ETV Bharat / sports

Pak-Ind ଟ୍ବିଟର ୱାର, ହରଭଜନଙ୍କ ସ୍ପିନ୍ ଜବାବର ଶିକାର ପାକିସ୍ତାନ ସାମ୍ବାଦିକା

author img

By

Published : Oct 28, 2021, 10:52 AM IST

Pak-Ind ଟ୍ବିଟର ୱାର, ହରଭଜନଙ୍କ ସ୍ପିନ୍ ଜବାବର ଶିକାର ପାକିସ୍ତାନ ସାମ୍ବାଦିକା
Pak-Ind ଟ୍ବିଟର ୱାର, ହରଭଜନଙ୍କ ସ୍ପିନ୍ ଜବାବର ଶିକାର ପାକିସ୍ତାନ ସାମ୍ବାଦିକା

ଟ୍ବିଟରରେ ପାକିସ୍ତାନ ପୂର୍ବତନ କ୍ରିକେଟର ଏବଂ ଭାରତର ପୂର୍ବତନ କ୍ରିକେଟର ହରଭଜନ ସିଂଙ୍କ କଥା କଟାକଟି ନ ସରୁଣୁ ହରଭଜନଙ୍କ ସ୍ପିନ୍ ଜବାବର ଶିକାର ହୋଇଛନ୍ତି ପାକିସ୍ତାନ ସାମ୍ବାଦିକା । ଅଧିକ ପଢନ୍ତୁ...

ହାଇଦ୍ରାବାଦ: ୧୪ ବର୍ଷ ପରେ ଭାରତୀୟ କ୍ରିକେଟ ଇତିହାସ ବଦଳିବା ସାଙ୍ଗକୁ ପ୍ରଥମ କରି ବିଶ୍ବ କପ ମ୍ୟାଚରେ ପାକିସ୍ତାନ ଭାରତ ଠାରୁ ବିଜୟୀ ହୋଇଛି । ଏହାକୁ ନେଇ ପାକିସ୍ତାନୀ ଏବଂ ଭାରତରେ ଥିବା କେତେକ ପାକିସ୍ତାନୀ ସମର୍ଥକଙ୍କ ବିବାଦୀୟ ମନ୍ତବ୍ୟ ଅନଲାଇନ ୱାର ସୃଷ୍ଟି କରିଛି । ଏପରିକି ପାକିସ୍ତାନ କ୍ରିକେଟରଙ୍କ ଠାରୁ ଆରମ୍ଭ କରି ସାମ୍ବାଦିକ ମଧ୍ୟ ଭାରତ ଏବଂ ଭାରତୀୟ କ୍ରିକେଟରଙ୍କୁ ଟ୍ରୋଲ କରିବା ସାଙ୍ଗକୁ ମନଇଚ୍ଛା ଶବ୍ଦ ପ୍ରୟୋଗ କରୁଛନ୍ତି ।

ଏହାର କଡା ଜବାବ ରଖିଛନ୍ତି ଭାରତର ପୂର୍ବତନ ସ୍ପିନର୍ ହରଭଜନ ସିଂ । ପାକିସ୍ତାନର ପୂର୍ବତନ ପେସ୍ ବୋଲର ମହମ୍ମଦ ଆମୀରଙ୍କୁ ହରଭଜନ ଟ୍ବିଟରେ କଡା ଜବାବ ଦେବା ପରେ ଏବେ ପାକିସ୍ତାନ ସାମ୍ବାଦିକା ଇକରା ନାସିରଙ୍କୁ ଟ୍ବିଟରରେ ସ୍ପିନ୍ ମାରିଛନ୍ତି ହରଭଜନ । ତେବେ ସାମ୍ବାଦିକା ଇକରା ମହମ୍ମଦ ଆମୀର ଏବଂ ହରଭଜନଙ୍କ ଟ୍ବିଟର କଥା କଟାକଟି ମଧ୍ୟରେ ହରଭଜନ ସିଂ, ଏବଂ ଶାହିଦି ଆଫ୍ରିଦିଙ୍କ ଏକ ଭିଡିଓ ଟ୍ବିଟ୍ କରି ଲେଖିଛନ୍ତି ଯେ, 'ୟେ ନିଅନ୍ତୁ ହରଭଜନ ସିଂ, ଆଫ୍ରିଦ ଆପଣଙ୍କ ୪ଟି ବଲରେ ୪ଟି ଛକା ମାରିଥିବା ସ୍ମୃତି ।'

ଏହା ମଧ୍ୟ ପଢନ୍ତୁ:-T-20 WC: IND VS PAK ମ୍ୟାଚ ପରେ ଟ୍ବିଟରରେ ମୁହାଁମୁହିଁ ଆମିର-ହରଭଜନ

ଏହାର ଜବାବରେ ହରଭଜନ ମଧ୍ୟ ଏକ ଟ୍ବିଟରେ ଏକ ଭିଡିଓ ଜାରି କରିଛନ୍ତି । ଯେଉଁଥିରେ ଆଫ୍ରିଦିଙ୍କ ବଲରେ ଧୂଆଁଦାର ଛକା ମାରୁଥିବା ଦେଖିବାକୁ ମିଳିଛି ଏବଂ ହରଭଜନ ଏଥିରେ କ୍ୟାପସନ୍ ଦେଇ ହରଭଜନ ଲେଖିଛନ୍ତି ଯେ, ୟେ ନିଅନ୍ତୁ ସାମ୍ବାଦିକା ମହୋଦୟା ଆପଣଙ୍କ ଜାଣିବା ପାଇଁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.