ETV Bharat / sports

ଭାରତ-ଅଷ୍ଟ୍ରେଲିଆ ଦିନିକିଆ ସିରିଜ, ଦ୍ବିତୀୟ ଦିନିକିଆରୁ ବାଦ ପଡ଼ିବେ ଷ୍ଟୋନିସ !

author img

By

Published : Nov 27, 2020, 10:58 PM IST

ଭାରତ-ଅଷ୍ଟ୍ରେଲିଆ ଦିନିକିଆ ସିରିଜ, ଦ୍ବିତୀୟ ଦିନିକିଆରୁ ବାଦ ପଡ଼ିବେ ଷ୍ଟୋନିସ !
ଭାରତ-ଅଷ୍ଟ୍ରେଲିଆ ଦିନିକିଆ ସିରିଜ, ଦ୍ବିତୀୟ ଦିନିକିଆରୁ ବାଦ ପଡ଼ିବେ ଷ୍ଟୋନିସ !

ଭାରତ ବିପକ୍ଷରେ ଦ୍ବିତୀୟ ଦିନିକିଆରୁ ବାଦ ପଡ଼ି ପାରନ୍ତି ଅଷ୍ଟ୍ରେଲିଆନ ଅଲରାଉଣ୍ଡର ମାର୍କ ଷ୍ଟୋନିସ। ପ୍ରଥମ ଦିନିକିଆରେ ବୋଲିଂ କରିବା ବେଲେ ସେ ଆହତ ହୋଇଥିଲେ। ଅଧିକ ପଢ଼ନ୍ତୁ...

ସିଡନୀ: ଭାରତ ବିପକ୍ଷରେ ଦ୍ବିତୀୟ ଦିନିକିଆରୁ ବାଦ ପଡ଼ି ପାରନ୍ତି ଅଷ୍ଟ୍ରେଲିଆନ ଅଲରାଉଣ୍ଡର ମାର୍କ ଷ୍ଟୋନିସ। ପ୍ରଥମ ଦିନିକିଆରେ ବୋଲିଂ କରିବା ବେଲେ ସେ ଆହତ ହୋଇଥିଲେ। ସପ୍ତମ ଓଭର ବୋଲିଂ କରିବା ବେଳେ ମୈଦାନରେ ଅସହ୍ୟ ଯନ୍ତ୍ରଣା ଅନୁଭବ କରୁଥିବା ଦେଖା ଦେଇଥିଲା। ଫଳରେ ସେ ନିଜର ସପ୍ତମ ଓଭର ସମ୍ପୁର୍ଣ୍ଣ କରି ପାରିନଥିଲେ। ତାଙ୍କ ବଦଳରେ ଗ୍ଲେନ ମାକ୍ସୱେଲ ବୋଲିଂ କିରଥିଲେ।

ଷ୍ଟୋନିସ ବର୍ତ୍ତମାନ ଭଲ ଫର୍ମରେ ରହିଥିଲେ। ସେ ଆହତ ହେବା ଫଳରେ ଅଷ୍ଟ୍ରେଲିଆ ପାଇଁ ଏକ କ୍ଷତି ସଦୃଶ ହେବ। ତେବେ ସେ ପଡ଼ିଆରୁ ବାହାରକୁ ଗଲେ ତାଙ୍କ ବଦଳରେ କ୍ୟାମେରନ ଗ୍ରୀନ ଓ ମୋଇସେସ ହେନିରିକ୍ସଙ୍କୁ ଦଳରେ ସୁଯୋଗ ଦିଆଯାଇ ପାରିବ। ଆସନ୍ତା ରବିବାର ସିଡନୀ କ୍ରିକେଟ ଗ୍ରାଉଣ୍ଡରେ ସିରିଜର ଦ୍ବିତୀୟ ମ୍ୟାଚ ଖେଳାଯିବ। ଏହାପୂର୍ବରୁ ଷ୍ଟୋନିସ ସୁସ୍ଥ ହେବା ନେଇ ଆଶା ରଖିଛି କଙ୍ଗାରୁ ଦଳ।

ଏହାକୁ ନେଇ ଅଷ୍ଟ୍ରେଲିଆ ବ୍ୟାଟସମ୍ୟାନ ଷ୍ଟିଭ ସ୍ମିଥ କହିଛନ୍ତି ଯେ, "ଷ୍ଟୋନିସଙ୍କ ଆହତ ଜନିତ ସମସ୍ୟା ବିଷୟରେ କିଛି ସଠିକ ଭାବରେ କହି ହେବନାହିଁ । ଖେଳ ସରିବା ପରେ ତାଙ୍କ ସହ ଦେଖା ହୋଇନାହିଁ। କିନ୍ତୁ ସେ ଗୁରୁତର ଭାବେ ଆହତ ହୋଇଥିଲେ ଅଷ୍ଟ୍ରେଲିଆ ପାଇଁ ଏକ ଚିନ୍ତାର କାରଣ ହେବ। ତେବେ ତାଙ୍କ ବଦଳରେ କ୍ୟାମେରନ ଗ୍ରୀନ କିମ୍ବା ମୋଇସେସ ହେନିରିକ୍ସଙ୍କୁ ଦଳରେ ସ୍ଥାନ ଦିଆଯାଇ ପାରିବ। ଉଭୟ ସେଫିଲ୍ଡ ସିଲ୍ଡ ଟୁର୍ଣ୍ଣାମେଣ୍ଟରେ ଭଲ ପ୍ରଦର୍ଶନ କରିଥିଲେ।"

ସେଫିଲ୍ଡ ସିଲ୍ଡ ଟୁର୍ଣ୍ଣାମେଣ୍ଟରେ ଉଭୟ ବ୍ୟାଟିଂ ଓ ବୋଲିଂରେ ଭଲ ପ୍ରଦର୍ଶନ କରିଥିଲେ କ୍ୟାମେରନ ଗ୍ରୀନ। ହେବି ବଲରେ ସେ ଭଲ ବୋଲିଂ କରି ଦେଖାଇଛନ୍ତି। ବର୍ତ୍ତମାନ ଅଷ୍ଟ୍ରେଲିଆରେ ସନ୍ଧ୍ୟାରେ କାକର ପଡ଼ିବା ଆରମ୍ଭ ହୋଇଛି। ଏହି ସମୟରେ ଏହି ବୋଲର ଅଲରାଉଣ୍ଡର ଅଷ୍ଟ୍ରେଲିଆ ପାଇଁ ଉପୋଯୋଗୀ ହୋଇ ପାରିବେ ବୋଲି ଆଶା ରଖିଛି ଅଷ୍ଟ୍ରେଲିଆ ଦଳ। ତେବେ ଷ୍ଟୋନିସଙ୍କ ଅଭିଜ୍ଞତା ନିଶ୍ଚିତ ଭାବରେ ଅଷ୍ଟ୍ରେଲିଆ ଉପରେ ଭାରି ପଡ଼ିପାରେ।

ପ୍ରଥମ ଦିନିକିଆରେ ଷ୍ଟୋନିସ ଖାତା ଖୋଲିବା ପୂର୍ବରୁ ଆଉଟ ହୋଇ ଯାଇଥିଲେ। ଏହାପରେ 6.2 ଓଭରରୁ 26 ଦେଇଥିଲେ। ଆହତ ହେବା ପରେ ସେ ଆଉ ଫିଲ୍ଡକୁ ଫେରିନଥିଲେ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.