ETV Bharat / sports

World Cup 2023: ସିଙ୍ଗଲ ନେବାକୁ କୋହଲିଙ୍କୁ ମନା କରି ଦେଇଥିଲେ ରାହୁଲ

author img

By ETV Bharat Odisha Team

Published : Oct 20, 2023, 8:39 AM IST

KL Rahul on helping Virat reach century
KL Rahul on helping Virat reach century

ବାଂଲାଦେଶ ବିପକ୍ଷ ମ୍ୟାଚରେ କୋହଲିଙ୍କ ଦମଦାର ଶତକ। ମ୍ୟାଚ ପରେ ଏମିତି କହିଲେ ରାହୁଲ। ଅଧିକ ପଢନ୍ତୁ

ହାଇଦ୍ରାବାଦ: ବିଶ୍ବକପରେ ବାଂଲାଦେଶ ବିପକ୍ଷରେ ଚତୁର୍ଥ ମ୍ୟାଚ୍‌ ଖେଳି ବିଜୟୀ ହୋଇଛି ଭାରତ । ବିରାଟ କୋହଲିଙ୍କ ଦମଦାର ଶତକ ସହାୟତାରେ ଭାରତ ଏହି ବିଜୟ ହାସଲ କରିଛି । ତେବେ ଶତକ ହାସଲ କରିବା ଶେଷ ମୁହୁର୍ତ୍ତର ବିରାଟ ସଂଘର୍ଷ କରୁଥିବା ଦେଖିବାକୁ ମିଳିଥିଲା । ଓଭର ବାକି ରହିଥିଲେ ଦଳକୁ ବିଜୟ କରିବାର ଯେତିକି ରନ ଦରକାର ଥିଲା ଶତକ ହାସଲ ପାଇଁ ମଧ୍ୟ ବିରାଟଙ୍କୁ ସେତିକି ରନ ଆବଶ୍ୟକ ଥିଲା । ତେଣୁ ଫିଲ୍ଡରେ ବିରାଟ ମାପି ଚୁପି ରନ୍‌ ନେଉଥିବା ଦେଖିବାକୁ ମିଳିଥିଲା । ଶେଷ ମୂହୁର୍ତ୍ତରେ ସେ ସିଙ୍ଗଲ ନେବାକୁ କେଏଲ ରାହୁଲଙ୍କୁ କହିଥିଲେ ମଧ୍ୟ ସେ ମନା କରି ଦେଇଥିଲେ । ଏହାପରେ ଛକା ମାରି ଦଳକୁ ବିଜୟୀ କରିବା ସହ ଶତକ ହାସଲ କରିଥିଲେ କୋହଲି । ତେଣୁ ଭାରତର ବିଜୟଠାରୁ କୋହଲିଙ୍କ ଶତକକୁ ନେଇ ଅଧିକ ଚର୍ଚ୍ଚା ।

ଏହା ମଧ୍ୟ ପଢନ୍ତୁ-World Cup 2023: ବାଂଲଦେଶ ବିପକ୍ଷରେ କିଙ୍ଗ୍‌ କୋହଲିଙ୍କ ରୋମାଞ୍ଚଭରା ଶତକ, ସାଥ ଦେଇଥିଲେ ରାହୁଲ

ଖେଳ ଶେଷ ହେବା ପରେ କେ.ଏଲ୍‌ ରାହୁଲ କହିଛନ୍ତି ଯେ, ଶେଷ ମୂହୁର୍ତ୍ତରେ ମୋତେ କୋହଲି ସିଙ୍ଗଲ ନେବାକୁ କହିଥିଲେ, ମୁଁ କିନ୍ତୁ ମନା କରି ଦେଇଥିଲି । ବିରାଟ କହିଥିଲେ, ଯଦି ସେ ସିଙ୍ଗଲ ନନିଅନ୍ତି ତେବେ ଖରାପ ହେବ, ଲୋକ ମାନେ ଭାବିବେ ବ୍ୟକ୍ତିଗତ ରେକର୍ଡ ପାଇଁ ଖେଳୁଛି । ଏହାପରେ ମୁଁ କହିଥିଲି ଆମେ ଅତି ସହଜରେ ଜିତିବା, ତୁମେ ସଟ୍‌ ଖେଳ ଓ ଶତକ ପୂରଣ କର । ଜିତିବା ପାଇଁ ଆଉ 2 ରନ ଆବଶ୍ୟକ ଥିବାରୁ ବିରାଟ ଛକା ମାରି ଶତକ ପୂରଣ କରିବା ସହ ଦଳକୁ ବିଜୟ ଭେଟି ଦେଇଥିଲେ ।

ଏହା ମଧ୍ୟ ପଢନ୍ତୁ-World Cup 2023: ସଚିନଙ୍କ ରେକର୍ଡ ଭାଙ୍ଗିଲେ ବିରାଟ, ଅନ୍ତର୍ଜାତୀୟ କ୍ରିକେଟରେ ସଂଗ୍ରହ କଲେ ଦ୍ରୁତତମ 26K ରନ୍‌

ବାଂଲାଦେଶ ବିପକ୍ଷ ମ୍ୟାଚରେ କୋହଲି 97 ବଲ୍‌ ଖେଳି 6ଟି ଚୌକା ଓ 4ଟି ଚୌକା ସହ 103 ରନ୍‌ ସଂଗ୍ରହ କରିଥିଲେ । ଶତକ ପୂରଣ କରିବାକୁ କୋହଲିଙ୍କୁ ରାହୁଲ ସହଯୋଗ କରିଥିବା ଫିଲ୍ଡରେ ଦେଖିବାକୁ ମିଳିଥିଲା । ଦିନିକିଆ ମ୍ୟାଚ୍‌ରେ ଏହା ତାଙ୍କର 48ତମ ଶତକ ହୋଇଥିବା ବେଳେ 78ତମ ଅନ୍ତର୍ଜାତୀୟ ଶତକ ହାସଲ କରିଛନ୍ତି । କୋହଲିଙ୍କ ଦମଦାର ଶତକ ଫଳରେ ଭାରତ ନିଜର ବିଜୟଧାରା ବଜାୟ ରଖିଛି । ବର୍ତ୍ତମାନ ସୁଦ୍ଧା ବିଶ୍ବକପରେ ଭାରତ 4ଟି ମ୍ୟାଚ୍‌ ଖେଳିଥିବା ବେଳେ 4ଟିରେ ବିଜୟ ହାସଲ କରିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.