ETV Bharat / sports

India vs Australia 2nd ODI: ଟସ୍ ଜିତି ଅଷ୍ଟ୍ରେଲିଆର ଫିଲ୍ଡି ନିଷ୍ପତ୍ତି, ବ୍ୟାଟିଂ କରିବ ଭାରତ

author img

By ETV Bharat Odisha Team

Published : Sep 24, 2023, 1:30 PM IST

india vs Australia second odi toss
India vs Australia 2nd ODI

ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଇନ୍ଦୋରରେ ଦ୍ବିତୀୟ ଦିନିକିଆ ମ୍ୟାଚ ଆରମ୍ଭ ହୋଇଛି । ଟସ ଜିତି ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଛି କଙ୍ଗାରୁ ଦଳ । ଅଧିକ ପଢନ୍ତୁ

ଇନ୍ଦୋର: ଘରୋଇ ଭାରତ ଓ ଭ୍ରମଣକାରୀ ଅଷ୍ଟ୍ରେଲିଆ ମଧ୍ୟରେ ଆରମ୍ଭ ହୋଇଥିବା ଦିନିକିଆ ସିରିଜରେ ଆଜି ଦ୍ବିତୀୟ ଦିନିକିଆ ମ୍ୟାଚ ଖେଳାଯାଉଛି । ଟସ ଜିତି ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନିଷ୍ପତ୍ତି ନେଇଛି ଭ୍ରମଣକାରୀ ଦଳ ଅଷ୍ଟ୍ରେଲିଆ । ବ୍ୟାଟିଂ ଆମନ୍ତ୍ରଣ ପାଇଛି ଭାରତୀୟ ଦଳ । ଦ୍ବିତୀୟ ଦିନିକିଆରେ ଭାରତୀୟ ଦଳରେ ପରିବର୍ତ୍ତନ କରାଯାଇଛି । ଯଶପ୍ରୀତ ବୁମରା ଆଜିର ମ୍ୟାଚ ଖେଳୁ ନାହାନ୍ତି । ତାଙ୍କ ସ୍ଥାନରେ ଚୂ଼ଡାନ୍ତ ଏକାଦଶରେ ପ୍ରସିଦ୍ଧ କ୍ରିଷ୍ଣାଙ୍କୁ ସାମିଲ କରାଯାଇଛି । ପାଟ କମିନ୍ସଙ୍କ ବଦଳରେ ଅଷ୍ଟ୍ରେଲିଆ ଦଳର ନେତୃତ୍ବ ନେଇଛନ୍ତି ଷ୍ଟିଭେନ ସ୍ମିଥ ।

ଭାରତୀୟ ଦଳ ବ୍ୟାଟରରେ କୌଣସି ପରିବର୍ତ୍ତନ କରିନାହିଁ । ପ୍ରଥମ ଦିନିକିଆ ଖେଳିଥିବା ଖେଳାଳି ଦ୍ବିତୀୟ ଦିନିକିଆ ପାଇଁ ଭାରତୀୟ ଚୂଡାନ୍ତ ଏକାଦଶରେ ସ୍ଥାନ ପାଇଛନ୍ତି । ବୋଲିଂରେ ଭାରତୀୟ ଦଳ ପରବର୍ତ୍ତନ କରିଛି । ଯଶପ୍ରୀତ ବୁମରା ଦ୍ବିତୀୟ ଦିନିକିଆ ଖେଳୁନାହାନ୍ତି । ତାଙ୍କ ସ୍ଥାନରେ ଆଜି ପ୍ରସିଦ୍ଧ କ୍ରିଷ୍ଣାଙ୍କୁ ସ୍ଥାନ ମିଳିଛି । ବୁମରା ଘରକୁ ଫେରିଥିବାକୁ ତାଙ୍କ ସ୍ଥାନରେ ଭାରତୀୟ ଦଳରେ ମୁକେଶ କୁମାରଙ୍କୁ ସାମିଲ କରାଯାଇଛି । 1-0ରେ ଆଗୁଆ ଥିବା ଭାରତ ଆଜିର ମ୍ୟାଚ ଜିତି ସିରିଜ ହାତେଇବା ଲକ୍ଷ୍ୟରେ ରହିଛି । ବିଶ୍ବକପ ପୂର୍ବରୁ ଭାରତ ତାର ଶକ୍ତି ପ୍ରମାଣିତ କରିବାକୁ ଲକ୍ଷ୍ୟ ରଖିଛି । ମୋହାଲିରେ ଖେଳାଯାଇଥିବା ପ୍ରଥମ ଦିନିକିଆ ମ୍ୟାଚ ଜିତି ଦୃଢ ମନୋବଳରେ ରହିଛି ଭାରତ । ଆଜି ଦ୍ବିତୀୟ ଦିନିକିଆ ଜିତି ଆଗୁଆ ସିରିଜ କବାଜ ଲକ୍ଷ୍ୟରେ ରହିଛି ଟିମ ଇଣ୍ଡିଆ । ସବୁ ବିଭାଗରେ ସନ୍ତୁଳନ ପ୍ରଦର୍ଶନ କରିବାକୁ ପ୍ରୟାସ କରିବା ରାହୁଲଙ୍କ ନେତୃତ୍ବାଧୀନ ଭାରତ ।

