ETV Bharat / sports

Cricket World Cup 2023: ନ୍ୟୁଜିଲାଣ୍ଡକୁ 358ରନ ଟାର୍ଗେଟ ଦେଲା ଦକ୍ଷିଣ ଆଫ୍ରିକା, ଡିକକ-ଡୁସେନଙ୍କ ଦମଦାର ଶତକ

author img

By ETV Bharat Odisha Team

Published : Nov 1, 2023, 6:37 PM IST

Updated : Nov 1, 2023, 7:11 PM IST

ବଡ ସ୍କୋର କଲା ଦକ୍ଷିଣ ଆଫ୍ରିକା । 4 ଓ୍ୱିକେଟ ହରାଇ 357 ରନ ସ୍କୋର କରିଛି ଦଳ । ଡିକକ ଏବଂ ଭାନ ଡର ଡୁସେନଙ୍କ 200 ରନର ପାର୍ଟନରସିପ । ଅଧିକ ପଢନ୍ତୁ

Etv BharatCricket World Cup 2023: ନ୍ୟୁଜିଲାଣ୍ଡକୁ 358ରନ ଟାର୍ଗେଟ ଦେଲା ଦକ୍ଷିଣ ଆଫ୍ରିକା, ଡିକକ-ଭାନ ଡର ଡୁସେନଙ୍କ ଦମଦାର ଶତକ
Etv BharatCricket World Cup 2023: ନ୍ୟୁଜିଲାଣ୍ଡକୁ 358ରନ ଟାର୍ଗେଟ ଦେଲା ଦକ୍ଷିଣ ଆଫ୍ରିକା, ଡିକକ-ଭାନ ଡର ଡୁସେନଙ୍କ ଦମଦାର ଶତକ

ମୁମ୍ବାଇ: ଚ୍ୟାଲେଞ୍ଜ ଗ୍ରହଣ କଲେ । ପୁଣି ବଡ ସ୍କୋର କଲେ । ପୁଣି ଚାଲିଲା ଡିକକଙ୍କ ବ୍ୟାଟ । ଦମଦାର ଇନିଂସ ମଧ୍ୟ ଖେଳିଲେ ଡର ଡୁସେନ ଏବଂ ମିଲର । ନ୍ୟୁଜିଲାଣ୍ଡର ବ୍ୟାଟିଂ ନିମନ୍ତ୍ରଣ ପାଇଥିବା ଦକ୍ଷିଣ ଆଫ୍ରିକା 4 ଓ୍ବିକେଟ ହରାଇ 357 ରନ ସ୍କୋର କରିଛି ।

ବ୍ୟାଟିଂ ନିମନ୍ତ୍ରଣ ପାଇଁ ପଡିଆକୁ ଓହ୍ଲାଇଥିବା ବଭୁମାଙ୍କ ଟିମ୍ ପ୍ରଥମରୁ ମାପି ଚୁପି ଆରମ୍ଭ କରିଥିଲା । ଦଳୀୟ ସ୍କୋର 38 ରନ ଥିବା ବେଳେ ବଭୁମା ବ୍ୟକ୍ତିଗତ 24 ରନ ସ୍କୋର କରି ପ୍ରଥମ ଓ୍ବିକେଟ ଭାବେ ଆଉଟ ହୋଇଥିଲେ । ପରେ ଦ୍ବିତୀୟ ଓ୍ବିକେଟରେ କମାଲ କରିଥିଲେ ଡିକକ ଏବଂ ଭାନ ଡର ହୁସେନ । ଉଭୟ 200 ରନର ପାର୍ଟନରସିପ କରିଥିଲେ ।

ଏହା ମଧ୍ୟ ପଢନ୍ତୁ....Cricket World Cup 2023: ଟସ ଜିତି ଦକ୍ଷିଣ ଆଫ୍ରିକାକୁ ବ୍ୟାଟିଂ ନିମନ୍ତ୍ରଣ ଦେଲେ ଲାଥମ, ଡିକକଙ୍କ୍ ବ୍ୟାଟରୁ ପୁଣି ଛକା ଚୌକା

