ETV Bharat / sports

ଆଜି ଭାରତ-ଅଷ୍ଟ୍ରେଲିଆ ପଞ୍ଚମ ଟି-ଟ୍ବେଣ୍ଟି ମୁକାବିଲା, ବେଙ୍ଗାଲୁରୁରେ ବାଜିମାତ ଲକ୍ଷ୍ୟରେ ସୂର୍ଯ୍ୟ ସେନା

author img

By ETV Bharat Odisha Team

Published : Dec 3, 2023, 11:35 AM IST

India vs Australia T20 Series
India vs Australia fifth t20

India vs Australia fifth t20: ଭାରତ ଓ ଭ୍ରମଣକାରୀ ଅଷ୍ଟ୍ରେଲିଆ ମଧ୍ୟରେ 5 ମ୍ୟାଚ ବିଶିଷ୍ଟ ଟି-20 ସିରିଜ ଜାରି ରହିଛି । ଆଜି ଅନ୍ତିମ ତଥା ପଞ୍ଚମ ଟି-ଟ୍ବେଣ୍ଟି ମ୍ୟାଚ ଖେଳାଯିବ । ବେଙ୍ଗାଲୁରୁ ରାତି 7ଟାରେ ଖେଳାଯିବ ମ୍ୟାଚ । ଅଧିକ ପଢନ୍ତୁ

ବେଙ୍ଗାଲୁରୁ: ଆଜି 4 ରାଜ୍ୟରେ ବିଧାନସଭା ନିର୍ବାଚନ ଫଳାଫଳ ବାହାରିବ । ଏନେଇ ଭୋଟ ଗଣତି ଜାରି ରହିଛି । ନିର୍ବାଚନ ରେଜଲ୍ଟ ଉପରେ ସମସ୍ତ ନଜର ରହିଛି ହେଲେ କ୍ରିକେଟପ୍ରେମୀଙ୍କ ନଜର ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବାକୁ ଥିବା ପଞ୍ଚମ ଟିଟ୍ବେଣ୍ଟି ମ୍ୟାଚ ଉପରେ ରହିଛି । ଭାରତ ଓ ଭ୍ରମଣକାରୀ ଅଷ୍ଟ୍ରେଲିଆ ମଧ୍ୟରେ 5 ମ୍ୟାଚ ବିଶିଷ୍ଟ ଟି-20 ସିରିଜ ଜାରି ରହିଛି । ଆଜି ଅନ୍ତିମ ତଥା ପଞ୍ଚମ ଟି-ଟ୍ବେଣ୍ଟି ମ୍ୟାଚ ଖେଳାଯିବ । 3ଟି ମ୍ୟାଚ ଜିତି ସିରିଜ କବ୍‌ଜା କରି ସାରିଛି ଭାରତ । ଦକ୍ଷିଣଆଫ୍ରିକା ଗସ୍ତ ପୂର୍ବରୁ ଶେଷ ମ୍ୟାଚ ଜିତି ଦକ୍ଷତା ଦେଖିବାକୁ ପ୍ରସ୍ତୁତ ରହିଛି । ଅଷ୍ଟ୍ରେଲିଆ ସମ୍ମାନ ବଞ୍ଚାଇ ସ୍ବଦେଶ ଫେରିବାକୁ ଲକ୍ଷ୍ୟ ରଖିଛି । ବେଙ୍ଗାଲୁରୁର ଚିନ୍ନାସ୍ବାମୀ ଷ୍ଟାଡିୟମରେ ରାତି 7ଟାରେ ଖେଳାଯିବ ମ୍ୟାଚ ।

ଭାରତ ପ୍ରଥମ 2ଟି ମ୍ୟାଚ ଜିତିଥିଲା । ତୃତୀୟ ମ୍ୟାଚରେ ପରାସ୍ତ ହୋଇଥିଲା । ଚତୁର୍ଥ ଟିଟ୍ବେଣ୍ଟି ଜିତି ଆଗୁଆ ସିରିଜ କବଜା କରି ସାରିଛି ଭାରତ । ସିରିଜ ଜିତିଥିଲେ ବି ଭାରତର ବୋଲିଂ ବିଭାଗ ନେଇ ଚିନ୍ତା ରହିଛି । ଆଗକୁ ଦକ୍ଷିଣ ଆଫ୍ରିକ ବିପକ୍ଷରେ ଟି-ଟ୍ବେଣ୍ଟି ସିରିଜ ଖେଳିବ ଭାରତ । ଏହାପୂର୍ବରୁ ଏକ ମଜବୁତ ଦଳ ପ୍ରସ୍ତୁତ କରିବାକୁ ହେବ । ଏହା ସହିତ ଦକ୍ଷିଣ ଆଫ୍ରିକା ଗସ୍ତ ପୂର୍ବରୁ ଆଜି ଅଷ୍ଟ୍ରେଲିଆ ବିପକ୍ଷରେ ଅନ୍ତିମ ଟିଟ୍ବେଣ୍ଟି ଜିତି ଦକ୍ଷତା ଦେଖାଇବା ସୂର୍ଯ୍ୟସେନା । ଆଜି ବିଶେଷ କରି ଦଳକୁ ବୋଲିଂ ଦୁର୍ବଳତା ଦୂର କରିବାକୁ ହେବ । ଉଭୟ ବିଭାଗରେ ଦଳକୁ ଶ୍ରେଷ୍ଠ ପ୍ରଦର୍ଶନ କରିବାକୁ ହେବ । ଚତୁର୍ଥ ମ୍ୟାଚରେ ବହୁ ଯୁବ ଖେଳାଳିଙ୍କୁ ସୁଯୋଗ ମିଳିଥିଲା । ଆଜି ବଳକା ଖେଳାଳିଙ୍କୁ ସୁଯୋଗ ମିଳିପାରେ । ଆଜି ଯଶସ୍ବୀ ଜୈସୱାଲଙ୍କ ଉପରେ ନଜର ରହିବ । ସେ ପ୍ରତି ମ୍ୟାଚରେ ବିସ୍ଫୋରକ ବ୍ୟାଟିଂ କରୁଛନ୍ତି ।

