ETV Bharat / sports

Omicron Scare: ସପ୍ତାହେ ଘୁଞ୍ଚିପାରେ ଟିମ ଇଣ୍ଡିଆର ଦକ୍ଷିଣ ଆଫ୍ରିକା ଗସ୍ତ

author img

By

Published : Dec 2, 2021, 3:37 PM IST

India tour of SA might be pushed back by one week amid Omicron scare
Omicron ଭୟ: ସପ୍ତାହେ ଘୁଞ୍ଚିପାରେ ଟିମ ଇଣ୍ଡିଆର ଦକ୍ଷିଣ ଆଫ୍ରିକା ଗସ୍ତ

ଗୋଟିଏ ସପ୍ତାହ ଘୁଞ୍ଚିପାରେ ଟିମ ଇଣ୍ଡିଆର ଆଗାମୀ ଦକ୍ଷିଣ ଆଫ୍ରିକା ଗସ୍ତ । COVID-19ର ନୂଆ ଓମିକ୍ରନ(Omicron) ଭାରିଆଣ୍ଟ ଭୟ ଯୋଗୁଁ ଏହି ନିଷ୍ପତ୍ତି ନେଇପାରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ଗୋଟିଏ ସପ୍ତାହ ଘୁଞ୍ଚିପାରେ ଟିମ ଇଣ୍ଡିଆର ଆଗାମୀ ଦକ୍ଷିଣ ଆଫ୍ରିକା ଗସ୍ତ । COVID-19ର ନୂଆ ଓମିକ୍ରନ ଭାରିଆଣ୍ଟ ଭୟ ଯୋଗୁଁ ଏହି ନିଷ୍ପତ୍ତି ନେଇପାରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(BCCI) । ଗୁରୁବାର ଜଣେ BCCI ଅଧିକାରୀ ଏନେଇ ସୂଚନା ଦେଇଛନ୍ତି ।

ଉଭୟ ଭାରତ ଓ ଦକ୍ଷିଣ ଆଫ୍ରିକା କ୍ରିକେଟ ବୋର୍ଡ(CSA) ନିରନ୍ତର ସଂପର୍କରେ ରହିଛନ୍ତି ଓ ଖେଳାଳିଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଆଲୋଚନା କରୁଛନ୍ତି ବୋଲି BCCIର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ।

‘ଓମିକ୍ରନ COVID ଭାରିଆଣ୍ଟ ଭୟ ଯୋଗୁଁ ସିରିଜ ଗୋଟିଏ ସପ୍ତାହ ଘୁଞ୍ଚାଇବାକୁ ଆଲୋଚନା ଜାରି ରହିଛି । ଭାରତ ସରକାରଙ୍କ ନିଷ୍ପତ୍ତିକୁ ମଧ୍ୟ ଅପେକ୍ଷା ରହିଛି । ଉଭୟ ବୋର୍ଡ ନିରନ୍ତର ସଂପର୍କରେ ରହିଛନ୍ତି ଓ ସମସ୍ତ ବିଷୟ ଉପରେ ସକରାତ୍ମକ ଆଲୋଚନା ହେଉଛି । ଖେଳାଳିଙ୍କ ସ୍ବାସ୍ଥ୍ୟ ଓ ସୁରକ୍ଷାକୁ ପ୍ରାଥମିକତା ଆଧାରରେ ନିଷ୍ପତ୍ତି’, ହେବାନେଇ କହିଛନ୍ତି ବରିଷ୍ଠ BCCI ଅଧିକାରୀ ।

ଆସନ୍ତା ମାସରେ ଭାରତ ୩ଟିକିଆ ଟେଷ୍ଟ ସିରିଜ, ୩ଟି ଦିନିକିଆ ଓ ୪ ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜ ଖେଳିବାକୁ ଦକ୍ଷିଣ ଆଫ୍ରିକା ଗସ୍ତ(India tour of SA) କରିବା ନେଇ ସୂଚୀ ରହିଛି । ଏହି ଗସ୍ତ ଡିସେମ୍ବର ୧୭ରୁ ଆରମ୍ଭ ହେବାନେଇ ସୂଚୀ ରହିଛି ।

ପୂର୍ବରୁ, କେନ୍ଦ୍ର କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ଅନୁରାଗ ଠାକୁର ସ୍ପଷ୍ଟ କରିଥିଲେ ଯେ, ଭାରତୀୟ କ୍ରିକେଟ ଟିମକୁ ଓମିକ୍ରନ ଭାରିଆଣ୍ଟ ଚିହ୍ନଟ ହୋଇଥିବା ଦେଶ, ଦକ୍ଷିଣ ଆଫ୍ରିକା ପଠାଇବା ପୂର୍ବରୁ BCCI ଭାରତ ସରକାରଙ୍କ ସହ ପରାମର୍ଶ କରିବା ଉଚିତ୍‌ ।

ଏହାମଧ୍ୟ ପଢନ୍ତୁ: ଭାରତର ଅଞ୍ଜୁ ବବି ଜର୍ଜଙ୍କୁ ‘ୱିମେନ ଅଫ ଦି ଇୟର’ ସମ୍ମାନ

କ୍ରୀଡାମନ୍ତ୍ରୀ ଠାକୁର କହିଥିଲେ, କେବଳ BCCI ନୁହେଁ, ପ୍ରତ୍ୟେକ ବୋର୍ଡ COVID-19 ଓମିକ୍ରନ ଭାରିଆଣ୍ଟ ଚିନ୍ତାବଢାଉଥିବା ଦେଶକୁ ଟିମ ପଠାଇବା ପୂର୍ବରୁ ଭାରତ ସରକାରଙ୍କ ସହ ପରାମର୍ଶ କରିବା ଉଚିତ୍‌ । ଯେଉଁ ଦେଶ ଗୁଡିକରେ ବିପଦ ରହିଛି, ସେଠାକୁ ଟିମ ପଠାଇବା ବୁଦ୍ଧିମାନର କାମ ହେବନାହିଁ । BCCI ପରାମର୍ଶ ଲୋଡିଲେ ସମସ୍ତ ବିଷୟ ଅବଗତ କରିବୁ ।

ବିଶ୍ବ ସ୍ବାସ୍ଥ୍ୟ ସଂଗଠନ(WHO) ଦକ୍ଷିଣ ଆଫ୍ରିକାରେ ଚିହ୍ନଟ ହୋଇଥିବା COVID-19 ର ନୂଆ ଭାରିଆଣ୍ଟର ନାମ B.1.1.529 ବା 'ଓମିକ୍ରନ' ରଖିଛି । କୋରୋନାର ନୂଆ ଭାରିଆଣ୍ଟ ଆଲୋଚନା ନେଇ WHO ପକ୍ଷରୁ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଆୟୋଜନ ହୋଇଥିଲା । ଏଥିରେ ଚିହ୍ନଟ ହୋଇଥିବା ନୂଆ ଭାରିଆଣ୍ଟର ନାମକରଣ କରାଯାଇଥିଲା ।

ବର୍ତ୍ତମାନ ଇଣ୍ଡିଆ A ଟିମର ସଦସ୍ୟ ବ୍ଲୋଏମଫୋଣ୍ଟେନରେ ରହିଛନ୍ତି ଓ ଦକ୍ଷିଣ ଆଫ୍ରିକା A ଟିମ ବିପକ୍ଷରେ ସିରିଜ ଖେଳୁଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.