ETV Bharat / sports

ICC Women's World Cup: ବୁଧବାର ଭାରତ-ଇଂଲଣ୍ଡ ହାଇଭୋଲଟେଜ ମ୍ୟାଚ୍‌

author img

By

Published : Mar 15, 2022, 10:37 PM IST

ICC Women's World Cup: India aim for consistency in clash against England
ICC Women's World Cup: ବୁଧବାର ଭାରତ-ଇଂଲଣ୍ଡ ହାଇଭୋଲଟେଜ ମ୍ୟାଚ୍‌

ICC ମହିଳା କ୍ରିକେଟ ଦିନିକିଆ ବିଶ୍ବକପରେ ବୁଧବାର ଭାରତ, ଚତୁର୍ଥ ଲିଗ୍‌ ମ୍ୟାଚ୍‌ରେ ଇଂଲଣ୍ଡକୁ ଭେଟିବ । ୱେଷ୍ଟଇଣ୍ଡିଜ ବିପକ୍ଷରେ ପ୍ରଭାବୀ ବିଜୟରେ ଆତ୍ମବିଶ୍ବାସରେ ଭରା ଭାରତ ବିଜୟଧାରା ବଜାୟ ରଖିବା ଲକ୍ଷ୍ୟରେ ରହିବ । ଅଧିକ ପଢନ୍ତୁ

ମାଉଣ୍ଟ ମୋନଗାନୁଇ: ଚଳିତ ICC ମହିଳା କ୍ରିକେଟ ଦିନିକିଆ ବିଶ୍ବକପରେ ବୁଧବାର ଭାରତ, ଚତୁର୍ଥ ଲିଗ୍‌ ମ୍ୟାଚ୍‌ରେ ଇଂଲଣ୍ଡକୁ ଭେଟିବ । ୱେଷ୍ଟଇଣ୍ଡିଜ ବିପକ୍ଷରେ ପ୍ରଭାବୀ ବିଜୟରେ ଆତ୍ମବିଶ୍ବାସରେ ଭରା ଭାରତ ବିଜୟଧାରା ବଜାୟ ରଖିବା ଲକ୍ଷ୍ୟରେ ରହିବ । ୱେଷ୍ଟଇଣ୍ଡିଜ ବିପକ୍ଷରେ ୧୫୫ ରନ୍‌ର ବିଜୟ ପରେ ତୃତୀୟ ସ୍ଥାନରେ ରହିଥିବା ଭାରତ ପ୍ରଦର୍ଶନରେ ସ୍ଥିରତା ପାଇଁ ସମସ୍ତ ପ୍ରୟାସ କରିବ । କାରଣ ଇଂଲଣ୍ଡ ପରେ ଶୀର୍ଷ ସ୍ଥାନରେ ଥିବା ଅଷ୍ଟ୍ରେଲିଆ ସହ ଭାରତର ମୁକାବିଲା ରହିଛି । ଭାରତକୁ ଶୀର୍ଷ ୪ ସ୍ଥାନ ମଧ୍ୟରେ ରହିବାକୁ ହଲେ ବିଜୟ ଧାରାକୁ ବଜାୟ ରଖିବାକୁ ହେବ ।

ନ୍ୟୁଜିଲାଣ୍ଡ ବିପକ୍ଷରେ ନୈରାଶାଜନକ ପ୍ରଦର୍ଶନ କରିଥିବା ଭାରତୀୟ ଟିମ ୧୬୨ଟି ଡଟ୍‌ ବଲ୍‌ ଖେଳିଥିଲା । ମାତ୍ର ୱେଷ୍ଟଇଣ୍ଡିଜ ବିପକ୍ଷରେ ସ୍ମୃତି ମାନ୍ଧାନା(୧୧୯ ବଲରୁ ୧୨୩) ଓ ହରମନପ୍ରୀତ କୌର(୧୦୭ ବଲ୍‌ରୁ ୧୦୯ ରନ୍‌) ଶତକୀୟ ଇଂନିସ ଖେଳିଥିଲେ, ଯାହାଫଳରେ ଟିମ ୮ ୱିକେଟରେ ୩୧୭ ରନ୍‌ର ଟୁର୍ନାମେଣ୍ଟ ଇତିହାସରେ ନିଜର ସର୍ବଶ୍ରେଷ୍ଠ ସ୍କୋର କରିବାକୁ ସକ୍ଷମ ହୋଇପାରିଥିଲା । ଦୁଇ ଓପନର ମାନ୍ଧାନା ଓ ୟାସ୍ତିକା ଭାଟିଆ ଆରମ୍ଭରୁ ଆକ୍ରମଣାତ୍ମକ ରଣନୀତିରେ ବ୍ୟାଟିଂ କରିଥିଲେ । ମାନ୍ଧାନା ୧୨୩ ରନ୍‌ର ଇଂନିସ ଖେଳି ଲୟକୁ ଫେରିଥିବାବେଳେ, ହରମନପ୍ରୀତ ବର୍ଷ ୨୦୧୭ ବିଶ୍ବକପରେ ଅଷ୍ଟ୍ରେଲିଆ ବିପକ୍ଷରେ ଅପରାଜିତ ୧୭୧ ରନ୍‌ର ଇଂନିସ ପରେ ନିଜର ପ୍ରଥମ ତଥା ମୋଟ ଚତୁର୍ଥ ଶତକ ହାସଲ କରିଥିଲେ ।

