ETV Bharat / sports

ଭାରତ-ଅଷ୍ଟ୍ରେଲିଆ ଟେଷ୍ଟ ସିରିଜ: 406ରେ ଅଲ ଆଉଟ ଟିମ ଇଣ୍ଡିଆ

author img

By ETV Bharat Odisha Team

Published : Dec 23, 2023, 10:58 AM IST

ଭାରତ ଓ ଅଷ୍ଟ୍ରେଲିଆ
ind vs aus test series

India vs Australia Test Series: ଭାରତ ଅଷ୍ଟ୍ରେଲିଆ ଟେଷ୍ଟ ସିରିଜର ପ୍ରଥମ ଇନିଂସ ଶେଷ । 187ରନରେ ଆଗୁଆ ଟିମ ଇଣ୍ଡିଆ । ସ୍ମୃତି, ରିଚା, ଜେମିମା ଓ ଦୀପ୍ତିଙ୍କ ଜବରଦସ୍ତ ବ୍ୟାଟିଂ । ଅଧିକ ପଢନ୍ତୁ

ମୁମ୍ବାଇ: ଓ୍ବାଙ୍ଖଡେ ଷ୍ଟାଡିୟମରେ ଭାରତ ଓ ଅଷ୍ଟ୍ରେଲିଆ ମହିଳା ଦଳ ମଧ୍ୟରେ ଜାରି ରହିଛି ଟେଷ୍ଟ ମ୍ୟାଚ । ଖେଳର ତୃତୀୟ ଦିନରେ 406 ରନରେ ଅଲ ଆଉଟ ହେଲା ଭାରତ । ପ୍ରଥମେ ବୋଲିଂରେ କମାଲ କରିବା ପରେ ବ୍ୟାଟିଂରେ ମଧ୍ୟ ଜବରଦସ୍ତ ପ୍ରଦର୍ଶନ କରିଛନ୍ତି ମହିଳା ବ୍ୟାଟର । ତୃତୀୟ ଦିନରେ ଷ୍ଟମ୍ପ ଅପସାରଣ ସୁଦ୍ଧା 376ରନରେ ଅଟକିଥିଲା ଭାରତ । ଆଜି ସକାଳେ ପୁଣି ବ୍ୟାଟିଂ ଆରମ୍ଭ କରି ଦଳୀୟ ସ୍କୋରକୁ 406ରେ ପହଞ୍ଚାଇଥିଲେ ବ୍ୟାଟର । ଭାରତୀୟ ଦଳ ପକ୍ଷରୁ ସ୍ମୃତି ମାନ୍ଦନା, ରିଚା ଘୋଷ, ଜେମିମା ଓ ଦୀପ୍ତି ଶର୍ମା ଅର୍ଦ୍ଧଶତକ ହାସଲ କରିଛନ୍ତି । ପ୍ରଥମ ଇନିଂସ ଶେଷ କରି 187ରନରେ ଆଗୁଆ ରହିଛି ଭାରତ । ଅଷ୍ଟ୍ରେଲିଆ ଟିମ ଦ୍ବିତୀୟ ପାଳି ଆରମ୍ଭ କରିଛି ।

ଗୁରୁବାର ଠାରୁ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଆରମ୍ଭ ହୋଇଛି ଟେଷ୍ଟ ସିରିଜ । ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା କଙ୍ଗାରୁ ଦଳ । କିନ୍ତୁ ଭାରତୀୟ ବୋଲରଙ୍କ ବଲକୁ ସମ୍ମୁଖୀନ କରିବା ଯେମିତି କଷ୍ଟକର ହୋଇପଡିଥିଲା । ପ୍ରଥମ ଇନିଂସରେ ମାତ୍ର 219 ରନ କରି ଅଲ ଆଉଟ ହୋଇଥିଲା ଅଷ୍ଟ୍ରେଲିଆ । ଭାରତ ପକ୍ଷରୁ ବିପକ୍ଷ ଦଳ ପ୍ରତି ପୂଜା ଘାତକ ସାବ୍ୟସ୍ତ ହୋଇଥିଲେ । ସେ 4ଟି ଓ୍ବିକେଟ ନେଇଥିବା ବେଳେ ସ୍ନେହା 3ଟି ଓ ଦୀପ୍ତି ଶର୍ମା 2ଟି ଓ୍ବିକେଟ ନେଇଥିଲେ । ଏହାପରେ ଭାରତ ପ୍ରଥମ ଇନିଂସ ବ୍ୟାଟିଂ ଆରମ୍ଭ କରି ପ୍ରଥମ ଦିନରେ ଷ୍ଟମ୍ପ ଅପସାରଣ ସୁଦ୍ଧା ଗୋଟିଏ ଓ୍ବିକେଟ ହରାଇ 98 ରନ କରିଥିଲା ।

ଏହା ମଧ୍ୟ ପଢନ୍ତୁ-ଆଜିଠୁ ଭାରତ-ଅଷ୍ଟ୍ରେଲିଆ ଟେଷ୍ଟ ମ୍ୟାଚ୍‌: ଟସ୍‌ ଜିତି କଙ୍ଗାରୁ ଟିମର ବ୍ୟାଟିଂ ନିଷ୍ପତ୍ତି

ସ୍ମୃତି ମାନ୍ଦନା 43 ରନ କରି ଅପରାଜିତ ରହିଥିଲେ ଦ୍ବିତୀୟ ଦିନରେ ପୁଣି ପାଳି ଆରମ୍ଭ କରିଥିଲେ । ସେ 74 ରନ କରି ପାଭିଲିୟନକୁ ଫେରିଥିବା ବେଳେ ଜେମିମା 73, ଦୀପ୍ତି ଶର୍ମା, ରିଚା ଘୋଷ ଓ ଦୀପ୍ତି ଶର୍ମା ଅର୍ଦ୍ଧଶତକ ହାସଲ କରିଥିଲେ । ଦ୍ବିତୀୟ ଦିନରେ ଷ୍ଟମ୍ପ ଅପସାରଣ ସୁଦ୍ଧା ଭାରତ 346ରେ 7ଟି ଓ୍ବିକେଟ ହରାଇଥିଲା । ପୂଜା 33ରନ କରି ଅପରାଜିତ ରହିଥିଲେ । ତୃତୀୟ ଦିନରେ ଅଧାରେ ଅଟକିଥିବା ପ୍ରଥମ ଇନିଂସ ପାଳି ଆରମ୍ଭ କରିଥିଲେ । ପୂଜା 47 ରନରେ ଆଉଟ ହୋଇଥିବା ବେଳେ ଦଳୀୟ ସ୍କୋର 402ରେ ପହଞ୍ଚିଥିଲା । ଦୀପ୍ତି ଶର୍ମା 78 ରନ କରି ଆଉଟ ହୋଇଥିଲେ । ରିଚା ଘୋଷ ଟେଷ୍ଟ କ୍ରିକେଟରେ ଡେବ୍ୟୁ କରି ଅର୍ଦ୍ଧଶତକ ହାସଲ କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.