ଅନ୍ୟପଟେ ସିରିଜ ହାରିଥିବା କଙ୍ଗାରୁ ଦଳ ଅନ୍ତିମ ଟିଟ୍ବେଣ୍ଟି ଜିତିବାକୁ ପ୍ରୟାସ କରିବ । ଗୋଟିଏ ମ୍ୟାଚ ଜିତିଥିବା କଂଗ୍ରେସ ଶେଷ ମ୍ୟାଚ ଜିତି ସମ୍ମାନ ବଞ୍ଚାଇ ସ୍ବଦେଶ ଫେରିବାକୁ ଲକ୍ଷ୍ୟ ରଖିଛି । ମାଥ୍ୟୁ ହେଡଙ୍କ ନେତୃତ୍ବରେ ଏବେ ଯୁବ ଖେଳାଳିଙ୍କୁ ନେଇ ଅଷ୍ଟ୍ରେଲିଆ ଖେଳୁଛି । ଦିନିକିଆ ବିଶ୍ବକପ ଚମ୍ପିଆନ ହୋଇଥିଲେ ବି ଦଳ ଭାରତ ବିପକ୍ଷ ଟିଟ୍ବେଣ୍ଟି ସିରିଜ ହାରି ସାରିଛି ।

ଏହା ବି ପଢନ୍ତୁ...ପୂରା ହେଲା ବିଶ୍ବକପ୍‌ ପ୍ରତିଶୋଧ, ଶୃଙ୍ଖଳା ହାରିଲା ଅଷ୍ଟ୍ରେଲିଆ

ପିଚ୍ ରିପୋର୍ଟ: ବେଙ୍ଗାଲୁରୁର ଚିନ୍ନାସ୍ବାମୀ ଷ୍ଟାଡିୟମର ପିଚ ବ୍ୟାଟିଂ ପାଇଁ ବେଶ ଅନୁକୂଳ । ଛୋଟ ବାଉଣ୍ଡାରୀ ଓ ଦ୍ରୁତ ଆଉଟ ଫିଲ୍ଡରେ ରନ ବର୍ଷା ହେବ । ଟସ ବିଜୟୀ ଦଳ ଫିଲ୍ଡିଂ ନିଷ୍ପତ୍ତି ନେବା ଏକ ପ୍ରକାର ନିଶ୍ଚିନ୍ତ । ଦ୍ବିତୀୟ ଇନିଂସରେ କାକର ପଡିବାକୁ ଓଦା ବଲରେ ବ୍ୟାଟିଂ ସହଜ ହେବ ।

ଭାରତୀୟ ସମ୍ଭାବ୍ୟ ଦଳ: ଈଶାନ କିସନ (ୱିକେଟ କିପର), ଋତୁରାଜ ଗାଏକ୍ବାଡ, ଶ୍ରେୟାସ ଆୟର, ସୂର୍ଯ୍ୟକୁମାର ଯାଦବ (ଅଧିନାୟକ), ତିଲକ ବର୍ମା, ଶିବମ ଦୁବେ, ରିଙ୍କୁ ସିଂହ, ଯଶସ୍ବୀ ଜସ୍ବାଲ, ଅକ୍ଷର ପଟେଲ/ୱାଶିଂଟନ ସୁନ୍ଦର, ରବି ବଷ୍ଣୋଇ, ଦୀପକ ଚହର, ଅଭେଶ ଖାନ, ମୁକେଶ କୁମାର ।

ଅଷ୍ଟ୍ରେଲିଆ ସମ୍ଭାବ୍ୟ ଦଳ: ଷ୍ଟିଭେନ ସ୍ମିଥ, ମାଥ୍ୟୁ ସର୍ଟ, ଆରୋନ ହାର୍ଡି, ଜୋସ ଇନଗ୍ଲିସ, ମାର୍କସ ଷ୍ଟୋଇନିସ, ଟିମ ଡେଭିଡ, ମାଥ୍ୟୁ ୱେଡ (ଅଧିନାୟକ), ସିନ ଆବୋଟ, ନାଥନ ଏଲିସ, ଜାସନ ବେହରନଡର୍ଫ, ତନବୀର ସାଙ୍ଗା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.