ETV Bharat / sports

ସଞ୍ଜୁ ସାମସନଙ୍କ ଲଢ଼ୁଆ ଶତକ, ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜ ହାତେଇଲା ଭାରତ

author img

By ETV Bharat Odisha Team

Published : Dec 22, 2023, 8:23 AM IST

Updated : Dec 22, 2023, 11:28 AM IST

ଭାରତ ଓ ଦକ୍ଷିଣ ଆଫ୍ରିକା
India vs South Africa

India beats South Africa: ଭାରତ ଓ ଦକ୍ଷିଣ ଆଫ୍ରିକା ଅନ୍ତିମ ମ୍ୟାଚ ଜିତିଲା ଟିମ ଇଣ୍ଡିଆ । 2-1ରେ ସିରିଜ ହାତେଇଲା ଭାରତ । ଅଧିକ ପଢନ୍ତୁ

ହାଇଦ୍ରାବାଦ: ଭାରତ ଓ ଦକ୍ଷିଣ ଆଫ୍ରିକା ଦିନିକିଆ ସିରିଜ ହାତେଇଲା ଟିମ୍‌ ଇଣ୍ଡିଆ । ସଞ୍ଜୁ ସାମସନଙ୍କ ଲଢ଼ୁଆ ଶତକ ଓ ଅର୍ଶଦୀପଙ୍କ ଘାତକ ବୋଲିଂ ବଳରେ ସିରିଜ ଜିତିଲା ଭାରତ । ଅନ୍ତମ ମ୍ୟାଚ୍‌ରେ 78 ରନରେ ଘରୋଇ ଦଳକୁ ପରାସ୍ତ କରିବା ସହ 2-1ରେ ଦିନିକିଆ ସିରିଜ ବିଜୟୀ ହୋଇଛି। ସଞ୍ଜୁ ସାମସନ ପ୍ଲେୟାର ଅଫ ଦ ମ୍ୟାଚ ଓ ଅର୍ଶଦୀପ ସିଂ ପ୍ଲେୟାର ଅଫ ଦି ସିରିଜି ବିବେଚିତ ହୋଇଛନ୍ତି ।

ପ୍ରଥମେ ଟସ୍‌ ଜିତି ବୋଲି ନିଷ୍ଟତ୍ତି ନେଇଥିଲା ଘରୋଇ ଟିମ୍‌ । ଏହାପରେ ପ୍ରଥମେ ବ୍ୟାଟିଂ ପାଇଁ ଭାରତକୁ ଆମନ୍ତ୍ରଣ କରିଥିଲା । ଭାରତ ପକ୍ଷରୁ ସାଇ ସୁଦର୍ଶନ ଓ ରଜତ ପଟିଦାର ଓପନିଂ କରିଥିଲେ । କିନ୍ତୁ ଦକ୍ଷିଆ ଆଫ୍ରିକାର ଫାଷ୍ଟ ବୋଲିଂ ଯୋଗୁଁ ବେଶି ସମୟ ପଡ଼ିଆରେ ତିଷ୍ଟି ପାରିନଥିଲେ ଏହି ଯୋଡି । ସାଇ ସୁଦର୍ଶନ 10 ଓ ରଜତ ପଟିଦାର ମାତ୍ର 22 ରନ୍‌ କରି ଆଉଟ ହୋଇଯାଇଥିଲେ । ଏହାପରେ ତିନି ନମ୍ବରରେ କେଏଲ ରାହୁଲ ବ୍ୟାଟିଂ କରିବାକୁ ଆସି ମାତ୍ର 21 ରନ୍‌ରେ ଆଉଟ୍‌ ହୋଇ ପାଭିଲିୟନକୁ ଫେରିଥିଲେ । ପରେ ସଞ୍ଜୁ ସାମସନ ଓ ତିଳକ ବର୍ମା ଦମଦାର ପାଳି ଖେଳିଥିଲେ । ଉଭୟ ଗୋଟିଏ ପରେ ଗୋଟିଏ ଦମଦାର ସଟ୍‌ ଖେଳି ଦଳୀୟ ସ୍କୋରକୁ ଆଗେଇ ନେଇଥିଲେ । ତିଲକ ବର୍ମା 52 ରନ କରି ଆଉଟ ହୋଇଥିବା ବେଳେ ସଞ୍ଜୁ ସାମସନ କିନ୍ତୁ ଅଟକି ନଥିଲେ । 114 ବଲରେ 6ଟି ଚୌକା ଓ 3ଟି ଛକା ବଳରେ 108 ରନ କରି ଆଉଟ ହୋଇଥିଲେ । ପରେ ପରେ ରିଙ୍କୁ ସିଂଙ୍କ 38 ରନ୍‌, ଓ୍ବାସିଂଟନ୍‌ ସୁନ୍ଦର 14 ଓ ଅର୍ଶଦୀପଙ୍କ 7 ରନ ବଳରେ ଭାରତ 296 ରନରେ ଅଲ୍‌ଆଉଟ୍‌ ହୋଇଥିଲେ । ବିପକ୍ଷ ଦଳକୁ ବିଜୟୀ ହେବାକୁ 297 ରନର ଟାର୍ଗେଟ ଦେଇଥିଲା ଭାରତ ।

ଏହା ମଧ୍ୟ ପଢନ୍ତୁ-ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଦିନିକିଆ: ସିରିଜ ବିଜୟ ପାଇଁ ଜୋରଦାର ଲଢେଇ କରିବେ ଦୁଇ ଦଳ

ବିଜୟ ରନର ପିଛା କରି ଘରୋଇ ଟିମ ମାତ୍ର 218 ରନ୍‌ କରି ସମସ୍ତ ଓ୍ବିକେଟ ହରାଇଥିଲା । ପ୍ରଥମରୁ ଭଲ ଖେଳିଥିଲେ ମଧ୍ୟ ମିଡିଲ ଅର୍ଡରରେ ଫେଲ୍‌ ମାରିଥିଲେ ଘରୋଇ ଟିମର ବ୍ୟାଟର । ଅର୍ଶଦୀପଙ୍କ ବଲକୁ ସମ୍ମୁଖୀନ କରିବା କଷ୍ଟକର ହୋଇପଡିଥିଲା । ରିଜା ହେଣ୍ଡରିକ୍ସ ମାତ୍ର 19 ରନ କରି ଅର୍ଶଦୀପଙ୍କ ବଲରେ ଆଉଟ ହୋଇଥିଲେ । ଘାତକ ବୋଲିଂ କରି ଜଣଙ୍କ ପରେ ଜଣେ ବ୍ୟାଟରଙ୍କୁ ଆଉଟ କରିଥିଲେ ଭାରତୀୟ ବୋଲର । ଦକ୍ଷିଣ ଆଫ୍ରିକା ପକ୍ଷରୁ ଜୋରିଜ 81 ରନ, ମାର୍କ୍ରମ 36, ମିଲର 10 ରନ କରିଥଲେ । ଭାରତ ପକ୍ଷରୁ ଅର୍ଶଦୀପ 4ଟି, ଓ୍ବାଶିଂଟନ ସୁନ୍ଦର 2ଟି, ଆଭେଶ 2ଟି ଓ୍ବିକେଟ ନେଇଥିଲେ ।

Last Updated :Dec 22, 2023, 11:28 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.