ତେବେ ଡିକକ୍ ବ୍ୟକ୍ତିଗତ 114 ରନ ସ୍କୋର କରି ଆଉଟ ହୋଇଥିଲେ । ସେ ସାଉଦିଙ୍କ ବଲରେ ଫିଲିପ୍ସଙ୍କୁ କ୍ୟାଚ ଦେଇଥିଲେ । 114 ରନ ଇନିଂସରେ ଡିକକ 10ଟି ଚୌକା ଏବଂ 3ଟି ଛକା ମାରିଥିଲେ । ପରେ ଡିକକଙ୍କ ଓ୍ବିକେଟ ପରେ ବ୍ୟାଟିଂ କରିବାକୁ ଆସିଥିଲେ ମିଲର । ମିଲର ଏବଂ ଭାନ ଡର ଡୁସେନଙ୍କ ମଧ୍ୟରେ 3ୟ ଓ୍ବିକେଟ ପାଇଁ 78 ରନ ସ୍କୋର କରିଥିଲେ । ଟିମ୍ ସାଉଦିଙ୍କ ବଲରେ ହୁସେନ 47.1 ଓଭରରେ ବ୍ୟକ୍ତିଗତ 133 ରନ ସ୍କୋର କରି ଆଉଟ ହୋଇଥିଲେ । ସେ ତାଙ୍କର ଦର୍ଶନୀୟ ଶତକୀୟ ଇନିଂସରେ 9ଟି ଚୌକା ଏବଂ 5ଟି ଛକା ମାରିଥିଲେ । 118ଟି ବଲ ଖେଳି 133 ରନ ସ୍କୋର କରିଥିଲେ ଡୁସେନ ।

ପରେ ମିଲର ଏବଂ କ୍ଲାସେନଙ୍କ ମଧ୍ୟରେ ଦୃତ ଗତିରେ ଭାଗିଦାରୀ ହୋଇଥିଲା । ମିଲର 30ଟି ବଲ ଖେଳି 2 ଚୌକା ଏବଂ 4 ଛକା ସହିତ 53 ରନ ସ୍କୋର କରିଥିଲେ । ତେବେ ଶେଷକୁ କ୍ଲାସେନ 7 ବଲରୁ 15 ରନ ଏବଂ ମାକ୍ରମ 6 ରନ କରି କ୍ରିଜରେ ଅପରାଜିତ ଥିଲେ ।

ଏପଟେ ନ୍ୟୁଜିଲାଣ୍ଡ ପକ୍ଷରୁ କେବଳ ବୋଲ୍ଟଙ୍କୁ ଛାଡିଦେଲେ କୌଣସି ବୋଲର କାମ ଦେଇନଥିଲେ । ଦକ୍ଷିଣ ଆଫ୍ରିକା ବ୍ୟାଟ୍ସମ୍ୟାନଙ୍କ ପ୍ରହାର ଆଗରେ ଫିକା ପଡିଥିଲେ ସମସ୍ତ ବୋଲର । ମ୍ୟାଟ ହେନରି 5.3 ଓଭର ବୋଲି କରି 31 ରନ ବ୍ୟୟ କରିଥିବା ବେଳେ ଆହତ ହୋଇଥିଲେ । ସେହିପରି ସାଉଦି 10 ଓଭର ବୋଲିଂ କରି 2 ଓ୍ବିକେଟ ବିନିମୟରେ 77 ରନ ଖର୍ଚ୍ଚ କରିଥିବା ବେଳେ ସାଣ୍ଟନର 10 ଓଭର ବୋଲିଂ କରି 58 ରନ ଦେଇଥିଲେ । ତେବେ ଫିଲିପ୍ସ ଏବଂ ନିସାମ ଯଥାକ୍ରମେ 7 ଓଭର ଏବଂ 5.3 ଓଭର ବୋଲିଂ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Nov 1, 2023, 7:11 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.