ETV Bharat / sports

Cricket World Cup 2023: 'ଭାରତ ସେମିଫାଇନାଲ ଖେଳିବା ସୁନିଶ୍ଚିତ'

author img

By ETV Bharat Odisha Team

Published : Nov 1, 2023, 9:00 PM IST

ହାଲକା ଭାବେ ନନେଇ ଶ୍ରେଷ୍ଠ ଖେଳ ପ୍ରଦର୍ଶନ କରିବାକୁ ପଡିବ ଭାରତୀୟ ଦଳକୁ, ହାର୍ଦ୍ଦିକ ଇନ ହେଲେ ଶ୍ରେୟସ ଆଉଟ ହୋଇପାରନ୍ତି କହିଲେ ସୁରେଶ ସ୍ୱାଇଁ, କ୍ରିଡା ସମୀକ୍ଷକ । ଅଧିକ ପଢନ୍ତୁ

Cricket World Cup 2023: 'ଭାରତ ସେମିଫାଇନାଲ ଖେଳିବା ସୁନିଶ୍ଚିତ'
Cricket World Cup 2023: 'ଭାରତ ସେମିଫାଇନାଲ ଖେଳିବା ସୁନିଶ୍ଚିତ'

Cricket World Cup 2023: 'ଭାରତ ସେମିଫାଇନାଲ ଖେଳିବା ସୁନିଶ୍ଚିତ'

ଭୁବନେଶ୍ୱର: ଚଳିତ କ୍ରିକେଟ ବିଶ୍ୱକପରେ ଭାରତୀୟ ଦଳର ଦେଖିବାକୁ ମିଳିଛି ଦମଦାର ପ୍ରର୍ଦଶନ । ଏହା ସହ ଟ୍ରଫି ହାସଲ କରିବା ଲକ୍ଷ୍ୟରେ ରହିଛି ଭାରତୀୟ ଦଳ । ଏନେଇ କ'ଣ କହୁଛନ୍ତି କ୍ରିଡା ସମୀକ୍ଷକ ଚାଲନ୍ତୁ ଜାଣିବା । ଗୁରୁବାର ଖେଳାଯିବ ବିଶ୍ୱକପ କ୍ରିକେଟର ଆଉ ଏକ ଚମତ୍କାର ମ୍ୟାଚ । ଭାରତ ବନାମ ଶ୍ରୀଲଙ୍କା । ଏ ପର୍ଯ୍ୟନ୍ତ ଖେଳାଯାଇଥିବା ସମସ୍ତ ମ୍ୟାଚ ଜିତିସାରିଛି ଭାରତ । ଭାରତୀୟ ଖେଳାଳି ତଥା ରୋହିତ ବାହିନୀ ସଦସ୍ୟଙ୍କ ମନବଳ ଦୃଢ ରହିଛି । ଏହି ମ୍ୟାଚରେ ବିଜୟ ହେଲେ ସେମିଫାଇନାଲ ପାଇଁ ଖେଳିବା ସୁନିଶ୍ଚିତ ହେବ ଭାରତ ।

କ୍ରିଡା ସମୀକ୍ଷକ ସୁରେଶ ସ୍ୱାଇଁ କହିଛନ୍ତି, "ଏହି ମ୍ୟାଚ ମଧ୍ୟ ଅତ୍ୟନ୍ତ ଗୁରୁତ୍ୱ ପୂର୍ଣ୍ଣ । ଭାରତ ଏହି ମ୍ୟାଚକୁ ହାଲକା ଭାବେ ଗ୍ରହଣ କରିବା କଥା ନୁହେଁ । ସମସ୍ତ ଖେଳାଳି ନିଜର ବେଷ୍ଟ ଦେବା ଟିମ ପାଇଁ ଶୁଭଙ୍କର ହେବ । କାରଣ ଏହି ମ୍ୟାଚରେ ଭାରତ ଜିତିଲେ ସେମିଫାଇନାଲ ଖେଳିବା ସୁନିଶ୍ଚିତ ହୋଇଯିବ । ତେଣୁ ଭାରତକୁ ଏହି ମ୍ୟାଚ ଜିତିବା ଆବଶ୍ୟକ ।ଭାରତୀୟ ଦଳ ପାଇଁ ଦୁର୍ବଳ ମୁହୂର୍ତ୍ତ ହୋଇଛନ୍ତି ହାର୍ଦ୍ଦିକ ପାଣ୍ଡ୍ୟା । ବିଗତ 2ଟି ମ୍ୟାଚରେ ସେ ଖେଳି ନାହାନ୍ତି । ଆଘାତ କାରଣରୁ ହାର୍ଦ୍ଦିକ ଟିମରେ ସାମିଲ ହୋଇପାରିନାହାନ୍ତି ।"

