ETV Bharat / sports

IND vs AUS ODI: ପ୍ରଥମ ଦିନିିକିଆ ଖେଳିବେନି ରୋହିତ, ମଙ୍ଗ ଧରିବେ ହାର୍ଦ୍ଦିକ

author img

By

Published : Feb 20, 2023, 2:02 PM IST

ପ୍ରଥମ ଦିନିିକିଆ ଖେଳିବେନି ରୋହିତ
IND vs AUS ODI

ବର୍ଡର ଗାଭାସ୍କର ଟ୍ରଫିର ଦିନିକିଆ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା ହୋଇଛି । ରୋହିତ ଶର୍ମା ପ୍ରଥମ ଦିନିକିଆ ଖେଳିବେ ନାହିଁ । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ବର୍ଡର ଗାଭାସ୍କର ଟ୍ରଫି ଟେଷ୍ଟ ସିରିଜ ପରେ ଭାରତ ଅଷ୍ଟ୍ରେଲିଆ ବିପକ୍ଷରେ 3ଟି ଦିନିକିଆ ମ୍ୟାଚ ଖେଳିବ । ମାର୍ଚ୍ଚ 17ରୁ ଦିନିକିଆ ଶୃଙ୍ଖଳା ଆରମ୍ଭ ହେବ । ଏ ନେଇ ରୋହିତ ଶର୍ମାଙ୍କ ନେତୃତ୍ବରେ ଭାରତୀୟ ଦିନିକିଆ ଦଳ ଘୋଷଣା ହୋଇଛି । ମାତ୍ର ରୋହିତ ଶର୍ମା ପ୍ରଥମ ଦିନିକିଆ ଖେଳିବେ ନାହିଁ । ତେଣୁ ଦଳର ମଙ୍ଗ ଧରିବେ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା । ଏନେଇ ବିସିସିଆଇ ପକ୍ଷରୁ ସୂଚନା ମିଳିଛି । ଦ୍ବିତୀୟ ଓ ତୃତୀୟ ଦିନିକିଆ ଖେଳିବେ ରୋହିତ ।

  • India’s ODI squad vs Australia

    Rohit Sharma (C), S Gill, Virat Kohli, Shreyas Iyer, Suryakumar Yadav, KL Rahul, Ishan Kishan (wk), Hardik Pandya (VC), R Jadeja, Kuldeep Yadav, W Sundar, Y Chahal, Mohd Shami, Mohd Siraj, Umran Malik, Shardul Thakur, Axar Patel, Jaydev Unadkat

    — BCCI (@BCCI) February 19, 2023 " class="align-text-top noRightClick twitterSection" data=" ">

ପାରିବାରିକ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ରୋହିତ ଶର୍ମା ପ୍ରଥମ ଦିନିକିଆ ଖେଳିବେ ନାହିଁ । ତାଙ୍କ ଅନୁପସ୍ଥିତିରେ ଦଳର ଅଧିନାୟକ ଭାର ତୁଲାଇବେ ହାର୍ଦ୍ଦିକ ପାଣ୍ଡ୍ୟା । ପୁଣି ଦ୍ବିତୀୟ ଦିନିକିଆରେ ରୋହିତ ଦଳକୁ ଫେରିବେ । ସେପଟେ ଘରୋଇ କ୍ରିକେଟର ଉନ୍ନତ ପ୍ରଦର୍ଶନ ଏବଂ ସୌରାଷ୍ଟକୁ ରଣଜୀ ଟ୍ରଫି ବିଜୟୀ କରାଇଥିବା ପେସ ବୋଲର ଜୟଦେବ ଉନାଦକତଙ୍କୁ ଦିନିକିଆରେ ଡାକରା ଆସିଛି । ଭାରତୀୟ ଦିନିକିଆ ସ୍କାର୍ଡରେ ସେ ସାମିଲ ହୋଇଛନ୍ତି । ଦୀର୍ଘ 10 ବର୍ଷ ପରେ ଦିନିକିଆ ଦଳକୁ ଫେରିଛନ୍ତି । 2013 ନଭେମ୍ବରରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ଶେଷ ଦିନିକିଆ ମ୍ୟାଚ ଖେଳିଥିଲେ ।

  • 𝗡𝗢𝗧𝗘: Mr Rohit Sharma will be unavailable for the first ODI due to family commitments and Mr Hardik Pandya will lead the side in the first ODI.

