ETV Bharat / sports

Under 19 Womens T20 World Cup: ଅଷ୍ଟ୍ରେଲିଆର ଘାତକ ବୋଲିଂ, ୮୭ ରନରେ ଭାରତ ଅଲଆଉଟ

author img

By

Published : Jan 21, 2023, 7:33 PM IST

ଆଇସିସି ଅଣ୍ଡର ୧୯ ମହିଳା ଟି୨୦ ବିଶ୍ବକପ
ଆଇସିସି ଅଣ୍ଡର ୧୯ ମହିଳା ଟି୨୦ ବିଶ୍ବକପ

ଆଇସିସି ଅଣ୍ଡର ୧୯ ମହିଳା ଟି୨୦ ବିଶ୍ବକପ ଗ୍ରୁପ ମ୍ୟାଚରେ ମୁହାଁମୁହିଁ ହୋଇଥିଲେ ଭାରତୀୟ ମହିଳା ବନାମ ଅଷ୍ଟ୍ରେଲିଆ ମହିଳା । ଭାରତ ପ୍ରଥମେ ବ୍ୟାଟିଂ କରି ୧୮.୫ ଓଭରରେ ୮୭ ରନ କରି ଅଲ ଆଉଟ ହୋଇଛି । ଅଧିକ ପଢନ୍ତୁ

ହାଇଦ୍ରାବାଦ : ଆଇସିସି ଅଣ୍ଡର ୧୯ ମହିଳା ଟି୨୦ ବିଶ୍ବକପ । ଆଜି (ଶନିବାର) ଗ୍ରୁପ ମ୍ୟାଚରେ ମୁହାଁମୁହିଁ ହୋଇଥିଲେ ଭାରତୀୟ ମହିଳା ବନାମ ଅଷ୍ଟ୍ରେଲିଆ ମହିଳା । ଭାରତ ପ୍ରଥମେ ବ୍ୟାଟିଂ କରି ୧୮.୫ ଓଭରରେ ୮୭ ରନ କରି ଅଲ ଆଉଟ ହୋଇଛି । ଶ୍ବେତା ଶେରାୱତ ସର୍ବାଧିକ ୨୧ ରନର ପାଳି ଖେଳିଥିଲେ । ମ୍ୟାଚ ଜିତିବା ପାଇଁ ଅଷ୍ଟ୍ରେଲିଆ ଟିମକୁ ୮୮ ରନର ଆବଶ୍ୟକ ରହିଛି ।

ଅଷ୍ଟ୍ରେଲିଆ ପ୍ରଥମେ ଟସ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା । ବ୍ୟାଟିଂ ଆମନ୍ତ୍ରଣ ପାଇଁ ମଇଦାନକୁ ଓହ୍ଲାଇଥିଲା ୱମେନ୍ ଇନ୍ ବ୍ଲୁ । ହେଲେ ପ୍ରାରମ୍ଭରୁ ହିଁ ଭାରତୀୟ ମହିଳା କ୍ରିକେଟ ଟିମକୁ ଝଟକା ଲାଗିଥିଲା । ଓପନିଂ ଯୋଡି ୧୪ ରନ ସଂଗ୍ରହ କରିଥିଲେ । ଏହା ପରେ ଭାରତର ନିୟମିତ ବ୍ୟବଧାନରେ ୱିକେଟ ପଡିବାରେ ଲାଗିଥିଲା । ଶ୍ବେତା ଶେରାୱତଙ୍କ ସର୍ବାଧିକ ୨୧ ରନର ପାଳି ଖେଳିଥିଲେ । ସେ ୨୯ ବଲରୁ ୩ ଟି ଚୌକା ସହିତ ୨୧ ରନ କରିଥିଲେ । ଦଳୀୟ ସ୍କୋର ପାଇଁ ଟିମ ଇଣ୍ଡିଆ ମହିଳା କ୍ରିକେଟରଙ୍କ ଉପରେ ଚାପ ପଡିଥିଲା । ଏହାପରେ ହ୍ରିଶିତା ବାସୁ ଏବଂ ତିତାସ ସାଧୁ ମାପି ଚୁପି ଖେଳିଥିଲେ । ହ୍ରିଶିତା ବାସୁ ୨୩ ବଲରୁ ଗୋଟିଏ ଚୌକା ସହିତ ୧୪ ରନ କରି ଆଉଟ ହୋଇଥିଲେ । ସେହିପରି ତିତାସ ସାଧୁ ୧୩ ବଲରୁ ୨ ଟି ଚୌକା ସହିତ ୧୪ ରନ କରିଥିଲେ । ଏହି ତିନି ଜଣ ବ୍ୟାଟରଙ୍କୁ ଛାଡିଦେଲେ ଭାରତର ଅନ୍ୟ କେହି ବ୍ୟାଟର ଦୁଇ ଅଙ୍କ ବିଶିଷ୍ଟ ସ୍କୋର ଛୁଇଁ ପାରି ନଥିଲେ ।

ଅଧିନାୟକ ସେଫାଳି ବର୍ମା ଆଜି ସମସ୍ତଙ୍କୁ ନିରାଶ କରିଥିଲେ । ସେ ମାତ୍ର ୮ ରନ ଇନିଂସ ଖେଳି ଆଉଟ ହୋଇଥିଲେ । ସେହିପରି ଗୋଙ୍ଗାଡି ତ୍ରିଶା ୪ ରନ, ସୋନିଆ ମେନ୍ଧିୟା ୨ ରନ, ରିଚା ଘୋଷ ୭ ରନ, ପାରଶାଭି ଚୋପ୍ରା ୮ ରନ, ମନ୍ନତ କାଶ୍ୟପ ୧ ରନ, ଅର୍ଚ୍ଚନା ଦେବୀ ୧ ରନ ଏବଂ ସୋନମ ଯାଦବ ୧ ରନ କରିଥିଲେ । ସେପଟେ ଆଜିର ମ୍ୟାଚରେ ଅଷ୍ଟ୍ରେଲିଆ ମହିଳା ବୋଲରଙ୍କର ଦମଦାର ଘାତକ ବୋଲିଂ ଦେଖିବାକୁ ମିଳିଥିଲା । ସିଆନା ଜିଞ୍ଜର ୪ ଓଭର ବୋଲିଂ କରି ୧୩ ରନ ବ୍ୟୟରେ ସର୍ବାଧିକ ୩ ଟି ୱିକେଟ ନେଇଥିଲେ । ସେହିପରି ମିଲି ଲିଙ୍ଗୱର୍ଥ ଏବଂ ମାଗି କ୍ଲାର୍କ ୨ ଟି ୱିକେଟ ନେଇଥିଲେ । ଅଧିନାୟକ ରିହାସ ମେକିନା ଏବଂ ଏଲା ହାୟୱାର୍ଡ ଗୋଟିଏ ୱିକେଟ ନେଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.