ETV Bharat / sports

ହାଇଦ୍ରାବାଦ ଟି୨୦: ଭାରତ ଆଗରେ ୧୮୭ ରନର ଟାର୍ଗେଟ

author img

By

Published : Sep 25, 2022, 8:53 PM IST

Updated : Sep 25, 2022, 9:50 PM IST

ଅଷ୍ଟ୍ରେଲିଆ ବିପକ୍ଷରେ ତୃତୀୟ ଟି୨୦ ମ୍ୟାଚ ଖେଳୁଛି ଭାରତ । ଭାରତ ଆଗରେ ୧୮୭ ରନର ଟାର୍ଗେଟ ଦେଇଛି ଅଷ୍ଟ୍ରେଲିଆ । ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୭ ୱିକେଟ ହରାଇ ୧୮୬ ରନ କରିଛି ।

Ind vs Aus T20I : ଭାରତ ଆଗରେ ୧୮୭ ରନର ଟାର୍ଗେଟ, ଟିମ ଡେଭିଡ ଏବଂ କେମରନଙ୍କ ବିସ୍ଫୋରକ ଅର୍ଦ୍ଧଶତକ
Ind vs Aus T20I : ଭାରତ ଆଗରେ ୧୮୭ ରନର ଟାର୍ଗେଟ, ଟିମ ଡେଭିଡ ଏବଂ କେମରନଙ୍କ ବିସ୍ଫୋରକ ଅର୍ଦ୍ଧଶତକ

ହାଇଦ୍ରାବାଦ: ଅଷ୍ଟ୍ରେଲିଆ ବିପକ୍ଷରେ ତୃତୀୟ ଟି୨୦ ମ୍ୟାଚ୍‌ ଖେଳୁଛି ଭାରତ । ଭାରତ ଆଗରେ ୧୮୭ ରନର ଟାର୍ଗେଟ ରଖିଛି ଅଷ୍ଟ୍ରେଲିଆ । ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ ନିର୍ଦ୍ଧାରିତ ୨୦ ଓଭରରେ ୭ ୱିକେଟ ହରାଇ ୧୮୬ ରନ କରିଛି । ଟିମ ଡେଭିଡ ଏବଂ କେମରନ ଗ୍ରୀନଙ୍କ ବିସ୍ଫୋରକ ଅର୍ଦ୍ଧଶତକ ଦେଖିବାକୁ ମିଳିଛି ।

ଟସ ହାରି ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ ପାଇଁ ଆସିଥିଲା । ଓପନର କେମରନ ଗ୍ରୀନଙ୍କ ଧୂଆଁଧାର ବ୍ୟାଟିଂ ବଳରେ ଦଳୀୟ ସ୍କୋର ୪ ଓଭରରେ ୫୦ ରନ ଅତିକ୍ରମ କରିଥିଲା । ସେ ୨୧ ବଲରୁ ୭ଟି ଚୌକା ଏବଂ ୩ଟି ଛକା ସହିତ ୫୨ ରନର ଇନିଂସ ଖେଳି ଆଉଟ୍‌ ହୋଇଥିଲେ । ସେପଟେ ଅଧିନାୟକ ଆରୋନ ଫିଞ୍ଚ ଅକ୍ଷର ପଟେଲଙ୍କ ବଲରେ ବଡ ସଟ୍‌ ଖେଳିବାକୁ ଯାଇ ହାର୍ଦ୍ଦିକ ପାଣ୍ଡ୍ୟା ଦ୍ବାରା କ୍ୟାଚ୍‌ ଆଉଟ ହୋଇ ୭ ରନ କରି ପାଭଲିୟନ ଫେରିଥିଲେ । ସେହିପରି ଟିମ ଡେଭିଡ ବିସ୍ଫୋରକ ଅର୍ଦ୍ଧଶତକ ହାସଲ କରିଛନ୍ତି ।

ସେ ୨୭ ବଲରୁ ୨ଟି ଚୌକା ଏବଂ ୪ଟି ଛକା ସହିତ ୫୪ ରନ କରି ଆଉଟ ହୋଇଛନ୍ତି । ଜୋଶ ଇଙ୍ଗଲିସ ୨୪ ରନ କରି ଆଉଟ ହୋଇଥିବା ବେଳେ ଡାନିଏଲ ସାମ୍ସ ୨୮ ରନ କରି ଅପରାଜିତ ରହିଛନ୍ତି । ଅନ୍ୟ ଅଷ୍ଟ୍ରେଲିଆ ବ୍ୟାଟର ଦୁଇ ଅଙ୍କ ସ୍କୋର କରିବାରେ ବିଫଳ ହୋଇଛନ୍ତି ।

ସେପଟେ ଆଜି ଭାରତୀୟ ଫାଷ୍ଟ ବୋଲର ଅଷ୍ଟ୍ରେଲିଆ ବ୍ୟାଟରଙ୍କ ଆଗରେ ମହଙ୍ଗା ସାବ୍ୟସ୍ତ ହୋଇଛନ୍ତି । ତେବେ ସ୍ପିନର ଅକ୍ଷର ପଟେଲ ପୁଣି ପ୍ରଭାବୀ ସାବ୍ୟସ୍ତ ହୋଇଛନ୍ତି । ୪ ଓଭର ବୋଲିଂ କରି ୩୩ ରନ ବ୍ୟୟରେ ସର୍ବାଧିକ ୩ଟି ୱିକେଟ ହାତେଇଛନ୍ତି ଅକ୍ଷର । ସେପଟେ ଅନ୍ୟପଟେ ବୋଲିଂରେ ନିରାଶ କରିଛନ୍ତି ଭୁବନେଶ୍ବର କୁମାର । ୩ ଓଭର ବୋଲିଂ କରି ୩୯ ରନ ବ୍ୟୟରେ ସେ ଗୋଟିଏ ୱିକେଟ ହାତେଇଛନ୍ତି । ବୁମରାଙ୍କୁ କୌଣସି ମିଳିନଥିବାବେଳେ, ହର୍ଷଲ ପଟେଲ ଏବଂ ୟୁଜଭେନ୍ଦ୍ର ଚହଲ ଗୋଟିଏ ଲେଖାଏଁ ୱିକେଟ ନେଇଛନ୍ତି ।

Last Updated :Sep 25, 2022, 9:50 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.