ETV Bharat / sports

Cricket World Cup 2023: ନିରାଶ କଲେ ରୋହିତ, ପାଳି ସମ୍ଭାଳିଲେ କୋହଲି-ଗିଲ

author img

By ETV Bharat Odisha Team

Published : Nov 2, 2023, 4:17 PM IST

Etv BharatCricket World Cup 2023: ନିରାଶ କଲେ ରୋହିତ, ପାଳି ସମ୍ଭାଳିଲେ କୋହଲି-ଗିଲ
Etv BharatCricket World Cup 2023: ନିରାଶ କଲେ ରୋହିତ, ପାଳି ସମ୍ଭାଳିଲେ କୋହଲି-ଗିଲ

ଦ୍ୱିତୀୟ ବଲରେ ପାଭିଲିୟନ ଫେରିଲେ ଅଧିନାୟକ ରୋହିତ ଶର୍ମା । ରୋହିତଙ୍କୁ କ୍ଲିନ ବୋଲ୍ଡ କଲେ ଦିଲସନ ମଧୁସନକା । ଅଧିକ ପଢନ୍ତୁ

ମୁମ୍ବାଇ: ବିଶ୍ୱକପର 33ତମ ମ୍ୟାଚରେ ଅପରାଜିତ ଭାରତ ଆଗରେ ଶ୍ରୀଲଙ୍କା ଚ୍ୟାଲେଞ୍ଜ । ମୁମ୍ବାଇର ଓ୍ବାଙ୍ଖେଡେ ଷ୍ଟାଡିୟମରେ ଆରମ୍ଭ ହୋଇଛି ଆଜିର ମ୍ୟାଚ । ଟସ ଜିତି ବୋଲିଂ ନିଷ୍ପତ୍ତି ନେଇଥିବା ଶ୍ରୀଲଙ୍କା ଭଲ ଆରମ୍ଭ ମଧ୍ୟ କରିଛି । ଟିମ୍ ଇଣ୍ଡିଆର ଷ୍ଟାର ବ୍ୟାଟର ତଥା ଅଧିନାୟକ ରୋହିତ ଶର୍ମା ପ୍ରଥମ ବଲରେ ଚୌକା ମାରିବା ପରେ ଦ୍ୱିତୀୟ ବଲରେ ପାଭିଲିୟନ ଫେରିଛନ୍ତି । ଦିଲସନ ମଧୁସନକା ରୋହିତଙ୍କୁ କ୍ଲିନ ବୋଲ୍ଡ କରିଥିଲେ ।

  • " class="align-text-top noRightClick twitterSection" data="">

ତେବେ ରୋହିତଙ୍କ ଓ୍ବିକେଟ ପରେ ପାଳି ସମ୍ଭାଳିଛନ୍ତି ବିରାଟ ଏବଂ କୋହଲି । ଦୁହେଁ 114 ବଲରେ 116 ରନର ପାର୍ଟନରସିପ କରିଛନ୍ତି । କୋହଲି 58 ବଲରୁ 54 ରନ ସ୍କୋର କରିଥିବା ବେଳେ ଗିଲ 57 ବଲରୁ 53 ରନ ସ୍କୋର କରିଛନ୍ତି । ବିଶ୍ୱକପରେ ଏହା ଗିଲଙ୍କର 2ୟ ଅର୍ଦ୍ଧଶତକ ହୋଇଥିବା ବେଳେ କୋହଲି ଆଜିର ଅର୍ଦ୍ଧଶତକ ସହିତ ବିଶ୍ବକପରେ ଜଣେ ନନ-ଓପନର ଭାବେ ସବୁଠୁ ଅଧିକା ହାପ-ସେଞ୍ଚୁରୀ ସ୍କୋର କରିଛନ୍ତି ।

ପରେ କ୍ରିଜରେ ଭାରତର ପାଳିକୁ ସମ୍ଭାଳିଛନ୍ତି ଗିଲ ଏବଂ କୋହଲି । ଦୁହେଁ ଦ୍ବିତୀୟ ଓ୍ବିକେଟରେ 64 ବଲରୁ 64 ରନର ଭାଗିଦାରୀ କରିଛନ୍ତି । ବର୍ତ୍ତମାନ ଭାରତର ସ୍କୋର 11.1 ଓଭରରେ ଏକ ଓ୍ବିକେଟ ବିନିମୟରେ 69 ରନ ରହିଛି । କୋହଲି 32 ବଲରୁ 7ଟି ଦର୍ଶନୀୟ ଚୌକା ସହିତ 34 ରନ ସ୍କୋର କରିଥିବା ବେଳେ ଗିଲ 33ଟି ବଲ ଖେଳି 25 ରନ ସ୍କୋର କରିଛନ୍ତି । ଗିଲ 25 ରନର ପାଳିରେ 4ଟି ଚୌକା ମାରିଥିବା ବେଳେ ଏକ ଜୀବନଦାନ ମଧ୍ୟ ପାଇଛନ୍ତି । ସେହିପରି କୋହଲି ମଧ୍ୟ ଗୋଟିଏ ଜୀବନଦାନ (ଲାଇଫ୍) ପାଇଛନ୍ତି ।
ଏହା ମଧ୍ୟ ପଢନ୍ତୁ....World Cup 2023: ଟସ୍ ଜିତି ପ୍ରଥମେ ଶ୍ରୀଲଙ୍କାର ବୋଲିଂ ନିଷ୍ପତ୍ତି, ବ୍ୟାଟିଂ କରିବ ଭାରତ

ଶ୍ରୀଲଙ୍କା ବର୍ତ୍ତମାନ ସୁଦ୍ଧା 5ଟି ବୋଲରଙ୍କୁ ବ୍ୟବହାର କରିସାରିଥିବା ବେଳେ ମଧୁସନକା ଗୋଟିଏ ଓ୍ବିକେଟ ନେବାରେ ସକ୍ଷମ ହୋଇଛନ୍ତି । ଆଜିର ମ୍ୟାଚଟି ଭାରତ ପାଇଁ ଗୁରୁତ୍ବପୂର୍ଣ୍ଣ ରହିଛି । ଆଜିର ମ୍ୟାଚରେ ବିଜୟୀ ହେଲେ ଭାରତ ପଏଣ୍ଟ ଟେବୁଲର ଶୀର୍ଷକୁ ଉଠିବା ସହିତ 7ଟି ମ୍ୟାଚରୁ 7ଟି ବିଜୟ ସହିତ ସେମିଫାଇନାଲ ପାଇଁ ପ୍ରଥମ ଦଳ ଭାବେ ଏକ ପ୍ରକାର ନିଜର ସ୍ଥାନ ସୁନିଶ୍ଚିତ କରିବ । ଏପଟେ ଶ୍ରୀଲଙ୍କା 6ଟି ମ୍ୟାଚ ଖେଳି 2ଟି ବିଜୟ ସହିତ ପଏଣ୍ଟ ଟେବୁଲର 7ମ ସ୍ଥାନରେ ରହିଛି । ଶ୍ରୀଲଙ୍କା 6ଟି ମ୍ୟାଚ ଖେଳି 4ଟିରେ ପରାସ୍ତ ହୋଇଛି ।

ବ୍ୟୁରୋ ରିପୋର୍ଟ ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.