋଇଛନ୍ତି । ଶ୍ରେୟାସ ଆୟର ପ୍ରଥମ ଦିନରେ ୮୨ ରନର ଅର୍ଦ୍ଧଶତକୀୟ ପାଳି ଖେଳି ଅପରାଜିତ ରହିଛନ୍ତି । ବାଂଲାଦେଶର ଟାଇଜୁଲ ଇସଲାମ ପ୍ରଥମ ଦିନରେ ସର୍ବାଧିକ ୩ ଟି ୱିକେଟ ନେଇଛନ୍ତି । ମେହିଦି ହାସନ ମିରାଜ ୨ ଟି ଓ ଖାଲିଦ ଅହମଦ ଗୋଟିଏ ୱିକେଟ ନେଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.