ETV Bharat / sports

କାର୍ତ୍ତିକଙ୍କ କମବ୍ୟାକ୍‌ କାହାଣୀ, IPLରୁ ଟିମ ଇଣ୍ଡିଆ ଭାୟା ଆରସିବି

author img

By

Published : May 23, 2022, 5:41 PM IST

IPL ଦେଲା ଆଉ ଏକ ସୁଯୋଗ, କାର୍ତ୍ତିକ କହିଲେ ପରିଶ୍ରମ ଜାରି ରହିବ
IPL ଦେଲା ଆଉ ଏକ ସୁଯୋଗ, କାର୍ତ୍ତିକ କହିଲେ ପରିଶ୍ରମ ଜାରି ରହିବ

କ୍ରିକେଟ ଭାଷ୍ୟକାର ସାଜିବା ପରେ ଅଧିକାଂଶ ଭାବିଥିଲେ ତାଙ୍କ କ୍ୟାରିଅର ଶେଷ ହୋଇଗଲା । କିନ୍ତୁ ସଭିଙ୍କୁ ଭୁଲ୍‌ ପ୍ରମାଣିତ କରି ସେ ପୁଣି ଟିମ୍‌ ଇଣ୍ଡିଆ ସ୍କ୍ବାଡ୍‌କୁ ପ୍ରତ୍ୟାବର୍ତ୍ତନ କରିଛନ୍ତି । ଅଧିକ ପଢ଼ନ୍ତୁ

କୋଲକାତା: କ୍ରିକେଟ ଭାଷ୍ୟକାର ସାଜିବା ପରେ ଅଧିକାଂଶ ଭାବିଥିଲେ ତାଙ୍କର କ୍ରିକେଟ କ୍ୟାରିଅର ଶେଷ ହୋଇଗଲା । କିନ୍ତୁ ସଭିଙ୍କୁ ଭୁଲ୍‌ ପ୍ରମାଣିତ କରି ସେ ପୁଣି ଟିମ୍‌ ଇଣ୍ଡିଆକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି । IPL 2022ରେ ବ୍ୟାଟିଂରେ ଜଲ୍‌ୱା ଦେଖାଇ ସେ ପୁଣି ନିଜକୁ ପ୍ରମାଣିତ କରିଛନ୍ତି । ସେ ଆଉ କେହି ନୁହଁନ୍ତି, ଭେଟେରାନ ଭାରତୀୟ ୱିକେଟ କିପର ବ୍ୟାଟ୍‌ର ଦୀନେଶ କାର୍ତ୍ତିକ ।

  • If you believe yourself, everything will fall into place! ✨
    Thank you for all the support and belief...the hard work continues... pic.twitter.com/YlnaH9YHW1

    — DK (@DineshKarthik) May 22, 2022 " class="align-text-top noRightClick twitterSection" data=" ">

ଶେଷ ଥର ପାଇଁ ୨୦୧୯ରେ ଅଷ୍ଟ୍ରେଲିଆ ବିପକ୍ଷରେ ଟି-୨୦ ମ୍ୟାଚ୍‌ ଖେଳିଥିଲେ କାର୍ତ୍ତିକ । ସେହିବର୍ଷ ଜୁଲାଇ ମାସରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଶେଷ ଥର ପାଇଁ ଏକ ଦିନିକିଆ ମଧ୍ୟ ଖେଳିଥିଲେ । ଏହାପରେ ଅନିଶ୍ଚିତ ଫର୍ମ ଯୋଗୁଁ ସେ ଦଳରୁ ବାଦ ପଡ଼ିଥିଲେ । ତେବେ ୨୦୨୨ ଆଇପିଏଲ ମେଗା ଅକ୍ସନରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ତାଙ୍କୁ ଦଳରେ ସାମିଲ କରିଥିଲା । ବାଙ୍ଗାଲୋର ଟିମରେ ତାଙ୍କୁ ଫିନିସର ଭୁମିକା ମିଳିଥିଲା । କୋଚ୍‌ ସଞ୍ଜୟ ବାଙ୍ଗର ଓ ମାଇକ ହେସନଙ୍କ ତତ୍ତ୍ବାବଧାନରେ ନିଜ ଦାୟିତ୍ବ ସୁଚାରୁ ରୂପେ ତୁଲାଇଥିଲେ କାର୍ତ୍ତିକ । ଯାହାର ଫଳ ସ୍ବରୂପ ତାଙ୍କୁ ଟିମ୍‌ ଇଣ୍ଡିଆରୁ ପୁଣି ଡାକରା ମିଳିଛି । RCB ପକ୍ଷରୁ ଖେଳି କାର୍ତ୍ତିକ ୧୪ଟି ଇନିଂସରେ ୧୯୧ ହାରରେ ୨୮୭ ରନ୍‌ କରିଛନ୍ତି । ଦଳରେ ସେ ଜଣେ ଫିନିସର ଭାବରେ ଦାୟିତ୍ବ ବେଶ୍‌ ଭଲଭାବେ ତୁଲାଇଛନ୍ତି । ଯାହା ଫଳରେ ସେ ଚୟନକର୍ତ୍ତାଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।

ଏହାକୁ ନେଇ କାର୍ତ୍ତିକ ଟ୍ବିଟ୍‌ କରି ଲେଖିଛନ୍ତି ଯେ, "ଯଦି ତୁମେ ନିଜ ଉପରେ ବିଶ୍ବାସ ରଖିବ, ତେବେ ନିଶ୍ଚୟ ସଫଳତା ମିଳିବ । ସମସ୍ତ ସମର୍ଥନ ଓ ସହଯୋଗ ପାଇଁ ଧନ୍ୟବାଦ । କଠିନ ପରିଶ୍ରମ ଜାରି ରହିବ ।" ନିଜ କ୍ରିକେଟ କ୍ୟାରିଅରରେ ୪୨ଟି ଟେଷ୍ଟ ଇନିଂସ ୭୯ଟି ଦିନିକିଆ ଇନିଂସ ଓ ୧୪ଟି ଟି-୨୦ ଇନିଂସ ଖେଳିଛନ୍ତି । ଏହି ସବୁ ଇନିଂସରେ ଯଥାକ୍ରମରେ ସେ ୨୫, ୩୦.୨୧ ଓ ୩୩.୨୫ ହାରରେ ରନ୍‌ ସଂଗ୍ରହ କରିଛନ୍ତି । ସେଥିମଧ୍ୟରେ ଗୋଟିଏ ଟେଷ୍ଟ ଶତକ ସାମିଲ ଥିବାବେଳେ ୭ଟି ଟେଷ୍ଟ ଅର୍ଦ୍ଧଶତକ ଓ ୯ଟି ଦିନିକିଆ ଅର୍ଦ୍ଧଶତକ ସାମିଲ ରହିଛି । ତେବେ ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜରେ ତାଙ୍କର ପ୍ରଦର୍ଶନ ଉପରେ ସମସ୍ତଙ୍କ ନଜର ରହିଛି ।

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.