    — BCCI (@BCCI) February 19, 2023 " class="align-text-top noRightClick twitterSection" data=" ">

ଏହା ବି ପଢନ୍ତୁ...BGT ୩ୟ ଓ ୪ର୍ଥ ଟେଷ୍ଟ ଏବଂ ଦିନିକିଆ ଦଳ ଘୋଷଣା କଲା BCCI, ଦଳକୁ ଫେରିଲେ ଉନାଦକଟ

ଫେବୃଆରୀ 9 ତାରିଖରୁ ବର୍ଡର ଗାଭାସ୍କର ଟେଷ୍ଟ ସିରିଜ ଆରମ୍ଭ ହୋଇଛି । ଦୁଇଟି ଟେଷ୍ଟ ମ୍ୟାଚ ଶେଷ ହୋଇଥିବା ବେଳେ ତୃତୀୟ ଓ ଚତୁର୍ଥ ଟେଷ୍ଟ ମ୍ୟାଚ ବାକି ରହିଛି । ମାର୍ଚ୍ଚ 1ରୁ ଇନ୍ଦୋରରେ ତୃତୀୟ ଟେଷ୍ଟ ଓ ମାର୍ଚ୍ଚ 9ରୁ 13 ଯାଏଁ ଚତୁର୍ଥ ଟେଷ୍ଟ ଖେଳାଯିବ । ଏହାପରେ ମୁମ୍ବାଇରେ ମାର୍ଚ୍ଚ 17ରେ ପ୍ରଥମ ଦିନିକିଆ, 19ରେ ଦ୍ବିତୀୟ ଦିନିକିଆ ଓ ମାର୍ଚ୍ଚ 22ରେ ତୃତୀୟ ଦିନିକିଆ ଖେଳାଯିବ ।

ତୃତୀୟ ଓ ଚତୁର୍ଥ ଟେଷ୍ଟ ପାଇଁ ଭାରତୀୟ ଦଳ ଘୋଷଣା ହୋଇଛି । ରଣଜୀ ଟ୍ରଫି ବିଜେତା ସୌରାଷ୍ଟ୍ରର ନେତୃତ୍ବ ନେଇଥିବା ଜୟଦେବ ଉନାଦକତ ଦଳକୁ ଫେରିଛନ୍ତି । ସେପଟେ ବର୍ଡର ଗାଭାସ୍କର ଟ୍ରଫି ଟେଷ୍ଟ ସିରିଜରେ ଭାରତର ଦମଦାର ପ୍ରଦର୍ଶନ ଦେଖିବାକୁ ମିଳିଛି । କାନପୁର ଓ ଦିଲ୍ଲୀରେ ଖେଳାଯାଇଥିବା ପ୍ରଥମ ଓ ଦ୍ବିତୀୟ ଟେଷ୍ଟ ଜିତି 2-0ରେ ଆଗୁଆ ଅଛି ଭାରତ ।

ଏହା ବି ପଢନ୍ତୁ...ପ୍ରଧାନମନ୍ତ୍ରୀ ସଂଗ୍ରହାଳୟ ବୁଲିଲେ ଭାରତୀୟ କ୍ରିକେଟ ଟିମ

ଭାରତୀୟ ଦଳ: ରୋହିତ ଶର୍ମା, ଶୁଭମନ ଗିଲ, ବିରାଟ କୋହଲି, ଶ୍ରେୟାସ ଆୟର, ସୂର୍ଯ୍ୟକୁମାର ଯାଦବ, କେଏଲ ରାହୁଲ, ଇଶାନ କିଶନ, ହାର୍ଦ୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଡେଜା, କୁଳଦୀପ ଯାଦବ, ୱାଶିଂଟନ ସୁନ୍ଦର, ଯୁଝବେନ୍ଦ୍ର ଚହଲ, ମହମ୍ମଦ ସାମି, ମହମ୍ମଦ ସିରାଜ, ଉମ୍ରାନ ମଲିକ, ସାର୍ଦୁଳ ଠାକୁର, ଅକ୍ଷର ପଟେଲ, ଜୟଦେବ ଉନାଦକତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.