ସେମିଫାଇନାଲ ଟିକେଟ ଭାରତ ହାତେଇବାକୁ ହେଲେ ଏହି ଦୁଇ ଖେଳାଳି ଏପରି ପ୍ରଦର୍ଶନ ଜାରି ରଖିବା ଜରୁରୀ । ବ୍ୟାଟିଂକ୍ରମରେ ଉପରେ ସୁଯୋଗ ପାଇଥିବାରୁ ଅଲରାଉଣ୍ଡର ଦିପ୍ତୀ ଶର୍ମା ଓ କ୍ୟାପଟେନ ମିତାଲି ରାଜଙ୍କୁ ମଧ୍ୟ ବ୍ୟାଟ୍‌ରେ ଭଲ ପ୍ରଦର୍ଶନ କରିବାକୁ ହେବ । ସେହିପରି ୱିକେଟ ପଛରେ କମାଲ କରୁଥିବା ରିଚା ଘୋଷଙ୍କୁ ମଧ୍ୟ ବ୍ୟାଟ୍‌ରେ ପ୍ରଭାବୀ ପ୍ରଦର୍ଶନ କରିବାକୁ ହେବ । ଅଲରାଉଣ୍ଡର ସ୍ନେହ ରାଣା ଓ ପୂଜା ବସ୍ତ୍ରକର ନିଜ ପ୍ରଦର୍ଶନରେ ପ୍ରଭାବିତ କରିଛନ୍ତି । ବିଶ୍ବକପ ପୂର୍ବରୁ ଟିମର ଚିନ୍ତାର କାରଣ ଥିବା ବୋଲିଂ ଆକ୍ରମଣ ଏଯାବତ ଆଶାନୁରୂପ ପ୍ରଦର୍ଶନ କରିବାରେ ସଫଳ ହୋଇଛନ୍ତି । ସ୍ପିନର ରାଜେଶ୍ବରୀ ଗାଏକ୍ବାଡ(୭ ୱିକେଟ) ଓ ସ୍ନେହ ରାଣା(୫ ୱିକେଟ) ହାସଲ କରିସାରିଛନ୍ତି । ଚଳିତ ଟୁର୍ନାମେଣ୍ଟରେ ସବୁଠୁ ସଫଳ ବୋଲର ତାଲିକାରେ ରାଜେଶ୍ବରୀ ତୃତୀୟ ସ୍ଥାନରେ ରହିଛନ୍ତି ।

ଭାରତୀୟ ଟିମ: ମିତାଲି ରାଜ(କ୍ୟାପଟେନ୍‌), ସ୍ମୃତି ମାନ୍ଧାନା, ଶେଫାଳି ବର୍ମା, ହରମନପ୍ରୀତ କୌର, ୟାସ୍ତିକା ଭାଟି, ଦିପ୍ତୀ ଶର୍ମା, ପୂଜା ବସ୍ତ୍ରକର, ରିଚା ଘୋଷ, ତାନିଆ ଭାଟିଆ, ସ୍ନେହ ରାଣା, ମେଘନା ସିଂହ, ରାଜେଶ୍ବରୀ ଗାଏକ୍ବାଡ, ପୁନମ ଯାଦବ, ଝୁଲଣ ଗୋସ୍ବାମୀ ଓ ରେଣୁକା ସିଂହ ।

ଇଂଲଣ୍ଡ: ହେଥର ନାଇଟ୍‌(କ୍ୟାପେଟନ୍‌), ଟମି ବିୟୁମୋଣ୍ଟ, କାଥରିନ ବ୍ରଣ୍ଟ, ଫ୍ରେୟା ଡେଭିସ, ସୋଫିଆ ଡଙ୍କଲେ, କେଟ୍‌ କ୍ରୋନ୍ସ, ସୋଫି ଏକଲେଷ୍ଟେନ, ଟୈସ ଫରଣ୍ଟ, ଏମୀ ଜୋନ୍ସ, ଏମା ଲମ୍ବ, ନେଟ ସ୍ପିଭର, ଅନ୍ୟା ଶ୍ରୁବସଲ, ଲରିନ ବିନଫିଲ୍ଡ-ହିଲ ଓ ଡେନି ୱାଟ୍‌ ।

PTI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.