ଏହା ମଧ୍ୟ ପଢନ୍ତୁ....Cricket World Cup 2023: ନ୍ୟୁଜିଲାଣ୍ଡକୁ 358ରନ ଟାର୍ଗେଟ ଦେଲା ଦକ୍ଷିଣ ଆଫ୍ରିକା, ଡିକକ-ଡୁସେନଙ୍କ ଦମଦାର ଶତକ

ସେ ଆହୁରୀ ମଧ୍ୟ କହିଛନ୍ତି, "ତେବେ ଶ୍ରୀଲଙ୍କା ବିପକ୍ଷ ମ୍ୟାଚରେ ହାର୍ଦ୍ଦିକ ଖେଳିବାର ସମ୍ଭାବନା ରହିଛି । ଯଦି ହାର୍ଦ୍ଦିକ ଟିମରେ ସାମିଲ ହୁଅନ୍ତି ତେବେ କିଏ ଆଉଟ ହେବ ତାହା ମଧ୍ୟ ବଡ଼ ପ୍ରଶ୍ନ । ସୂର୍ଯ୍ୟ କୁମାର ଗତ ମ୍ୟାଚରେ 49 ରନ ସ୍କୋର କରି ପାରିକୁ ସମ୍ଭାଳି ନେଇଥିଲେ । ତେଣୁ କ୍ୟାପଟେନ ରୋହିତ ଶର୍ମା କେବେ ବି ଚାହିଁବେନି ତାଙ୍କୁ ଆଉଟ କରିବା ପାଇଁ । ଦରକାର ପଡିଲେ ଶ୍ରେୟସ ଆୟରଙ୍କୁ ବଳି ପକା ଯାଇପାରେ ବୋଲି ଆଶଙ୍କା ରହିଛି ।"

ବିଶ୍ୱକପ ଇତିହାସରେ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ 9ଟି ମ୍ୟାଚ ଖେଳାଯାଇଛି । 4ଟି ମ୍ୟାତ ଭାରତ ଜିତିଥିବା ବେଳେ 4ଟି ମ୍ୟାତ ଶ୍ରୀଲଙ୍କା ଜିତିଛି । ଗୋଟିଏ ମ୍ୟାଚର ରେଜଲ୍ଟ ବାହାରିନଥିଲା । ଦିନିକିଆ କଥା ଯଦି ଦେଖିବା ଭାରତ ଶ୍ରିଲଙ୍କା ମଧ୍ୟରେ 167ଥର ମ୍ୟାଚ ଖେଳାଯାଇଥିବା ବେଳେ ଭାରତ 98-57ରେ ଶ୍ରୀଲଙ୍କା ଠାରୁ ଆଗରେ ରହିଛି । ଦେଖିବାର କଥା ଚଳିତ ବିଶ୍ୱକପ ଲଢେଇରେ ରୋହିତ ସେନା କିପରି ପ୍ରଦର୍ଶନ କରୁଛି ।

ଏହା ମଧ୍ୟ ପଢନ୍ତୁ....World Cup 2023: ଇଡେନ ଗାର୍ଡେନରେ ଉଡିଲା ପାଲେଷ୍ଟାଇନ ପତାକା, ଲାଇମ ଲାଇଟରେ ପାକ୍ ଦମ୍ପତି


ଇଟିଭି ଭାରତ,ଭୁବନେଶ୍ୱର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.