ETV Bharat / sports

ଟି୨୦ ବିଶ୍ବକପ୍‌ ଖେଳିବେ ଡୁପ୍ଲେସିସ୍‌ ! ଟି-୧୦ ଲିଗ୍‌ରେ ଦେଲେ ବଡ଼ ସଙ୍କେତ

author img

By ETV Bharat Odisha Team

Published : Dec 9, 2023, 5:23 PM IST

ଟି୨୦ ବିଶ୍ବକପ୍‌ ଖେଳିବେ ଫାଫ୍‌ ଡୁପ୍ଲେସିସ୍‌ !
ଟି୨୦ ବିଶ୍ବକପ୍‌ ଖେଳିବେ ଫାଫ୍‌ ଡୁପ୍ଲେସିସ୍‌ !

Faf du Plessis wants to return International Cricket: ଦୀର୍ଘଦିନରୁ ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ଦୂରରେ ରହିଥିବା ଫାଫ୍‌ ଡୁପ୍ଲେସିସ୍‌ ଏବେ ପୁଣିଥରେ ଜାତୀୟ ଦଳକୁ ଫେରିବାକୁ ମନ ବଳାଇଛନ୍ତି । ଟି୨୦ ବିଶ୍ବକପ୍‌ ୨୦୨୪ ପୂର୍ବରୁ ଅନ୍ତର୍ଜାତୀୟ କ୍ରିକେଟ୍‌କୁ ଫରିବା ନେଇ ସେ ଟି୧୦ ଲିଗ୍‌ରେ ସଙ୍କେତ ଦେଇଛନ୍ତି । ଅଧିକ ପଢ଼ନ୍ତୁ

ହାଇଦ୍ରାବାଦ: କ୍ରିକେଟ ପ୍ରଶଂସକଙ୍କ ପାଇଁ ଆସିଛି ଏକ ବଡ଼ ଖବର । ଦୀର୍ଘ ଦିନର ବ୍ୟବଧାନ ପରେ ଅନ୍ତର୍ଜାତୀୟ କ୍ରିକେଟ୍‌କୁ ପ୍ରତ୍ୟାବର୍ତ୍ତନ କରିପାରନ୍ତି ଜଣେ ଷ୍ଟାର କ୍ରିକେଟର । ଅନେକ ଦିନ ଧରି ଜାତୀୟ ଦଳରୁ ଦୂରେଇ ରହିବା ପରେ ପୁଣିଥରେ ଟି୨୦ ବିଶ୍ବକପ୍‌ ଖେଳିବା ପାଇଁ କମ୍‌ବ୍ୟାକ୍‌ କରିପାରନ୍ତି ଦକ୍ଷିଣ ଆଫ୍ରିକାର ପୂର୍ବତନ ଅଧିନାୟକ ଫାଫ୍‌ ଡୁପ୍ଲେସିସ୍‌ । ଏନେଇ ଆବୁଧାବି ଟି୧୦ ଲିଗ୍‌ରେ ସେ ସଂକେତ ଦେଇଛନ୍ତି । ଏନେଇ ଦଳ କିମ୍ବା ଖେଳାଳିଙ୍କ ତରଫରୁ ସ୍ପଷ୍ଟ ସୂଚନା ମିଳିନଥିଲେ ମଧ୍ୟ ସୋସିଆଲ ମିଡିଆରେ ଏହି ଖବରକୁ ନେଇ ଚର୍ଚ୍ଚା ଜୋର ଧରିଛି ।

