ETV Bharat / sports

World Cup 2023: ଟସ୍ ଜିତି ପ୍ରଥମେ ଶ୍ରୀଲଙ୍କାର ବୋଲିଂ ନିଷ୍ପତ୍ତି, ବ୍ୟାଟିଂ କରିବ ଭାରତ

author img

By ETV Bharat Odisha Team

Published : Nov 2, 2023, 1:43 PM IST

Updated : Nov 2, 2023, 1:55 PM IST

ଆଇସିସି କ୍ରିକେଟ ବିଶ୍ବକପ 33ତମ ଲିଗ ମ୍ୟାଚରେ ଭାରତ ଓ ଶ୍ରୀଲଙ୍କା ମୁହାଁମୁହିଁ ହୋଇଛନ୍ତି । ଟସ ଜିିତି ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଛି ଶ୍ରୀଲଙ୍କା । ଅଧିକ ପଢନ୍ତୁ

Cricket World Cup 2023
India vs Sri Lanka

ମୁମ୍ବାଇ: 12 ବର୍ଷ ପରେ ୱାଙ୍ଖଡେ ଷ୍ଚାଡିୟମରେ ମୁହାଁମୁହିଁ ହୋଇଛନ୍ତି ଭାରତ ଶ୍ରୀଲଙ୍କା । ଆଇସିସି ଦିନିକିଆ ବିଶ୍ବକପ କ୍ରିକେଟ 2023ର 13ତମ ସଂସ୍କରଣର 33ତମ ଲିଗ ମ୍ୟାଚରେ ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ଭାରତ ଓ ଶ୍ରୀଲଙ୍କା ହାଇଭୋଲ୍ଟେଜ ମୁକାବିଲା ଆରମ୍ଭ ହୋଇଛି । ଟସ ଜିିତି ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଛି ଶ୍ରୀଲଙ୍କା । ବ୍ୟାଟିଂ ଆମନ୍ତ୍ରଣ ପାଇଛି ଭାରତ । ଟିମ ଇଣ୍ଡିଆ ଏକାଦଶରେ କୌଣସି ପରିବର୍ତ୍ତନ ହୋଇନାହିଁ । ଆହତ ହାର୍ଦ୍ଦିକ ପାଣ୍ଡ୍ୟା ଶ୍ରୀଲଙ୍କା ବିପକ୍ଷ ମ୍ୟାଚ ମଧ୍ୟ ଖେଳୁ ନାହାନ୍ତି । ତାଙ୍କ ସ୍ଥାନରେ ଇଂଲଣ୍ଡ ବିପକ୍ଷ ମ୍ୟାଚରେ ସୂର୍ଯ୍ୟକୁମାର ସୁଯୋଗ ପାଇଥିଲେ । ଆଜି ମଧ୍ୟ ସମାନ ଏକାଦଶ ନେଇ ମୈଦାନକୁ ଓହ୍ଲାଇଛି ଭାରତ ।

2011 ବିଶ୍ବକପ ଫାଇନାଲରେ ଭାରତ ଶ୍ରୀଲଙ୍କାକୁ ହରାଇ 28 ବର୍ଷ ପରେ ବିଶ୍ବ ବିଜୟୀ ହୋଇଥିଲା । ଚଳିତ ସଂସ୍କରଣରେ ଭାରତ ତାର ସପ୍ତମ ଲିଗ୍‌ ମ୍ୟାଚରେ ଶ୍ରୀଲଙ୍କାକୁ ହରାଇବାକୁ ଲକ୍ଷ୍ୟ ରଖିଛି । ସେମି ଫାଇନାଲରୁ ଗୋଟିଏ ପାଦ ଦୂରରେ ଥିବା ରୋହିତ ସେନା ଶ୍ରୀଲଙ୍କା ବିପକ୍ଷ ବିଜୟ ସହ ସେମିରେ ସ୍ଥାନ ପକ୍କା କରିବାକୁ ପ୍ରୟାସ କରିବ । ସେହିପରି ଶ୍ରୀଲଙ୍କା ପାଇଁ ଏକପ୍ରକାର କର ବା ମର ପରିସ୍ଥିତି ସୃଷ୍ଟି ହୋଇଛି । ଦଳକୁ ସେମିରେ ପ୍ରବେଶ କରିବାକୁ ହେଲେ ଶେଷ 3ଟି ମ୍ୟାଚ୍‌ ଜିତିବାକୁ ହେବ । ତେଣୁ ଆଜି ଭାରତକୁ ହରାଇବା ପାଇଁ ସିଂହଳୀ ଦଳ ସବୁ ଶକ୍ତି ଖଟାଇବ । ଇଂଲଣ୍ଡ ବିପକ୍ଷରେ ଭାରତ ପ୍ରଥମେ ବ୍ୟାଟିଂ କରିଥିଲା । ଦଳର ବ୍ୟାଟିଂରେ ପ୍ରଦର୍ଶନ ଭଲ ନଥିଲା । ଆଜି ଶ୍ରୀଲଙ୍କା ବିପକ୍ଷରେ ମଧ୍ୟ ଦଳ ପ୍ରଥମେ ବ୍ୟାଟିଂ କରିବ । ପୂର୍ବ ତ୍ରୁଟି ସୁଧାରି ଦଳକୁ ଭଲ ପ୍ରଦର୍ଶନ କରିବାକୁ ହେବ ।

ଏହା ବି ପଢନ୍ତୁ...World Cup 2023: ଆଜି ଭାରତ-ଶ୍ରୀଲଙ୍କା ମୁକାବିଲା, ସେମିରୁ ଗୋଟିଏ ପାଦ ଦୂରରେ ରୋହିତ ସେନା

ଏହା ବି ପଢନ୍ତୁ...Cricket World Cup 2023: 'ଭାରତ ସେମିଫାଇନାଲ ଖେଳିବା ସୁନିଶ୍ଚିତ'

ଭାରତୀୟ ଚୂଡାନ୍ତ ଏକାଦଶ: ରୋହତି ଶର୍ମା (ଅଧିନାୟକ), ଶୁଭମନ ଗିଲ, ବିରାଟ କୋହଲି, ଶ୍ରେୟାସ ଆୟର, କେଏଲ ରାହୁଲ, ସୂର୍ଯ୍ୟକୁମାର ଯାଦବ, ରବିନ୍ଦ୍ର ଜାଡେଜା, କୁଳଦୀପ ଯାଦବ, ମହମ୍ମଦ ସାମି, ଯଶପ୍ରୀତ ବୁମରା, ମହମ୍ମଦ ସିରାଜ ।

ଶ୍ରୀଲଙ୍କା ଚୂଡାନ୍ତ ଏକାଦଶ: ପଥୁମ ନିଶଙ୍କା, ଦିମୁଥ କରୁଣାରତ୍ନେ, କୁଶଲ ମେଣ୍ଡିସ (ଅଧିନାୟକ), ସଦିରା ସମରବିକ୍ରମା, ଚରିଥା ଆଶାଲଙ୍କା, ଆଞ୍ଜେଲୋ ମାଥ୍ୟୁସ, ଦାସୁନ ହେମନ୍ତ , କାସୁନ ରଜିଥା, ମହୀଶ ତୀକ୍ଷଣା, ଦିଲସାନ ମଦୁଶଙ୍କା, ଦୁଷ୍ମନ୍ତ ଚାମୀରା ।

Last Updated :Nov 2, 2023, 1:55 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.