Ind vs Aus T20: ବୋଲରଙ୍କ ଫ୍ଲପ୍ ସୋ, ୪ୱିକେଟରେ ଜିତିଲା ଅଷ୍ଟ୍ରେଲିଆ

author img

By

Published : Sep 20, 2022, 10:47 PM IST

Updated : Sep 20, 2022, 11:07 PM IST

Ind vs Aus T20, ହାର୍ଦ୍ଦିକଙ୍କ ଅର୍ଦ୍ଧଶତକ ବେକାର, ୪ ୱିକେଟରେ  ଜିତିଲା ଅଷ୍ଟ୍ରେଲିଆ

ଅଷ୍ଟ୍ରେଲିଆ ଇଣ୍ଡିଆ ଟି-୨୦ ସିରିଜ । ପ୍ରଥମ ଟି-୨୦ ମ୍ୟାଚରେ ୪ ୱିକେଟରେ ଜିତିଲା ଅଷ୍ଟ୍ରେଲିଆ । ଭାରତ ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆକୁ ୨୦୯ ରନର ଟାର୍ଗେଟ ଦେଇଥିଲା । ଏହାର ଜବାବରେ ଅଷ୍ଟ୍ରେଲିଆ ୧୯.୨ ଓଭରରେ ୬ ୱିକେଟ ହରାଇ ୨୧୧ ରନ କରିଛି ।

ହାଇଦ୍ରାବାଦ : ଅଷ୍ଟ୍ରେଲିଆ ଇଣ୍ଡିଆ ଟି-୨୦ ସିରିଜ । ପ୍ରଥମ ଟି-୨୦ ମ୍ୟାଚରେ ୪ ୱିକେଟରେ ଜିତିଲା ଅଷ୍ଟ୍ରେଲିଆ । ଭାରତ ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆକୁ ୨୦୯ ରନର ଟାର୍ଗେଟ ଦେଇଥିଲା । ଏହାର ଜବାବରେ ଅଷ୍ଟ୍ରେଲିଆ ୧୯.୨ ଓଭରରେ ୬ ୱିକେଟ ହରାଇ ୨୧୧ ରନ କରିଛି ।

ଅଷ୍ଟ୍ରେଲିଆ ଟସ ଜିତି ଭାରତକୁ ପ୍ରଥମେ ବ୍ୟାଟିଂ ପାଇଂ ଆମନ୍ତ୍ରଣ କରିଥିଲା । ଭାରତ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଦାରିତ ୨୦ ଓଭରରେ ୬ ୱିକେଟ ହରାଇ ୨୦୮ ରନ କରିଥିଲା । ତେବେ ରନର ଟାର୍ଗେଟର ବିଜୟ ଲକ୍ଷ୍ୟକୁ ଅତି ସହଜରେ ହାତେଇବାରେ ସଫଳ ହୋଇପାରିଛି କଙ୍ଗାରୁ ଦଳ । ଆଜିର ଟି-୨୦ ମ୍ୟାଚରେ ଭାରତୀୟ ବୋଲର ଅଷ୍ଟ୍ରେଲିଆ ବ୍ୟାଟରଙ୍କ ଆଗରେ ମହଙ୍ଗା ସାବ୍ୟସ୍ତ ହୋଇଛନ୍ତି । ଭୁବନେଶ୍ବର କୁମାର ୪ ଓଭର ବୋଲିଂ କରି ୫୨ ରନ ବ୍ୟୟ କରିଥିବା ବେଳେ ହର୍ଷଲ ପଟେଲ ୪ ଓଭର ବୋଲିଂ କରି ୪୯ ରନ ବ୍ୟୟ କରିଛନ୍ତି ।

ଅଷ୍ଟ୍ରେଲିଆ ଓପନର ଭଲ ପାଳି ଆରମ୍ଭ କରି ଦଳୀୟ ସ୍କୋରକୁ ମଜବୁତ କରିଥିଲେ । କ୍ୟାମିରନ ଗ୍ରୀନ ଧୂଆଁଧାର ଇନିଂସ ଖେଳି ୩୦ ଟି ବଲରୁ ୮ ଟି ଚୌକା ଏବଂ ୪ ଟି ଛକା ସହିତ ସର୍ବାଧିକ ୬୧ ରନ କରି ଅକ୍ଷର ପଟେଲଙ୍କ ବଲରେ ବିରାଟ କୋହଲିଙ୍କ ଦ୍ବାରା କ୍ୟାଚ ଆଉଟ ହୋଇଥିଲେ । ସେପଟେ ଅଧିନାୟକ ଆରୋନ ଫିଞ୍ଚ ଭଲ ପାଳି ଆରମ୍ଭ କରି ୧୩ ବଲରୁ ୩ ଟି ଚୌକା ଏବଂ ଗୋଟିଏ ଛକା ସହିତ ୨୨ ରନ କରି ଅକ୍ଷର ପଟେଲଙ୍କ ବଲରେ ଆଉଟ ହୋଇଥିଲେ । ସେହିପରି ଷ୍ଟିଭେନ ସ୍ମିଥ ୨୪ ବଲରୁ ୩ ଟି ଚୌକା ଗୋଟିଏ ଛକା ସହିତ ୩୫ ରନ କରି ଉମେଶ ଯାଦବ ବଲରେ ଦିନେଶ କାର୍ତ୍ତିକ ଦ୍ବାରା ଆଉଟ ହୋଇଥିଲେ । ଜୋଶ ଇଙ୍ଗଲିସ ୧୭ ରନ, ଟିମ ଡେଭିଡ ୧୮ ରନ କରି ଆଉଟ ହୋଇଥିବା ବେଳେ ମାଥ୍ୟୁ ୱାଡେ ୨୧ ବଲରେ ୬ଟି ଚୌକା ୨ ଟି ଛକା ସହିତ ୪୫ ରନ କରି ଅପରାଜିତ ରହିଛନ୍ତି ।

ଅକ୍ଷର ପଟେଲ ୪ ଓଭର ବୋଲିଂ କରି ୧୭ ରନ ବ୍ୟୟରେ ସର୍ବାଧିକ ତିନୋଟି ୱିକେଟ ନେଇଛନ୍ତି । ସେପଟେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ପାଣିରେ ପଡିଛି । ସେ ୩୦ ଟି ବଲରୁ ୭ ଟି ଚୌକା ଏବଂ ୫ ଟି ଛକା ମାରି ୭୧ ରନ ଇନିଂସ ଖେଳି ଅପରାଜିତ ରହିଥିଲେ । ସେହିପରି ଲୋକେଶ ରାହୁଲ ୫୫ ରନ ରୋହିତ ଶର୍ମା ୧୧ ରନ, ବିରାଟ କୋହଲି ୨ ରନ, ସୂର୍ଯ୍ୟକୁମାର ଯାଦବ ୪୬ ରନ କରି ଆଉଟ ହୋଇଥିଲେ ।

Last Updated :Sep 20, 2022, 11:07 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.