ଦକ୍ଷିଣ ଆଫ୍ରିକାର ପୂର୍ବତନ ଅଧିନାୟକ ଫାଫ୍‌ ଡୁପ୍ଲେସିସ୍‌ଙ୍କ ସଙ୍କେତରୁ ଅନୁମାନ କରାଯାଉଛି ଯେ ସେ ପୁଣିଥରେ ଦଳ ପାଇଁ ଅନତର୍ଜାତୀୟ ମ୍ୟାଚ୍‌ ଖେଳିବେ । ଟି୨୦ ବିଶ୍ବକପ ୨୦୨୪ ପାଇଁ ସେ ଦଳକୁ କମ୍‌ବ୍ୟାକ୍‌ ପ୍ଲାନ୍‌ କରୁଛନ୍ତି । ବର୍ତ୍ତମାନ ଆଇପିଏଲ୍‌ ଏବଂ ଅନ୍ୟ ଦେଶରେ ଟି୨୦ ଲିଗ୍‌ ଗୁଡ଼ିକରେ ଦମଦାର ପ୍ରଦର୍ଶନ କରୁଥିବାବେଳେ ଆବୁଧାବିରେ ଜାରି ରହିଥିବା ଟି୧୦ ଲିଗ୍‌ରେ ମଧ୍ୟ ସେ ବେଶ ଚମତ୍କାର ଫର୍ମରେ ରହିଛନ୍ତି । ନିଜ ଦେଶ ପାଇଁ ସେ ଅନ୍ତର୍ଜାତୀୟ କ୍ରିକେଟ୍‌କୁ ଫେରିବାକୁ ନିଷ୍ପତ୍ତି ନେବେ ବୋଲି ଆଲୋଚନା ହେଉଛି । ଆଗାମୀ ଟି୨୦ ବିଶ୍ବକପ୍‌ ପୂର୍ବରୁ ତାଙ୍କର ଦଳକୁ ଫେରିବା ନେଇ ଚର୍ଚ୍ଚା ଜେର ଧରିଛି । ଏହିସବୁ ଚର୍ଚ୍ଚାର କାରଣ ହେଉଛି ଟି୧୦ ଲିଗ୍‌ ସମୟରେ ତାଙ୍କ ମନ୍ତବ୍ୟ ।

ଏହା ମଧ୍ୟ ପଢ଼ନ୍ତୁ...କାହିଁକି ହଠାତ ଅବସର ନେଇଥିଲେ ଏବିଡି ? ନିଜେ କଲେ ଖୁଲାସା

ଟି୨୦ ବିଶ୍ବକପ୍‌ରେ କମ୍‌ବ୍ୟାକ୍‌ କରିବା ନେଇ ଦକ୍ଷିଣ ଆଫ୍ରିକାର ସୀମିତ ଓଭର କୋଚ୍ ରବ୍ ୱାଲ୍ଟରଙ୍କ ସହ ଆଲୋଚନା କରୁଛନ୍ତି ନିଜେ ଫାଫ୍ ଡୁପ୍ଲେସିସ୍‌ । ଏନେଇ ସେ କହିଛନ୍ତି, "ମୁଁ ବର୍ତ୍ତମାନ ଅନ୍ତର୍ଜାତୀୟ କ୍ରିକେଟ୍‌କୁ ଫେରି ପାରିବି ବୋଲି ମଧ୍ୟ ମୋର ବିଶ୍ବାସ ଅଛି । ଗତ କିଛିଦିନ ହେବ ଆମେ ଏନେଇ ଆଲୋଚନା କରୁଛୁ । ଆଗକୁ ଟି୨୦ ବିଶ୍ବକପ୍‌ ଭଳି ଗୁରୁତ୍ବପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟ ମଧ୍ୟ ଅଛି । ମୋର ଦକ୍ଷିଣ ଆଫ୍ରିକା ଦଳକୁ ପର୍ତ୍ୟାବର୍ତ୍ତନ କେବଳ ଏକ ପ୍ରକ୍ରିୟା । ମୋର ଚାଳିତ ବାହୁ ପୁନର୍ବାର ଶକ୍ତି ପାଇବା ଆବଶ୍ୟକ ।" ସୂଚନା ଥାଉ, ୨୦୧୪ ଏବଂ ୨୦୧୬ ଟି୨୦ ବିଶ୍ବକପ୍‌ରେ ଦକ୍ଷିଣ ଆଫ୍ରିକା ଦଳର ଅଧିନାୟକ ଥିଲେ ଡୁପ୍ଲେସିସ୍‌ । ବର୍ତ୍ତମାନ ପର୍ଯ୍ୟନ୍ତ ସୀମିତ ଓଭର କ୍ରିକେଟରୁ ଅବସର ନେଇନଥିଲେ ମଧ୍ୟ ତାଙ୍କୁ ଦଳରେ ସ୍ଥାନ ମିଳିନଥିଲା । ତେବେ ଟି୨୦ ଲିଗ୍‌ରେ ତାଙ୍କ ପ୍ରଦର୍ଶନକୁ ନଜରରେ ରଖି ଦଳରେ ତାଙ୍କୁ ପ୍ରତ୍ୟାବର୍ତ୍ତନ କରାଇବା ପାଇଁ ଯୋଜନା ଆରମ୍ଭ ହୋଇଥିବା କୁହାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.