ETV Bharat / sports

Ind-Eng ODI: T-20 ପ୍ରଦର୍ଶନକୁ ଦିନିକିଆରେ ଦୋହରାଇବା ଲକ୍ଷ୍ୟରେ ରୋହିତ ବାହିନୀ

author img

By

Published : Jul 11, 2022, 8:40 PM IST

ଜୁଲାଇ 12 ତାରିଖରୁ ଆରମ୍ଭ ହେବାକୁ ଯାଉଛି ଭାରତ-ଇଂଲଣ୍ଡ ଦିନିକିଆ ସିରିଜ । ତେବେ ଆଗକୁ ଥିବା ଦିନିକିଆ ପାଇଁ ପ୍ରସ୍ତୁତି ଜାରି ରଖିଛି ରୋହିତ ବାହିନୀ । ଗଣମାଧ୍ୟମ ଆଗରେ ଅଧିନାୟକ ରୋହିତ ଶର୍ମା କହିଛନ୍ତି, ଆମକୁ ସବୁ ମ୍ୟାଚ ଉପରେ ଗୁରୁତ୍ବ ଦେବାକୁ ପଡିବ । ଅଧିକ ପଢନ୍ତୁ

India-England ODI : ଟି-20 ଫର୍ମାଟରେ ଦିନିକିଆରେ ଖେଳିବାକୁ ରୋହିତ ବାହିନୀର ଯୋଜନା
India-England ODI : ଟି-20 ଫର୍ମାଟରେ ଦିନିକିଆରେ ଖେଳିବାକୁ ରୋହିତ ବାହିନୀର ଯୋଜନା

ହାଇଦ୍ରାବାଦ: ଆସନ୍ତାକାଲିଠୁ (ମଙ୍ଗଳବାର) ତଥା ଜୁଲାଇ 12 ତାରିଖରୁ ଆରମ୍ଭ ହେବାକୁ ଯାଉଛି ଭାରତ-ଇଂଲଣ୍ଡ ଦିନିକିଆ ସିରିଜ । ଇଂଲଣ୍ଡ ବିପକ୍ଷ ଟି-20 ସିରିଜରେ ଭାରତ ପ୍ରଥମ ଏବଂ ଦ୍ବିତୀୟ ଟି-20ରେ ବିଜୟ ହାସଲ କରିଥିଲେ ସୁଦ୍ଧା ତୃତୀୟ ଟି-20 ରେ ଇଂଲଣ୍ଡଠୁ 17 ରନରେ ପରାଜୟ ହୋଇଛି । ତଥାପି ଭାରତ ଟି-20 ସିରିଜକୁ 2-1 ରେ କବଜା କରିବାରେ ସଫଳ ହୋଇଛି । ତେବେ ଆଗକୁ ଥିବା ଦିନିକିଆ ପାଇଁ ପ୍ରସ୍ତୁତି ଜାରି ରଖିଛି ରୋହିତ ବାହିନୀ । ଗଣମାଧ୍ୟମ ଆଗରେ ଅଧିନାୟକ ରୋହିତ ଶର୍ମା କହିଛନ୍ତି ଆମକୁ ସବୁ ମ୍ୟାଚ ଉପରେ ଗୁରୁତ୍ବ ଦେବାକୁ ପଡିବ । କୌଣସି ମ୍ୟାଚକୁ ହାଲୁକା ଭାବରେ ନେବା ଠିକ ନୁହେଁ ।

ଆଗକୁ ଥିବା ଦିନିକିଆ ପାଇଁ ଆମେ ପ୍ରସ୍ତୁତ ରହିଛୁ । ଆଗକୁ ଟି-20 ବିଶ୍ବକପ ଥିବାରୁ କେବଳ ବିଶ୍ବକପ ଉପରେ ଫୋକସ ରଖିନାହୁଁ । କି ଦିନିକିଆ ମ୍ୟାଚକୁ ହାଲୁକା ଭାବରେ ନେଇନାହୁଁ । ଆମର ଉଦ୍ଦେଶ୍ୟ ଧଳା ବଲକୁ କିପରି ଖେଳାଯାଇପାରିବ । 50 ଓଭର ଦିନିକିଆ ମ୍ୟାଚ ଟି-20 ମ୍ୟାଚଠୁ ଅଧିକ ବିସ୍ତାର ମ୍ୟାଚ । ଟି-20ରେ ଯେମିତି କ୍ରିକେଟର ମାନଙ୍କର ତଥା ବୋଲର, ବ୍ୟାଟର ମାନଙ୍କର ପ୍ରଦର୍ଶନ ଜାରି ରହିଥିଲା । ସେମିତି ଫର୍ମାଟରେ ଦିନିକିଆରେ ଟିମ ନେଇ ପଡିଆକୁ ଓହ୍ଲାଇବୁ । ଇଂଲଣ୍ଡ ବିପକ୍ଷ ପ୍ରଥମ ଦିନିକିଆ ମ୍ୟାଚକୁ ଆମେ ଅଧିକ ଗୁରୁତ୍ବ ଦେଇ ଖେଳିବୁ ।

କ୍ରିକେଟ ପିଚକୁ ନେଇ ବୋଲିଂ ଉପରେ ଫୋକସ ରଖିବୁ । ସେହିପରି ବିରାଟ କୋହଲିଙ୍କ ପର୍ମ ନେଇ କହିଛନ୍ତି ବିରାଟଙ୍କ ଖରାପ ସମୟ ଗତକାଲି (ରବିବାର)ଠୁ ଚାଲିଯାଇଛି । ଟି-20ରେ ତାଙ୍କର ପ୍ରଦର୍ଶନ ଭଲ ରହିନଥିଲା । ଦିନିକିଆ ମ୍ୟାଚରେ କୋହଲି ନିଜର ପ୍ରଦର୍ଶନ ଦମଦାର କରିବା ପାଇଁ ଅଧିକ ସମୟ ପାଇବେ । ଦିନିକିଆ ମ୍ୟାଚରେ କୋହଲିଙ୍କ ଭଲ ପ୍ରଦର୍ଶନ ଜାରି ରହିବ ତାହା ଆଶା ରହିଛି ବୋଲି ରୋହିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.