ETV Bharat / sports

T-20 ଟିମରେ ଉମରାନ, ଉତ୍ସବ ପାଳିଲେ ସମ୍ପର୍କୀୟ

author img

By

Published : May 24, 2022, 5:10 PM IST

ଟି୨୦ ସ୍କ୍ବାଡ୍‌ରେ ଉମରାନ୍‌ ମଲିକ, ଉତ୍ସବ ପାଳିଲେ ବନ୍ଧୁ ସମ୍ପର୍କୀୟ
ଟି୨୦ ସ୍କ୍ବାଡ୍‌ରେ ଉମରାନ୍‌ ମଲିକ, ଉତ୍ସବ ପାଳିଲେ ବନ୍ଧୁ ସମ୍ପର୍କୀୟ

ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟି-୨୦ ସିରିଜ ପାଇଁ ଭାରତୀୟ ଦଳରେ ସାମିଲ ହୋଇଛନ୍ତି ଯୁବ ଫାଷ୍ଟ ଉମରାନ୍‌ ମଲିକ । ଏହାକୁ ନେଇ ଜମ୍ମୁର ଗୁର୍ଜର ନଗରରେ ଖୁସିର ଲହରି ଖେଳି ଯାଇଛି । ଅଧିକ ପଢ଼ନ୍ତୁ

ଶ୍ରୀନଗର: ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟି-୨୦ ସିରିଜ ପାଇଁ ଭାରତୀୟ ଦଳରେ ସାମିଲ ହୋଇଛନ୍ତି ଯୁବ ଫାଷ୍ଟ ଉମରାନ୍‌ ମଲିକ । ଏହାକୁ ନେଇ ଜମ୍ମୁର ଗୁର୍ଜର ନଗରରେ ଖୁସିର ଲହରି ଖେଳି ଯାଇଛି । ବନ୍ଧୁ ସମ୍ପର୍କୀୟମାନେ ଉମରାନଙ୍କ ପୋଷ୍ଟର ଧରି ଏକ ଶୋଭାଯାତ୍ରା କରିଥିବା ଦେଖା ଦେଇଛି ।

ଟି୨୦ ସ୍କ୍ବାଡ୍‌ରେ ଉମରାନ୍‌ ମଲିକ, ଉତ୍ସବ ପାଳିଲେ ବନ୍ଧୁ ସମ୍ପର୍କୀୟ

ଉମରାନ୍‌ ଟିମ୍‌ ଇଣ୍ଡିଆର ଟି-୨୦ ସ୍କ୍ବାଡ୍‌ରେ ସାମିଲ ହେବାପରେ ତାଙ୍କ ସମ୍ପର୍କୀୟମାନେ ପରସ୍ପରକୁ ମିଠା ବାଣ୍ଟି ଖୁସି ମନାଇଛନ୍ତି । ଆଇପିଏଲ ୨୦୨୨ରେ ଚମତ୍କାର ବୋଲିଂ ପ୍ରଦର୍ଶନ ପରେ ଉମରାନଙ୍କୁ ଭାରତୀୟ ଦଳରେ ସାମିଲ କରିଛି ବିସିସିଆଇ । ସେ ଖେଳିଥିବା ପ୍ରାୟ ସମସ୍ତ ମ୍ୟାଚ୍‌ରେ ଦ୍ରୁତ ବୋଲିଂ କରି ଫାଷ୍ଟେଷ୍ଟ ଡେଲିଭରୀ ଅଫ୍‌ ଦି ମ୍ୟାଚ୍ ପୁରସ୍କାର ପାଇଥିଲେ । ପ୍ରତି ମ୍ୟାଚ୍‌ରେ ୧ ଲକ୍ଷେ ଟଙ୍କା ପୁରସ୍କାର ହିସାବରେ ସେ ମୋଟ ୧୪ ଲକ୍ଷ ଟଙ୍କା ମିଳିଛି ।

ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ସେ ୧୫୭ କିମି ପ୍ରତି ଘଣ୍ଟାରେ ବୋଲିଂ କରି ରେକର୍ଡ କରିଥିଲେ । ସନରାଇଜର୍ସ ହାଇଦ୍ରାବାଦ ପକ୍ଷରୁ ସେ ୧୪ଟି ମ୍ୟାଚ୍‌ରେ ସେ ୨୨.୧୮ ହାରରେ ୨୨ଟି ୱିକେଟ ଅକ୍ତିଆର କରିଛନ୍ତି । ଜମ୍ମୁରୁ ଭାରତ ପାଇଁ ଖେଳିବାକୁ ସୁଯୋଗ ପାଇଥିବା ଦ୍ବିତୀୟ କ୍ରିକେଟର ହେଉଛନ୍ତି ଉମରାନ ମଲିକ । ଏହାପୂର୍ବରୁ ଅଲରାଉଣ୍ଡର ପରଭେଜ୍‌ ରସୁଲ ଭାରତୀୟ ଦଳରେ ସ୍ଥାନ ପାଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.