ଏହା ବି ପଢନ୍ତୁ...କ୍ରିକେଟର ସବୁ ଫର୍ମାଟରେ ଏକ ନମ୍ବର ଭାରତ

ପାଟ କମିନ୍ସ ଆଜି ଖେଳୁ ନାହାନ୍ତି । ଷ୍ଟିଭେନ ସ୍ମିଥଙ୍କ କାନ୍ଧରେ ନେତୃତ୍ବ ଭାର ରହିଛି । ଷ୍ଟିଭଙ୍କ ନେତୃତ୍ବରେ ଅଷ୍ଟ୍ରେଲିଆ ଦଳ ଦ୍ବିତୀୟ ଦିନିକିଆ ଜିତି ସିରିଜରେ ତିଷ୍ଠିବାକୁ ପ୍ରୟାସ କରିବ । ପ୍ରଥମ ଦିନିକିଆରେ ପରାସ୍ତ ହେବା ପରେ ଦଳ ପାଇଁ କର ବା ମର ପରିସ୍ଥିତି ସୃଷ୍ଟି ହୋଇଛି । ଆଜିର ମୁକାବିଲା ଜିତିବାକୁ ଦଳ ସମସ୍ତ ଶକ୍ତି ଖଟାଇବ । ବିଶ୍ବକପ ପୂର୍ବରୁ ବିଜୟ ସ୍ବାଦ ଚାଖିବାକୁ ବ୍ୟାକୁଳ କଙ୍ଗାରୁ ଦଳ ସବୁ ଶକ୍ତି ଖଟାଇବାକୁ ପ୍ରୟାସ କରିବ । ପୂର୍ବ ତ୍ରୁଟି ସୁଧାରି ମୈଦାନକୁ ଓହ୍ଲାଇବ ଭ୍ରମଣକାରୀ ଦଳ ।

ଏହା ବି ପଢନ୍ତୁ...Asian Games Semi Final: ବାଂଲଦେଶକୁ ହରାଇ ଫାଇନାଲରେ ଭାରତୀୟ ମହିଳା ଦଳ, ପଦକ ପକ୍କା

ଭାରତୀୟ ଚୂଡାନ୍ତ ଏକାଦଶ: ଶୁଭମନ ଗିଲ, ଋତୁରାଜ ଗାଏକ୍ବାଡ, ଶ୍ରେୟାସ ଆୟର, ଈଶାନ କିଷନ, ସୂର୍ଯ୍ୟକୁମାର ଯାଦବ, କେଏଲ ରାହୁଲ (ଅଧିନାୟକ), ରବିନ୍ଦ୍ର ଜାଡେଜା (ଉପଅଧିନାୟକ), ଆର ଅଶ୍ବିନୀ, ସାର୍ଦୁଳ ଠାକୁର, ମହମ୍ମଦ ସାମି, ପ୍ରସିଦ୍ଧ କ୍ରିଷ୍ଣା ।

ଅଷ୍ଟ୍ରେଲିଆ ଚୂଡାନ୍ତ ଏକାଦଶ: ଡେଭିଡ ୱାର୍ଣ୍ଣର, ଏମ ସର୍ଟ, ଷ୍ଟିଭେନ ସ୍ମିଥ (ଅଧିନାୟକ), ମାର୍ନସ ଲାବୁସାନ, କାମେରନ ଗ୍ରୀନ, ଆଲେକ୍ସ କ୍ୟାରୀ, ଜେ ଇଙ୍ଗଲିସ, ଜେ ହାଜେଲଉଡ, ଏସ ଜନସନ, ଏସ ଆବୋଟ, ଆଡାମ ଜାମ୍ଫା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.